ଜାତିସଂଘ ପକ୍ଷରୁ ମନୋନୀତ ୬ ଯୁବ ଅଧିବକ୍ତାଙ୍କ ମଧ୍ୟରେ ଓଡ଼ିଶାର ସୌମ୍ୟ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଜାତୀୟ ଯୁବ ଦିବସ ଅବସରରେ ଶୁକ୍ରବାର ଜାତିସଂଘ ଭାରତ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ୬ଜଣ ଯୁବ ଅଧିବକ୍ତାଙ୍କୁ ଜାତିସଂଘ ପକ୍ଷରୁ ସ୍ବୀକୃତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ସୌମ୍ୟ ରଞ୍ଜନ ବିଶ୍ୱାଳ ସ୍ଥାନ ପାଇଛନ୍ତି। ୨୦୨୨ ଅଗଷ୍ଟ ୧୨ରୁ ୨୦୨୪ ଅଗଷ୍ଟ ୧୨ ଯାଏ ୨ବର୍ଷ ପାଇଁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜାତିସଂଘ ଭାରତର ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ଶାର୍ପ, ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ୟୁଏନ୍‌ଡିପି ମୁଖ୍ୟ ଶୋକା ନୋଡା, ୟୁନିସେଫ୍‌ ମୁଖ୍ୟ ୟାସୁମାସା କିମୁରା ପ୍ରମୁଖଙ୍କ ସମେତ ଜାତିସଂଘ ଓ ଭାରତ ସରକାରଙ୍କ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଅନୁଭବ କରି ଉପକୂଳ ଜୈବ ବିବିଧତା ସୁରକ୍ଷା ପାଇଁ ସୌମ୍ୟ ନିଜସ୍ବ ଅଭିନବ ଉପାୟରେ କାମ କରୁଛନ୍ତି। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ଲୁଣା ଜଙ୍ଗଲ ସୁରକ୍ଷା ଓ ନଦୀ ପ୍ରଦୂଷଣ ରୋକିବା ପାଇଁ ସେ ପ୍ରୟାସ ଜାରି ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ପ୍ରକାର କାର୍ଯ୍ୟଧାରା ପାଇଁ ପୂର୍ବରୁ ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇବା ସହ ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପାଇଛନ୍ତି। ସେହିପରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ପାଖରୁ ପ୍ରଶଂସିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ହୋଇଥିବା ଅନେକ କାର୍ଯ୍ୟ ଜାତୀୟ ସ୍ତରରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସମେତ ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇଛି। ଉଲ୍ଲେଖଯୋଗ୍ୟ, ସୌମ୍ୟ ଗତବର୍ଷ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଜଳବାୟୁ ପରିବର୍ତ୍ତନକୁ ନେଇ ଆୟୋଜିତ ଯୁବ ସମ୍ମିଳନୀରେ ଯୁବବକ୍ତା ଭାବେ ଯୋଗଦେଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

କେଶରୀ ଇଷ୍ଟେଟ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୯ା୯ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ସାଢେ ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କେଶରୀ ଇଷ୍ଟେଟର ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

୧୮ ଶିଳ୍ପ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନର ବିକାଶ ପାଇଁ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ବିଭିନ୍ନ ବିଭାଗରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା ଓ ରାୟଗଡ଼ା...

ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡ଼ବଡ଼ୁଆ ଡାକ

ପୁରୀ ଅଫିସ,୨୫।୧୦: ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି।...

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର...

ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ...

କେନ୍ଦ୍ରାପଡ଼ାରୁ ପ୍ରଥମ ମୁଣ୍ଡ ନେଲା କରୋନା: ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ

କେନ୍ଦ୍ରାପଡା ଅଫିସ/ଆଳି,୮।୭(ଡି.ଏନ୍‌.ଏ.): କରୋନାରେ କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜିଲା...

ଆଜି ଭଦ୍ରକ, ବାଲେଶ୍ୱର ୬ ଘଣ୍ଟିଆ ବନ୍ଦ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଶନିବାର...

ଶିଖରଚଣ୍ଡୀ ପାହାଡରେ ନିଆଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ରବିବାର ନିଆଁ ଲାଗିଛି। ପାହାଡ଼ର ଏକାଧିକ ସ୍ଥାନକୁ ନିଆଁ ବ୍ୟାପିଯିବାରୁ ଏହା ମଧ୍ୟରେ ଥିବା ଏକ ହାତୀ ପ୍ରାୟ ୮ ଘଣ୍ଟା...

Advertisement
Archives

Model This Week