ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ କ୍ୱାକ୍‌, ଶେଷରେ ହେଲେ ବନ୍ଧା

ଦେବଗଡ଼,୨୬ା୧୦(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ପୋଲିସ ବୁଧବାର କଦମ୍ବଦର୍ହ ଗ୍ରାମରୁ ଜଣେ କ୍ୱାକ୍‌(ନକଲି ଡାକ୍ତର)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲାର ପୂର୍ବନଓ୍ବାପଡ଼ା ଗ୍ରାମର ପ୍ରଶାନ୍ତ କୁମାର ରାୟ ବୋଲି ଜଣାପଡ଼ିଛି। ସେ ଦୀର୍ଘ ୪ ବର୍ଷ ହେଲା ଦେବଗଡ଼ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗ୍ରାମରେ ଏକ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରି ଆସୁଥିଲେ। ଏନେଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ସୂଚନା ପାଇବା ପରେ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତଙ୍କ ବେଆଇନ କ୍ଲିନିକ୍‌ରେ ସଦଳବଳ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉକ୍ତ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ ହୋଇଥିଲା। ସେହିପରି ପ୍ରଶାନ୍ତ କୌଣସି ବୈଧ ସାର୍ଟିଫିକେଟ ଦେଖାଇ ନ ପାରିବାରୁ ପୋଲିସ ତାଙ୍କୁ ବିଭିନ୍ନ ଦଫାରେ ଗିରଫ କରିଥିବା ଦେବଗଡ଼ ଆଦର୍ଶ ଥାନାଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ମାତ୍ର ଦଶମ ଶ୍ରେଣୀ ପାଠ ପଢ଼ିଥିବା ବେଳେ ସେ ୧୫ ଶହ ଟଙ୍କାରେ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଅଲଟରନେଟିଭ ମେଡିଶିନ’ ନାମକ ଏକ ସଂସ୍ଥାର ନକଲି ସାର୍ଟିଫିକେଟ କିଣିବା ସହ ପ୍ରଥମେ ଝାରସୁଗୁଡ଼ା ଓ ଠେଲକୁଲି ଅଞ୍ଚଳରେ କ୍ଲିନିକ୍‌ ଖୋଲି ଲୋକଙ୍କର ଚିକିତ୍ସା କରୁଥିଲେ। ସେଠାରେ ନିଜକୁ ଡାକ୍ତର ପରିଚୟ ଦେଇ ପ୍ରାୟ ୭/୮ ବର୍ଷ ଏଭଳି ଚିକିତ୍ସା କରିବା ପରେ ୪ ବର୍ଷ ହେଲା ସେଠାରୁ ପଳାଇ ଆସି ଦେବଗଡ଼ ଜିଲାର କଦମ୍ବଦର୍ହ ଗ୍ରାମରେ ଲୋକଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ପ୍ରଶାନ୍ତ ସ୍ବୀକାର କରିଛନ୍ତି। ସେ ଦେବଗଡ଼ ସହରର ଏକାଧିକ ପ୍ରତିଷ୍ଠିତ ଔଷଧ ଦୋକାନରୁ ଔଷଧ କିଣି ରୋଗୀମାନଙ୍କୁ ଚଢ଼ା ଦରରେ ବିକ୍ରି କରୁଥିବା ମଧ୍ୟ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?