ଏଟିଏମ୍‌ ତାଡ଼ି ଲୁଟିନେଲେ ୨୦ ଲକ୍ଷ

ସମ୍ବଲପୁର,୧୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଶାସନ ଏସ୍‌ବିଆଇ ଶାଖା ପରିଚାଳକ ଦେବାଶିଷ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇ କହିଛନ୍ତି, ଶୁକ୍ରବାର ଭୋର୍‌ ୩ଟାରେ ଦୁର୍ବୃତ୍ତମାନେ ଉକ୍ତ ଏଟିଏମ୍‌ରୁ ୨୦ ଲକ୍ଷ ୬୬ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏଥିରେ ଏକ ସ୍ବତନ୍ତ୍ର ଗ୍ୟାଙ୍ଗ୍‌ ରହିଥିବା ଜଣାପଡ଼ିଛି । ପୋଲିସ ପାଖରେ ରାଜ୍ୟ ବାହାର ପ୍ରତ୍ୟେକ ଗ୍ୟାଙ୍ଗ୍‌ର ରେକର୍ଡ ରହିଛି। ଏହାକୁ ନେଇ ତର୍ଜମା କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଏଥିପାଇଁ ସ୍ବତନ୍ତ୍ର ଏକ ଟିମ୍‌ ଗଠନ କରାଯାଇଛି। ଜିଲାରେ ଏଭଳି ଏଟିଏମ୍‌ ଲୁଟ୍‌ ଘଟଣା ପ୍ରଥମ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୧୦୬୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ...

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ମେ’ ୧୬ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୨୧।୪: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ...

ପିଡିଏରେ ସର୍ବକ୍ଷମା ପାଇଁ ୨୦ ଆବେଦନକାରୀ

ପାରାଦୀପ,୧୧ା୨(ସ୍ବ.ପ୍ର.): ରାଜ୍ୟ ସରକାର ବେଆଇନଭାବେ ଗଢ଼ି ଉଠିଥିବା କୋଠାବାଡିକୁ ବୈଧ କରିବା ପାଇଁ ସର୍ବକ୍ଷମା ସୁବିଧା କରିଛନ୍ତି। ଏହାର ଅବଧି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ...

ଦୃଢ ଇଛାଶକ୍ତି ଦେଇଛି ବଞ୍ଚିବାର ରାହା

ଖଇରା, ୧୮।୩(ଡି.ଏନ.ଏ.)-ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମର ଦିବ୍ୟାଙ୍ଗ ଅକ୍ଷୟ...

୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା...

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ...

ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

Advertisement
Archives

Model This Week