ରାଜ୍ୟ

ସୁଶୀଲ ସାହୁ, ସିଦ୍ଧି ସମୃଦ୍ଧିଙ୍କୁ ସୁରଜ ପୁରସ୍କାର

ଭୁବନେଶ୍ୱର/ଛତ୍ରପୁର, ୧୪ ।୮(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳ ଆଲାଡ଼ି ଗ୍ରାମର ସ୍ବର୍ଗତ ସୁଶୀଲ ସାହୁ ଓ ଗୋପାଳପୁରସ୍ଥିତ କନିଷି ବ୍ଲକ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ମରଣୋତ୍ତର ଭାବେ ‘ସୁରଜ ପୁରସ୍କାର’…

୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଛି। ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି। ଶନିବାର ମିଶନ…

ସମ୍ଭାବ୍ୟ ବନ୍ୟା: ୮ ଜିଲା ପାଇଁ ୬ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ଲଘୁଚାପଜନିତ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୮ ଜିଲା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୬ ଜଣ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେହି ଅଧିକାରୀମାନେ ଜିଲାର ବନ୍ୟା ପରିସ୍ଥିତିକୁ…

ଓଡ଼ିଶାର ୩ ସ୍ଥାନକୁ ରାମସର୍‌ ମାନ୍ୟତା

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର (ଡି.ଏନ୍‌.ଏ.) ୧୪ ।୮: ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍‌ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର…

୩ବର୍ଷ ହେଲା ବସିନି ଜଳ ପରିଚାଳନା କମିଟି ବୈଠକ

ସମ୍ବଲପୁର,୧୪ ।୮(ବ୍ୟୁରୋ): ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ମାମଲା କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି)ରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ଜଳ ପରିଚାଳନା କମିଟି…

ଛତିଶଗଡ଼ କହୁଛି ଗେଟ୍‌ ଖୋଲ: ବଢ଼ିଲା ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୦ ଗେଟ୍‌ ଖୋଲାଯାଇଥିଲା। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟ ବନ୍ୟା ଆଶଙ୍କା କରି ଆହୁରି ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଥିବା ହୀରାକୁଦ…

ଓଡ଼ିଶାର ତାମ୍ପରା, ଅଂଶୁପା, ହୀରାକୁଦକୁ ରାମ୍‌ସର ମାନ୍ୟତା

ଭୁବନେଶ୍ୱର, ୧୩।୮(ବ୍ୟୁରୋ) – ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍‌ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର ହୀରାକୁଦ…

ମହାନଦୀ ପାଇଁ ବିପଦ ଛତିଶଗଡ଼ ବର୍ଷା; ବଢ଼ୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ସେଠାରେ ଆସନ୍ତା ଦୁଇଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ଼ ବର୍ଷା ମହାନଦୀ…

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ। କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ରାଜ୍ୟର ବିଭିନ୍ନ…

ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା

ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍‌ ଟିମ୍‌…

୩୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ ଆଉ ୪ ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ବାମପାର୍ଶ୍ୱରେ ୨୬ଟି ଗେଟ୍‌ ଖୋଲିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ…

ଗାଈକୁ ପିଟି ପିଟି ମାରି ମାଂସ ବିକ୍ରି କରୁଥିଲେ: ଜଣଙ୍କୁ ବାନ୍ଧିଲା ହରିଚନ୍ଦନପୁର ପୋଲିସ

କେନ୍ଦୁଝର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଶଗଡ଼ପଟା ପଞ୍ଚାୟତର ଖଡ଼ିବାହାଳୀ ଗ୍ରାମରେ ଏକ ଗାଈକୁ ପିଟି ପିଟି ମାରିଦେଇ ମାଂସ କାଟି ବିକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାମ ଧର୍ମେନ୍ଦ୍ର ବାସ୍କେ ବୋଲି ଜଣାପଡିଛି। ତାଙ୍କଠାରୁ କଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?