ବର୍ଷେ ଯାଏ ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ

କଟକ ଅଫିସ,୨୬।୧୦: ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତାଙ୍କ ନିକଟକୁ ବର୍ଷେ ଲାଗି ତଡ଼ିପାର ନୋଟିସ ପଠାଇଛି କଟକ କମିଶନରେଟ ପୋଲିସ। ଏହା ଅନୁଯାୟୀ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୋଲିସ ଅଞ୍ଚଳରେ ରହିପାରିବେ ନାହିଁ। ତେବେ ସକିଲ ଛଡ଼ା ଆଉ ୧୧ ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।

କିଛି ଦିନ ପୂର୍ବେ ଜାମିନରେ ଆସିଥିଲେ ସକିଲ । ବିବାହ ଲାଗି ତାଙ୍କୁ କୋର୍ଟ ଜାମିନ ଦେଇଥିଲେ। ବିବାହ ପରେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏଣୁ ତାଙ୍କ ବିରୋଧରେ ଏଭଳି ନୋଟିସ୍‌ ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶ ବିରୋଧରେ ସକିଲ ପୋଲିସ କମିଶନରଙ୍କ ନିକଟରେ ମଧ୍ୟ ତାଙ୍କ ପକ୍ଷ ରଖିପାରିବେ।

ସକିଲ ଜଣେ ପେଶାଦାର ଅପରାଧୀ। ଜେଲରୁ ବାହାରିବା ପରେ ସିଧାସଳଖ କିମ୍ବା ପରୋକ୍ଷରେ କୌଣସି ଅପରାଧିକ କାର୍ଯ୍ୟ ସହ ସେ ଜଡ଼ିତ ଥିବା ଜଣାପଡ଼ିନାହିଁ। କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ତଡିପାର ନୋଟିସ କରାଯାଇଛି। ଯଦି କମିଶନରେଟ ପୋଲିସ ଅଞ୍ଚଳ ବାହାରେ ରହି, ସେ ତାଙ୍କ ନେଟୱାର୍କକୁ କାର୍ଯ୍ୟକାରୀ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଯଦି ନୋଟିସକୁ ଅବମାନନା କରନ୍ତି, ତା’ହେଲେ ବି ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri