ଲକ୍ଷେ ଦୀପରେ ଝଲସିବ ବଡ଼ଦାଣ୍ଡ

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗତବର୍ଷ ସିଂହଦ୍ୱାରଠାରୁ ଶରଧାବାଲି ଯାଏ, ନୃସିଂହ ମନ୍ଦିରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା ପାଇଁ ୧ଲକ୍ଷ ଦୀପ ଜଳାଯାଇଥିଲା। ଚଳିତ ବର୍ଷ ମଧ୍ୟ ମହାମାରୀମୁକ୍ତ ବିଶ୍ୱ ଏବଂ ଜଗତକଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଦେବ ଦୀପାବଳି ସନ୍ଧ୍ୟାରେ ପୁନର୍ବାର ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନଭେମ୍ବର ୨୩ ବୁଧବାର ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ଓଡ଼ିଶା ଇଣ୍ଟରନ୍ୟାଶନାଲ୍‌ ସେଣ୍ଟର, ଭୁବନେଶ୍ୱର, ଛତିଶା ନିଯୋଗ ଓ ପୁରୀର ସ୍ବେଚ୍ଛାସେବୀ ସଂଗଠନ ସମୂହ ତଥା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ଭବନଠାରେ ଆୟୋଜିତ ସମ୍ମିଳନୀରେ ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସ୍ନାୟୁରୋଗ ବିଶେଷଜ୍ଞ ଡା. ଅଶୋକ କୁମାର ମହାପାତ୍ର, ଉପାଧ୍ୟକ୍ଷ ଶଙ୍କର ପରିଡ଼ା ଏବଂ ଦୀପଦାନ କମିଟିର ବରିଷ୍ଠ ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଏହି ସୂଚନା ଦେଇଛନ୍ତି। ଛତିଶା ନିଯୋଗର ସେବାୟତମାନଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ଭିତରୁ ଦୀପ ଆସି ବଡ଼ଦାଣ୍ଡରେ ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୀପଦାନ କାର୍ଯ୍ୟକ୍ରମ ପାଇଁ ୫୦ଟିଣ ଘିଅ ଓ ୧୦୦ ଟିଣ ତେଲ ବ୍ୟବହାର କରାଯିବ। ବିଭିନ୍ନ ମହାମାରୀରୁ ମାନବଜାତିକୁ ରକ୍ଷାକରିବା ପାଇଁ ୨୩ ତାରିଖ ପୂର୍ବାହ୍ନ ୧୦ଟାରେ ପୁରୀ ବଡ଼ଦାଣ୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟ ରାଣୀସତୀ ମଣ୍ଡପଠାରେ ଶ୍ରୀଅଚ୍ୟୁତାୟ ନମଃ, ଶ୍ରୀଅନନ୍ତାୟ ନମଃ ଏବଂ ଶ୍ରୀଗୋବିନ୍ଦାୟ ନମଃ ମନ୍ତ୍ର ୧୦୮ଥର ଜପ କରିବା ସହିତ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯିବ। ଏଥିସହ ଉକ୍ତ ଦିନ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ କାର୍ଯ୍ୟକ୍ରମ ସଭାପତି ରମେଶ କୁମାର କେଜିରୱାଲ୍‌, ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସମ୍ମିଳନୀରେ ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନ୍‌ଗୋ, ବିଶିଷ୍ଟ ସାମାଜିକକର୍ମୀ ସୁଦର୍ଶନ ପ୍ରଧାନ, ସେଣ୍ଟର ପରିଚାଳନା ଟ୍ରଷ୍ଟି ତଥା ଦୀପଦାନ କମିଟିର ଆବାହକ ଭାବଗ୍ରାହୀ ଶାନ୍ତି, ସଭାପତି ରତିକାନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀପାଞ୍ଜଳି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବରେ ନିର୍ମିତ ମାଟି ଦୀପର ଉନ୍ମୋଚନ ଅନୁଷ୍ଠାନର ଅଧ୍ୟକ୍ଷ ମହାପାତ୍ର ଏବଂ ଅତିଥିଙ୍କ ଦ୍ୱାରା ହୋଇଯାଇଛି। ଏହି ଦୀପ ତୈଳଚିତ୍ର ଶିଳ୍ପୀ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ସୁନାରାମ ସିଂହଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri