ରାଜ୍ୟର ୭ ସହର ଅତି ପ୍ରଦୂଷିତ
ଯାଜପୁର ଅଫିସ,୧୨ା୪:ବାୟୁରେ ପ୍ରଦୂଷଣର ମାତ୍ର ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ଦ୍ୱାରା ରାଜ୍ୟର ୧୭ ସହରରେ ନିୟମିତ ବାୟୁ ପରୀକ୍ଷଣ କରାଯାଉଛି। ଏହି କ୍ରମରେ ଯାଜପୁରରୋଡ-କଳିଙ୍ଗନଗର, କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରକୁ ଅତି ପ୍ରଦୂଷିତ…
ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି
ଯୋଡ଼ା, ୧୧।୪ (ଡି.ଏନ.ଏ.): ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମାର୍ପିଟ୍ ହେବା ସହ ପରସ୍ପରକୁ ଟେକାପଥର ମାଡ କରିଥିଲେ। ପୋଲିସ…
ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର
ଭୁବନେଶ୍ୱର,୧୧।୪(ବ୍ୟୁରୋ): ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଭିଜିଲାନ୍ସ ରାଜ୍ୟ ଭିତରେ…
ସ୍କୁଟି ହେଡଲାଇଟ୍ରେ ବ୍ରାଉନସୁଗାର ରଖି ଚାଲିଥିଲା ବେପାର
ଭୁବନେଶ୍ୱର,୧୧।୪(ବ୍ୟୁରୋ): ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର। ଏଭଳି ଏକ ଘଟଣା ଘଟିଛି। ରାଜଧାନୀ ଭୁବନେଶ୍ୱରରେ। ପୋଲିସ ଆଖିରୁ ଖସିଯିବା ପାଇଁ ଅଭିଯୁକ୍ତଙ୍କ ଆପଣାଇଛନ୍ତି ଅଭିନୟ ଉପାୟ। ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କ୍ୟାପିଟାଲ ଥାନା ଅଧୀନ କେଦାରପଲ୍ଲୀ ବସ୍ତିରୁ…
ପୁରୀରେ ଉଦ୍ଘାଟିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ,ହସ୍ପିଟାଲ
ପୁରୀ ଅଫିସ,୧୧।୪: ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ ସୋମବାର ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଭର୍ଚୁଆଲରେ କେନ୍ଦ୍ର ସାସ୍ଥ୍ୟ ମନ୍ତ୍ରୀ…
ମହାନଦୀରୁ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ, ଏବେ ବି ଜଣେ ନିଖୋଜ
କଟକ ଅଫିସ,୧୧।୪: ମହାନଦୀରରୁ ସୋମବାର ଅନ୍ୟଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ଦୁଇ ଛାତ୍ରଙ୍କ ମଧ୍ୟରୁ ଆୟୁର ଖାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସିଦ୍ଧିକ…
ରାଜ୍ୟ ସରକାର ବଦଳାଇଲେ ଗୁଇନ୍ଦା ନିର୍ଦ୍ଦେଶକ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସୋମବାର ବଦଳାଇ ଦେଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଏଡିଜି ଆର୍.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।
ଛାତ୍ରୀଙ୍କୁ ବସଉଠ କରାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ବଲାଙ୍ଗୀର ପାଟଣାଗଡ଼ ବାପୁଜୀ ବାଳିକା ହାଇସ୍କୁଲରେ କିଛି ଛାତ୍ରୀଙ୍କୁ ଶିକ୍ଷକ ବସଉଠ କରାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୋମବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ପ୍ରାର୍ଥନା କ୍ଲାସରେ ବିଳମ୍ବ ହେବାରୁ ବିଦ୍ୟାଳୟର…
ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା
ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ ଶେଷ ପର୍ଯ୍ୟାୟରେ। ହେଲେ ପାଣିର ଚିହ୍ନବର୍ଣ୍ଣ ନାହିଁ। ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ସୁବିଧାରେ ମୃତଦେହ…
ଶ୍ରୀରାମ ନବମୀ ମହୋତ୍ସବ: ଶୋଭାଯାତ୍ରାରେ ୬୦ ମେଢ଼
ଭଦ୍ରକ ଅଫିସ,୧୧।୪ ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ସହର ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ନିରାଡ଼ମ୍ବରରେ ଏହି ମହୋତ୍ସବ ପାଳନ ହୋଇଥିଲା। ଏଥର ବିନା କଟକଣାରେ ବହୁ…
ନାବାଳିକାଙ୍କୁ ଭେଟିଲେ ଅଧିକାରୀ
ବନ୍ତ,୧୧।୪(ଡି.ଏନ.ଏ.) ଏକ ପରିତ୍ୟକ୍ତ ବ୍ୟାଗ୍ରେ ଥିବା ବୋମା ଫୁଟି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଟିଲୋ ପଞ୍ଚାୟତ ଦେବତାଗଢ଼ିଆ ଗ୍ରାମର ୩ ଆଦିବାସୀ ନାବାଳିକା ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ବାସନ୍ତୀ ହଁାସଦା ନାମ୍ନୀ ନାବାଳିକା ସୁସ୍ଥ ହୋଇ ଘରକୁ…
ଶିକ୍ଷକଙ୍କ ଦଣ୍ଡ: ୧୦୦ ଥର ଉଠ୍ବସ୍ ହୋଇ ୮ ଛାତ୍ରୀ ଅସୁସ୍ଥ
ବଲାଙ୍ଗୀର ଅଫିସ,୧୧ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ ୮ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସବୁଦିନ ଭଳି ଛାତ୍ରୀମାନେ ସ୍କୁଲକୁ ଆସିଥିଲେ। ପ୍ରାର୍ଥନା ସମୟରେ…
Archives


