ଆରମ୍ଭ ହେଲା ‘ଛାତ’ ଯୋଜନା

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଭୂତଳ ଜଳ ଉପରେ ନିର୍ଭରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ସହରାଞ୍ଚଳରେ ଏହି ସ୍ଥିତି ଉତ୍କଟ ହେଲାଣି। ବର୍ଷା ଜଳକୁ ସଂରକ୍ଷଣ କରିବା ସହ ଭୂତଳ ଜଳ ସଞ୍ଚରଣ କରିବା ପାଇଁ ରାଜ୍ୟ ସରକାର ‘ଛାତ’ (କମ୍ୟୁନିଟି ହାରନେସିଂ ଆଣ୍ଡ ହାରଭେଷ୍ଟିଂ ରେନ୍‌ଓ୍ବାଟର ଆର୍ଟିିଫିସିଆଲି ଫ୍ରମ୍‌ ଟେରାସ ଟୁ ଆକ୍ୟୁଫାୟର) ନାମରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଛାତ ଉପରେ ବର୍ଷା ଜଳ ଅମଳ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ରାଜ୍ୟର ୫୨ ବ୍ଲକ ଓ ୨୨ ସହରାଞ୍ଚଳରେ କାର୍ଯ୍ୟକାରୀ କରିବେ। ଏ ବାବଦରେ ୨୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ୨୯ ହଜାର ବେସରକାରୀ କୋଠା ଏବଂ ୧୯୨୫ ସରକାରୀ କୋଠାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଯେଉଁ ବ୍ୟକ୍ତି ନିଜ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କରିବେ ତାଙ୍କୁ ୫୫ ହଜାର ଟଙ୍କା ଅଥବା ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନା ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
୩ ଜିଲାର ୭.୨୯ ଲକ୍ଷ ଲୋକଙ୍କୁ ମିଳିବ ପାନୀୟ ଜଳ
ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଜଳ ଜୀବନ ମିଶନ(ଜେଜେଏମ୍‌) ଯୋଜନାରେ ସରକାର ଢେଙ୍କାନାଳ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ୧୦ ବ୍ଲକର ୧୮୮ ପଞ୍ଚାୟତ ଅନ୍ତର୍ଗତ ୧୦୮୪ ଗ୍ରାମର ୭ ଲକ୍ଷ ୨୯ ହଜାର ୪୮୭ ଜଣଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବେ। ଏ ବାବଦରେ ୧୨୧୦.୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲାର ୪ ବ୍ଲକର ୭୧ ପଞ୍ଚାୟତ ଅନ୍ତର୍ଗତ ୨୬୧ ଗ୍ରାମର ୩୨୨୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। କାମାକ୍ଷାନଗର ବ୍ଲକର ୧୩ ପଞ୍ଚାୟତର ୪୬ ଗ୍ରାମର ୫୨୯୧୪ ଜଣ, ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତର ୯୨ ଗ୍ରାମର ୧,୩୫,୨୪୩ ଜଣ, କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୦୬ ଗ୍ରାମର ୯୬,୯୭୩ ଜଣ ଓ ସଦର ବ୍ଲକର ୮ ପଞ୍ଚାୟତର ୨୭ ଗ୍ରାମର ୩୭,୦୭୪ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପାନୀୟ ଜଳ ପ୍ରକଳ୍ପର ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପଗୁଡିକ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ୩ ବ୍ଲକ ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁରର ୭୬ ପଞ୍ଚାୟତର ୫୨୨ ଗ୍ରାମର ୪,୩୫,୧୯୦ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଡକାଯାଇଥିବା ୪୧୬ କୋଟି ୫୭ ଲକ୍ଷ ୨୯ ହଜାର ୧୮୧ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାଲେଶ୍ୱର ଜିଲାର ୩ ବ୍ଲକ ବାଲେଶ୍ୱର, ରେମୁଣା ଓ ଖଇରାର ୪୧ଟି ପଞ୍ଚାୟତର ୩୦୧ ଗ୍ରାମର ୨,୬୨,୦୯୩ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଡକାଯାଇଥିବା ୨୯୧ କୋଟି ୬୨ ଲକ୍ଷ ୭୭ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମୋହର ଲାଗିଛି। ପ୍ରକଳ୍ପଗୁଡିକ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ତାଳଚେର ନିକଟରେ ହେବ ନଦୀଜଳ ସଂରକ୍ଷଣ ପ୍ରକଳ୍ପ
ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ରୁ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଅନୁଗୋଳ ଜିଲାର ତାଳଚେର ବ୍ଲକର ଖଲପାଳ ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୧୯ କୋଟି ୫୦ ଲକ୍ଷ ଟଙ୍କା ଏବଂ ୫ ବର୍ଷ ରକ୍ଷଣା ବେକ୍ଷଣ ପାଇଁ ଦେଢ଼ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ କାର୍ଯ୍ୟ ୩୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ପ୍ରକଳ୍ପ ପରଜଙ୍ଗ ବ୍ଲକର ୨୨ ଗ୍ରାମ, ତାଳଚେର ବ୍ଲକର ୨୩ ଗ୍ରାମ ଓ ତାଳଚେର ସହର ଲୋକମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଇବାରେ ସହାୟକ ହେବ। ଏହାଛଡ଼ା ଏହି ପ୍ରକଳ୍ପ ମାଛ ଚାଷ, ପଶୁଧନ ପାଳନ କାର୍ଯ୍ୟ, ସ୍ଥାନୀୟ ଲୋକଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ।
ଜଳ ସଂରକ୍ଷଣ ପ୍ରକଳ୍ପ ତଦାରଖ ପାଇଁ ପିଏମ୍‌ସି ନିଯୁକ୍ତ ହେବେ
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନଦୀଗର୍ଭ ସୀମିିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ, ୬ଟି ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଭୂତଳ ପାଇପ ଦ୍ୱାରା ଜଳସେଚନ ବ୍ୟବସ୍ଥାର ପର୍ଯ୍ୟବେକ୍ଷଣ ପାଇଁ ରାଜ୍ୟ ସରକାର ପ୍ରକଳ୍ପ ପରିଚାଳନା କନସଲଣ୍ଟାଣ୍ଟ (ପିଏମ୍‌ସିି) ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଏମ୍‌ସିି ପ୍ରକଳ୍ପଗୁଡିକର ଶେଷ ହେବା ପାଇଁ ଆବଶ୍ୟକ ବୈଷୟିକ ସହାୟତା, ଡିଜାଇନ ଓ ଆକଳନ, ନିର୍ମାଣ ଆଦି କାର୍ଯ୍ୟର ତଦାରଖ କରିବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୧୫ କୋଟି ୭୬ ଲକ୍ଷ ୮୮ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ ଆସନ୍ତା ୩୬ ମାସରେ ଶେଷ ହେବ।
ମିଲେଟ୍‌ ମିଶନ ପାଇଁ ୨୮୦୮. ୩୯ କୋଟି
ଆଦିବାସୀ ଅଞ୍ଚଳରେ ପୁଷ୍ଟିକର ଖାଦ୍ୟ ଶସ୍ୟର ବହୁଳ ଉତ୍ପାଦନ ପାଇଁ ରାଜ୍ୟ ସରକାର ୨୦୧୭-୧୮ରେ ମିଲେଟ୍‌ ମିଶନ ଆରମ୍ଭ କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହଯୋଗରେ କୃଷକ ଉତ୍ପାଦ ସଂଘ (ଏଫପିଓ) ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ଯୋଜନା, ଜିଲା ଖଣିଜ ପ୍ରତିଷ୍ଠାନ ଏବଂ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୨-୨୩ରେ ୧୯ ଜିଲାର ୧୪୨ ବ୍ଲକରେ ମିଲେଟ୍‌ ମିଶନ ପାଇଁ ଆସନ୍ତା ୬ ବର୍ଷ ସକାଶେ ୨୮୦୮. ୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
କାଉନସିଲର ବର୍ଗରେ ସାମିଲ ହେବେ ମେୟର, ପୌରାଧ୍ୟକ୍ଷ
ପୌର ସଂସ୍ଥାର ନିର୍ବାଚିତ ଅଧ୍ୟକ୍ଷ ଓ ମେୟରମାନଙ୍କୁ ନିର୍ବାଚିତ କାଉନସିଲର ବର୍ଗରେ ଅନ୍ତର୍ଭୁକ୍ତ କରିବା ତଥା ଜିଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଏବଂ ଅସଦାଚାର କିମ୍ବା ଅନୈତିକ କାର୍ଯ୍ୟକଳାପ କାରଣରୁ ଜିଲା ଯୋଜନା କମିଟି ସଦସ୍ୟଙ୍କୁ ବହିଷ୍କାର କରିବା ଲାଗି ରାଜ୍ୟ ସରକାର ଓଡ଼ିିଶା ଜିଲା ଯୋଜନା କମିଟି ଅଧିନିୟମ ୧୯୯୮ର ସଂଶୋଧନ କରାଯାଇଛି। ଏଥିରେ ନୂତନ ସବସେକ୍ସନ (IV) ଅନ୍ତର୍ଭୁକ୍ତ କରାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri