Advertisement

୧୭ରୁ ତୃତୀୟରୁ ନବମ ଶ୍ରେଣୀ ମିଡ୍‌-ଟର୍ମ ଆସେସ୍‌ମେଣ୍ଟ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଏ ନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସୋମବାର ସମସ୍ତ ଜିଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏକାଡେମିକ) ଏବଂ ସମଗ୍ର ଶିକ୍ଷାକୁ ଚିଠି ଲେଖିଛନ୍ତି। ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ସଂକ୍ରାନ୍ତରେ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପାଇଁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ରେଜଲ୍ଟ ଏକ ପ୍ରୋଗ୍ରେସ କାର୍ଡରେ ଦିଆଯିବ ଏବଂ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଡ୍ୟାସ୍‌ବୋର୍ଡରେ ଅପ୍‌ଲୋଡ୍‌ କରାଯିବ। ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖିବା ଏବଂ ପରୀକ୍ଷା ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ପ୍ରସ୍ତୁତି ନେଇ ଜିଲାସ୍ତରରେ ଏକ ସମୀକ୍ଷା ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ତୃତୀୟରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଅନୁଷ୍ଠିତ ହେବ। ୧୭ ତାରିଖରେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଓଡ଼ିଆ ଓ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂଲିଶ ପରୀକ୍ଷା ହେବାକୁ ଥିବାବେଳେ ୧୮ ତାରିଖରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଏବଂ ୧୯ରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଇଭିଏସ୍‌ ଓ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଏସ୍‌ଏଲ୍‌ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୭।୯(ବ୍ୟୁରୋ): ପାରାଦୀପ ବନ୍ଦରରେ କନଭେୟର ବେଲ୍ଟ ମରାମତି ପାଇଁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସାନ...

ରାଜଧାନୀର ଆଉ ୧୧ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୮।୧(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ...

ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର...

ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ...

୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ...

ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା...

ଡାକ୍ତରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଡାକ୍ତର ଜଣକ ହେଲେ ସୁଶୀଲ ସାହୁ। ସେ ଆତ୍ମହତ୍ୟା...

ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।...

Advertisement
Archives

Model This Week