ଆର୍‌ଆଇ ଅଫିସ୍‌ ଆଜବେଷ୍ଟସ୍‌ରୁ ପାଣି ଗଳୁଛି

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେଲେ କାନ୍ଥ ବାଡଠାରୁ ଆରମ୍ଭ କରି ଆଜବେଷ୍ଟସରୁ ପାଣି ଝରୁଛି। ଏଥିସହ ଗୃହର ଚାରିଆଡ ବିରାଟକାୟ ହୁଙ୍କା ରହିଛି। କିଛି ପୁରୁଣା କବାଟ ରହିଥିବାରୁ ଭଗ୍ନାବସ୍ଥାରେ ଅଛି। ଏହା ଯୋଗୁ ଉକ୍ତ କାର୍ଯ୍ୟାଳୟରେ ଲୋକମାନଙ୍କର କାର୍ଯ୍ୟଥିଲେ ମଧ୍ୟ ସେଠି ଯିବାକୁ ଭୟ କରୁଛନ୍ତି। ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିକୁ ଆଣିବା ପରେ ପୁରୁଣା ଆଜବେଷ୍ଟସକୁ ଉଠାଇ ଛାତ ପକାଇବା ସାହିତ କାର୍ଯ୍ୟାଳୟ ମରାମତି ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଉ ଗୋଟିଏ ଷ୍ଟକ୍‌ ରୁମ ପାଇଁ ୫ ଲକ୍ଷ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ମଞ୍ଜୁର ହୋଇ କାର୍ଯ୍ୟ ମଧ୍ୟ ସରିଛି। ହେଲେ ଦୁଃଖର ବିଷୟ ଯେ, ବର୍ଷା ହେଲେ ନୂତନ ଛାତର ଚତୁଃପାଶର୍‌ବରୁ ବର୍ଷା ଜଳ ଝରି ଘର ଭିତରେ ଲହଡ଼ି ମାରୁଛି। ବିଭିନ୍ନ ଜାଗାର କୋଣରେ ସିମେଣ୍ଟ ଠିକ୍‌ ଭାବେ ଲଗାଯାଇ ନ ଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟାଳୟ ଘର ଭିତରେ ବର୍ଷାଜଳ ସନ୍ତେଇ ହୋଇ ଅଫିସ ମଧ୍ୟରେ ଥିବା କାଗଜପତ୍ର ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ଯେଉଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟକ୍‌ ରୁମ କରାଯାଇଛି ତାହା ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଠିକ୍‌ ଭାବେ ତଦନ୍ତ କରାଯାଉ ବୋଲି ବୃଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ବିଶେଷ କଥା ହେଲା ଏହି କାର୍ଯ୍ୟାଳୟ ଭିତରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ଶୌଚାଳୟର ସୁବିଧା ମଧ୍ୟ ନାହିଁ। ଏ ନେଇ ନିରାକାରପୁର ରାଜସ୍ବ ନିରୀକ୍ଷକ ଅଧିକାରୀ ରମାକାନ୍ତ ନାୟକ କହିଛନ୍ତି, କିଛିଦିନ ହେବ ଆସିଛି, ତେଣୁ କୌଣସି ଉପର ଅଧିକାରୀଙ୍କୁ ଜଣାଇ ନାହିଁ। ପ୍ରାୟତଃ ହାତରୁ ଖର୍ଚ୍ଚ କରି ଅଧିକାଂଶ ଏ ହୁଙ୍କା ଏବଂ ପାଣିକୁ ସଫା କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri