ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୦ରେ ଲଘୁଚାପ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରବିବାର ରାତିରୁ ବର୍ଷା ଆରମ୍ଭ ହେବ। ଆସନ୍ତା ୧୯ ତାରିଖରେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ସହିତ କେତେକ ଜିଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେରାପୁଟ, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଷ୍ଠୀ ବା ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଆଗରୁ କେବଳ ବିଦେଶରୁ ଆସୁଥିବା...

ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ...

କେନ୍ଦ୍ରାପଡ଼ାରେ ମିତ୍ତଲ କରିବ ଷ୍ଟିଲ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୫ା୩(ବ୍ୟୁରୋ):କେନ୍ଦ୍ରାପଡ଼ା ଜିଲାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ୧୨ ନିୟୁତ ଟନ୍‌ର ଏକ ମେଗା ଇଣ୍ଟିିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ୫୦ ହଜାର...

ପୋର୍ଟାଲ ଖୋଲିଛି, ଇନ୍‌ଭେଷ୍ଟର୍ସ ନାହାନ୍ତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍‌ଭିଏସ୍‌ଏଫ୍‌) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ...

ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା

ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ,...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ...

ବିଜୁ ଛାତ୍ର ଜନତା ଦଳ ରାଜ୍ୟ, ଜିଲା ସଭାପତି ନିଯୁକ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପରେ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ...

Advertisement
Archives

Model This Week