ଫେକ୍ ସିମ୍କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍ ସିମ୍କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଯିବା ନେଇ ଜଣାପଡ଼ିଛି । ସୂଚନାନୁସାରେ, ଫେକ୍ ସିମ୍କାର୍ଡ…
ବିଡିଓଙ୍କୁ ମାଡ଼ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଓଏଏସ୍ ସଂଘ
ଭୁବନେଶ୍ୱର,୨।୫(ବ୍ୟୁରୋ): ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ପାଖରେ ଓଏଏସ୍ ସଂଘ ଫେରାଦ ହୋଇଛି। ସଂଘର ସମ୍ପାଦକ ଫେରାଦ ହେବା ସହ ଅଫିସରଙ୍କ ସୁରକ୍ଷା ଦାବି କରିଛନ୍ତି। ଜଣେ ବିଡିଓ ବାହାରୁ…
ମେ’ରେ ଓଡ଼ିଶାକୁ ବାତ୍ୟା ଭୟ
ଭୁବନେଶ୍ୱର,୨।୫(ବ୍ୟୁରୋ): ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।…
ଲୋକସଭା ବାଚସ୍ପତିଙ୍କ ନାଁ ନେଇ ମାଗୁଥିଲେ ଟଙ୍କା, ବାନ୍ଧିଲା ପୋଲିସ
ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍ ସିମକାର୍ଡ ବ୍ୟବହାର କରି କେତେକ ସାଇବର ରାଜନେତାମାନଙ୍କ ନାଁରେ ଟଙ୍କା ମାଗୁଛନ୍ତି। ଏହି ଠକାମିରୁ ବାଦ୍ ପଡିନି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ନମ୍ବର- ୯୪୩୯୦ ୭୩୮୭୦ ଯାହାକୁ ଲୋକସଭା ବାଚସ୍ପତି…
ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍ସି ପକ୍ଷରୁ ପ୍ରସ୍ତୁତି
ଭୁବନେଶ୍ୱର,୨।୫(ବ୍ୟୁରୋ): ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ସି ପକ୍ଷରୁ ସୋମବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଏହି ବୈଠକରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ତଳିଆ ଲୋକଙ୍କୁ ସ୍ଥାନାନ୍ତର…
ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ
ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ…
ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ
ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬…
ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ଯିବ ‘କାଳିଆ’ ଟଙ୍କା
ଭୁବନେଶ୍ୱର,୨ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନା ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି। ଏହି ଯୋଜନାରେ ପୂର୍ବପରି ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ଏହାଦ୍ୱାରା ୪୦ ଲକ୍ଷରୁ…
ଗିରଫ ହେଲେ ସୈତାନ ବାପା
ଟେନ୍ସା,୨ା୫(ଡି.ଏନ୍.ଏ.): ମଦନିଶାରେ ତିନି ୩ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରି ଜଙ୍ଗଲରେ ଲୁଚି ରହିଥିବା ସୈତାନ ବାପାଙ୍କୁ ଜଙ୍ଗଲ ଭିତରୁ ଗିରଫ କରିଛି କୋଇଡା ପୋଲିସ। ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର କୁଲା ଗ୍ରାମର ମୁଣ୍ଡା ବସ୍ତିରେ…
କରୋନା ଗ୍ରାଫ୍ ତଳମୁହାଁ, ଆଜି ୧୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨ା୫(ବ୍ୟୁରୋ): ସୋମବାର ରାଜ୍ୟରୁ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୦୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬ ଜଣ ଚିହ୍ନଟ…
ଦେବଗଡ଼ ବିଧାୟକଙ୍କ ବହିଷ୍କାର ଦାବି କଲା କଂଗ୍ରେସ
ଦେବଗଡ଼,୨ା୫(ଡି.ଏନ୍.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବହିଷ୍କାର ଦାବି କରାଯାଇଛି। ତିଲେଇବଣି ବ୍ଲକ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବହିଷ୍କାର ଦାବି ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ। ଦେବଗଡ଼ ଜିଲା ସଭାପତି…
ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ
ଦେବଗଡ଼,୨ା୫(ଡି.ଏନ୍.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ଭାଜପା। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲୁ ରହିବ। ସମସ୍ତ…
Archives


