ରାଜ୍ୟ

ରାଜନୈତିକ ହିଂସା ନେଉଛି ମୁଣ୍ଡ: ୬ ମାସରେ ଗଲାଣି ୮ ଜୀବନ

ବ୍ରହ୍ମପୁର ଅଫିସ,୧୫ା୯: ରକ୍ତରଞ୍ଜିତ ହୋଇ ଉଠିଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟି ଜୀବନ ହାନି ହେଉଛି। ଗତ ପ୍ରାୟ ୬ ମାସ ମଧ୍ୟରେ ୮ ଜଣଙ୍କ…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆହ୍ବାନ

ଭୁବନେଶ୍ୱର, ୧୫ା୯(ବ୍ୟୁରୋ): ରାଜ୍ୟ ସରକାର ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମିଳିତ ସହଯୋଗରେ ମୁମ୍ବାଇରେ ବୁଧବାର ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,…

ଶିଶୁଭବନ କଟକ: ୮୦୦ ରୋଗୀଙ୍କ ଲାଗି ୨୧ ଆଇସିୟୁ

କଟକ ଅଫିସ, ୧୫ା୯: କଟକ ଶିଶୁଭବନରେ ଦିନକୁ ଦିନ ଶିଶୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ସେମାନଙ୍କ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏଠାକୁ ଆଣୁଛନ୍ତି। ତେବେ ଏହି ଚିକିତ୍ସାଳୟରେ ୨୦୦…

ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର ଅପରାହ୍ନରେ ଘଟିଥିବାବେଳେ ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକର ବୁଜ୍ରା ଗ୍ରାମର ରବି ପ୍ରେପେକା ଓ…

ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍‌ସଙ୍ଗ ସମାକୋଈ ନଦୀଘାଟରେ ପାର୍‌ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ମହିଳା ଜଣକ ତଳସାହିର ପ୍ରଭାକର ହେହୁରୀଙ୍କ ସ୍ତ୍ରୀ ସରୋଜିନୀ (୫୦) ବୋଲି ଜଣାପଡ଼ିଛି।…

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ଗ୍ରୀଡ୍‌କୋ ଅଧ୍ୟକ୍ଷ ଭାବେ…

ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ…

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ବର୍ଷା ଅଦାଲତରେ ହାଜର ହୋଇ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଅଯଥା ସମୟ…

ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା: ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାମ୍‌ସା ଗାଁର ପୂର୍ଣ୍ଣଚନ୍ଦ୍ର ନାହାକ ଓରଫ୍‌ ଟୁକୁ(୪୦)ଙ୍କୁ ମଙ୍ଗଳବାର କୋର୍ଟରେ ସାକ୍ଷୀ ଦେବାକୁ କହି ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ଏ ନେଇ ବ୍ରହ୍ମପୁର ପୋଲିସ ଏକ ହତ୍ୟା ମାମଲା…

ହନୁମାନ ପଇସା ଜବତ, ଜଣେ ଗିରଫ

ଦେବଗଡ଼,୧୪ା୯(ଡି.ଏନ୍‌.ଏ.): ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇଥିଲା ପୋଲିସ। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ ହେଉଥିବା ବେଳେ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ ଗ୍ରାହକ ସାଜି…

ନକଲି ଔଷଧ କାରବାର: ମୁହଁ ଖୋଲିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ରାଜ୍ୟରେ କିଛିଦିନ ତଳେ ନକଲି ଔଷଧ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଏ ନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି କେହି ଭୁଲ କରିଥିବେ, ତେବେ ତାଙ୍କୁ…

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବରଗଡ଼ ଜିଲା ଅତାବିରା ବ୍ଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?