ରାଜ୍ୟ

ରାଜଧାନୀରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଜବତ କଲା ପୋଲିସ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବତୀ ଜଣଙ୍କ ହେଲେ ଢେଙ୍କାନାଳ ଜିଲାର କବିତା ବାରିକ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି…

ଶୀତ ପାଇଁ ନନ୍ଦନକାନନ ସମୟ ବଦଳିଲା

ବାରଙ୍ଗ,୧।୧୦(ଡି.ଏନ୍‌.ଏ.)- ଶୀତ ଋତୁ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସମୟ ପରିିବର୍ତ୍ତନ ହୋଇଛି। ଏଣିକି ପର୍ଯ୍ୟଟକଙ୍କ ଲାଗି ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଉଭୟ ଉଦ୍ୟାନ। ଅକ୍ଟୋବର ପହିଲାଠାରୁ ମାର୍ଚ୍ଚ ୩୧ତାରିଖ…

ଦୁର୍ଗାପୂଜା ପାଇଁ ମୁତୟନ ହେବେ ୨୩୦ ପ୍ଲାଟୁନ୍‌ ଫୋର୍ସ

କଟକ ଅଫିସ,୧ା୧୦: ଚଳିତବର୍ଷ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲାର ପୋଲିସବାହିନୀ ସହ ଅଧିକ ୨୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରେ କଟକରେ ୫୦…

ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ

କର୍ଲାମୁଣ୍ଡା,୧ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଏହି ଗ୍ରାମର କରୁଣା ବାଗ ତାଙ୍କ ସ୍ତ୍ରୀ ମଲ୍ଲୀ ବାଗ,ବଡ଼ ଝିଅ…

ବିଦ୍ୟାଳୟ ଛାତ ପ୍ଲାଷ୍ଟର ଖସି ୭ ଛାତ୍ରୀଛାତ୍ର ଆହତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଜଣ ଆଦିବାସୀ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଶ୍ରେଣୀରେ ପାଠ ପଢୁଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିଥିଲା। ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି। ଏ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳିପଡ଼ିଆରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ସିଦ୍ଧାର୍ଥ ନାୟକ (୨୩) ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧାର କମନବର ହରିଜନ ସାହିରେ। କୌଣସି…

ସାଇକ୍ରାଟିକ୍‌ ଡାକ୍ତରଙ୍କଠାରୁ ମେଡିସିନ୍‌ ଖାଉଥିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଗୋପ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ସାଇକ୍ରାଟିକ୍‌ ଡାକ୍ତରଙ୍କ ପରାମର୍ଶ କ୍ରମେ ଧର୍ମେନ୍ଦ୍ର ମେଡିସିନ ଖାଉଥିବା ଜଣାପଡ଼ିଛି। ସେ ମୃତ୍ୟୁର କିଛିଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଡାକ୍ତର…

ଡେଡ୍‌ଲାଇନ୍‌ ସରିଥିଲେ ବି ଦିଆଯିବ ମାଗଣା ଟିକା

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଡେଡ୍‌ଲାଇନ୍‌ ସରିଥିଲେ ବି ମାଗଣା ଟିକା ଦିଆଯିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ବି ବୁଷ୍ଟର ଟିକାକରଣ ଆଗକୁ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।…

ଆଜିଠୁ ହାଇକୋର୍ଟର ପୂଜା ଅବକାଶ

କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦ ତାରିଖରୁ ହାଇକୋର୍ଟରେ ପୂର୍ବ ପରି କାର୍ଯ୍ୟ ଚାଲିବ । ପୂଜା ଅବକାଶରେ ୩ ଦିନ…

ଘାଟିରେ ଭୂସ୍ଖଳନ: ୧୧ ଦିନ ହେଲା ଯାତାୟାତ ବନ୍ଦ

ଦାରିଙ୍ଗବାଡି,୧।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ବର୍ଷାରେ ଗତ ୧୧ଦିନ ତଳେ ଭୂସ୍ଖଳନ ହୋଇଥିଲା। ହେଲେ ଏବେ ସୁଦ୍ଧା ତାହା ସ୍ବାଭାବିକ ହୋଇପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରାଜପଥଟି ଗୋପାଳପୁରଠାରୁ…

ଛତିଶଗଡ଼ରେ ବଲାଙ୍ଗୀରର ୪ ଜଣଙ୍କୁ ହତ୍ୟା: ୩ ଗିରଫ

ବଲାଙ୍ଗୀର ଅଫିସ, ୧ା୧୦: ଛତିଶଗଡର ଭିଲାଇ ନିକଟ ଏକ ଫାର୍ମହାଉସରେ ବଲାଙ୍ଗୀର ଜିଲାର ଗୋଟିଏ ଦାଦନ ଶ୍ରମିକ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣା ଛତିଶଗଡ଼ ଏବଂ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?