ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଯୋଗେ କହିଛନ୍ତି, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ। ଆଶାତୀତ ଫଳାଫଳ ପାଇ ନ ଥିବା ଛାତ୍ରୀଛାତ୍ର ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ।
ସୂଚନାଯୋଗ୍ୟ,ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରୀଛାତ୍ର ପାସ କରିଥିବାବେଳେ ୮ ହଜାର ୬୯୯ ଛାତ୍ରୀଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି । ମୋଟ ପାସ ହାର ୯୦.୫୫ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚିିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ୫% ମହଙ୍ଗା ଭତ୍ତା ଦାବି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଗତ ଶନିବାର ନିଷ୍ପତ୍ତି ଅନୁଯାୟୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ”ସଚିିବାଳୟ କର୍ମଚାରୀ ମହାସଂଘ“ ଗଠନ କରାଯାଛି। ମିଳିତ ଭାବେ...

ଇଶାନ କୁମାର ପାତ୍ର ଆଇଏଏନ୍‌ଏସ୍‌ ସଭାପତି

କଟକ ଅଫିସ,୯।୧୦: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଇଣ୍ଡିଆନ ଏକାଡେମୀ ଅଫ୍‌ ନ୍ୟୁରୋ ସାଇନ୍ସ (ଆଇଏଏନ୍‌ଏସ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୩୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୪,୭୫୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ପରଲୋକରେ ମନୋଜ ପଣ୍ଡା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା...

ଖଣ୍ଡପଡ଼ାରେ କାଳବୈଶାଖୀ

ଖଣ୍ଡପଡ଼ା,୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବୁଧବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡି...

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ: ବିଭିନ୍ନ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ...

ବିଦ୍ୟୁତ୍‌ ଦର ବୃଦ୍ଧିର ପ୍ରତିବାଦ: ୨୨ ପର୍ଯ୍ୟନ୍ତ ୧୫ମିନିଟ୍‌ ଲାଇନ ବନ୍ଦ ରଖିବାକୁ ନିବେଦନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ହଠାତ୍‌ ୨୦ ପଇସା ବିଦ୍ୟୁତ୍‌ ଦର ବୃଦ୍ଧି କରିଛନ୍ତି। ଏହାକୁ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌ଏଲ୍‌),...

ଆସିବ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରଜ୍ୟରେ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆଣିବାକୁ ନିଷ୍ପତ୍ତି...

Advertisement
Archives

Model This Week