ଭୁବନେଶ୍ୱରରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର୧୮।୯(ବ୍ୟୁରୋ): କଂଗ୍ରେସ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏବଂ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନେତୃମଣ୍ଡଳୀମାନଙ୍କ ବୈଠକରେ ‘ଭାରତ ଯୋଡ଼ୋ ଯାତ୍ରା- ଓଡ଼ିଶା’ ସମ୍ପର୍କରେ ଉଭୟ ନେତା ବିଚାରବିମର୍ଶ କରିବେ । ଏହାପରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ଏହାଛଡ଼ା ଗଣମାଧ୍ୟମ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଏମ୍‌ପି ଏ. ଚେଲ୍ଲାକୁମାର,ଏଆଇସିସି ସମ୍ପାଦକ ରୁଦ୍ରରାଜୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁନାବେଶ: ରତ୍ନ ଅଳଙ୍କାରରେ ଝଲସିବେ ଦାରୁବିଗ୍ରହ

ପୁରୀ ଅଫିସ, ୧୩।୭: ଆଷାଢ ଶୁକ୍ଳ ଦ୍ୱାଦଶୀ ଶନିବାର ଏହିଦିନ ସୁନାବେଶ ଓ ଶ୍ରୀଗରୁଡ଼ ଶୟନ ନୀତି। ପବିତ୍ର ତିଥିରେ ରଥାରୂଢ ଦାରୁବିଗ୍ରହ ମହଣ ମହଣ...

ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...

ଘରେ ମଞ୍ଚା ବାନ୍ଧି ଶୋଉଛନ୍ତି

ଚମ୍ପୁଆ/ଘାଗରବେଡା, ୧।୧୦(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ବୁଢ଼ାମରା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଗୋଟିଏ ଘରେ ରହୁଛନ୍ତି ୧୪ ଆଦିବାସୀ ପରିବାର...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା...

ଦ୍ୱିତୀୟ ଡୋଜ୍‌ ନେଉନାହାନ୍ତି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ...

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କମିଲା ଶୀତ: ୨୨ରେ ଘନ କୁହୁଡ଼ି, ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଶୀତର ପ୍ରକୋପ ହ୍ରାସ ପାଇ ଯାଇଛି। ସର୍ବନିମ୍ନ ତାପମାତ୍ରା ୧୨ରୁ ୧୮ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଜାନୁୟାରୀ ଶେଷ ନ ହେଉଣୁ ଗରମର ଆଭାସ...

Advertisement
Archives

Model This Week