‘ଅକ୍ଷର’ ଅନିଶ୍ଚିତତା: ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ବର, ୧୫ା୧୧ (ବ୍ୟୁରୋ): ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ସୋମବାର ଦୁଇଥର ବୈଠକ ଓ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଏହି ମହୋତ୍ସବ ପାଇଁ ଭୁବନେଶ୍ବରରେ ଜାଗା ମିଳୁନାହିଁ ବୋଲି ଆୟୋଜନ କମିଟି କହୁଥିବାବେଳେ ସମାଧାନର ବାଟ ବାହାରିପାରୁ ନାହିଁ। ଦୁଇବର୍ଷ ଧରି ‘ଅକ୍ଷର’ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ମଧ୍ୟ ସୃଷ୍ଟି ହୋଇଥିବା ଏ ପରିସ୍ଥିତି ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟର ସ୍ଥାଣୁତା ଓ ଅଦୂରଦର୍ଶିତାକୁ ଦାୟୀ କରିଛନ୍ତି ପାଠକ, ପ୍ରକାଶକ, ଲେଖକ ଓ ବୁଦ୍ଧିଜୀବୀ ମହଲ।
ପଡ଼ିଆରେ ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏ ୧୦ ଦିନ ଧରି ୪ର୍ଥ ରାଜ୍ୟ ପୁସ୍ତକମେଳା ହେବ ବୋଲି ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିଲା। ୨୦୨୩ ଜାନୁୟାରୀ ହକି ବିଶ୍ୱକପ୍‌ ସମୟରେ ପ୍ରଦର୍ଶନୀ ପଡ଼ିଆରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଡଟ୍‌ ଫେଷ୍ଟ୍‌ ହେବ। ଏଥିପାଇଁ ପୁସ୍ତକ ମହୋତ୍ସବ ସ୍ଥାନରେ ମାସକ ପୂର୍ବରୁ ଅର୍ଥାତ୍‌ ଡିସେମ୍ବରରୁ ହିଁ ପ୍ରସ୍ତୁତି ଚାଲିବ। ଯେଉଁଥିପାଇଁ ଇଡ୍‌କୋ ପୁସ୍ତକ ମହୋତ୍ସବ ପାଇଁ ଅନୁମତି ଦେଉ ନ ଥିବା କୁହାଯାଉଛି। ଏପଟେ ଅନ୍ୟ ସ୍ଥାନରେ ମହୋତ୍ସବ ଆୟୋଜନ ହେଲେ ପାଠକ ଜାଣିପାରିବେ ନାହିଁ ବୋଲି କହି ଚୁପ୍‌ ବସିଛି ଆୟୋଜକ ସଂସ୍କୃତି ନିର୍ଦ୍ଦେଶାଳୟ। ତେଣୁ ‘ଅକ୍ଷର’ ପାଇଁ ସମସ୍ୟା ସୃଷ୍ଟି କରୁଥିବା ପଡ଼ିଆ ଓ ସମୟ ସ୍ଥିର ପାଇଁ ସୋମବାର ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା ଓ ମହୋତ୍ସବ ଆୟୋଜନ କମିଟିର ଅନ୍ୟ ୩ଜଣ ସଦସ୍ୟ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟର ୮/୧୦ଦିନ ପୂର୍ବରୁ ମହୋତ୍ସବ କରିବାକୁ ଜାଗା ଦେବାକୁ ପ୍ରସ୍ତାବ ରଖିଥିଲେ। ହେଲେ ଏନେଇ ବିଡିଏ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇ ନ ଥିଲା। ପରେ ସନ୍ଧ୍ୟାରେ ମେଳା କମିଟିର ସଦସ୍ୟମାନେ ସଂସ୍କୃତି ନିର୍ଦ୍ଦେଶକ ଓ ସଂସ୍କୃତି ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ପୁସ୍ତକମେଳା ଆୟୋଜନ ନେଇ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କୌଣସି ସ୍ପଷ୍ଟ ମନ୍ତବ୍ୟ ରଖି ନ ଥିଲେ ମଧ୍ୟ ଏ ସମ୍ପର୍କରେ ମଙ୍ଗଳବାର ଜଣାଇବେ ବୋଲି ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି।

ଅଧିକାରୀଙ୍କ ଅଦୂରଦର୍ଶିତାକୁ ଦାୟୀ କଲେ ପ୍ରକାଶକ

କଥାକାର ତଥା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ପୁସ୍ତକମେଳା ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ଓ ସାଧନ ଯୋଗାଇଛନ୍ତି। କିନ୍ତୁ କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀଙ୍କ ଖାମଖିଆଲ ନୀତି ଓ ଅଦୂରଦର୍ଶିତା ଯୋଗୁ ରାଜ୍ୟ ପୁସ୍ତକ ମହୋତ୍ସବ ବାରମ୍ବାର ବାତିଲ ହେଉଛି ଓ ସରକାର ନିନ୍ଦିତ ହେଉଛନ୍ତି। ଆମ ପ୍ରକାଶକ ସଂଘର ବାରମ୍ବାର ଅନୁରୋଧ ସତ୍ତ୍ବେ ଭୁବନେଶ୍ବରର ପ୍ରକାଶକଙ୍କୁ ମେଳା ଆୟୋଜନ ଓ ତତ୍‌ସମ୍ପର୍କିତ ନିଷ୍ପତ୍ତି ବୈଠକରୁ ଜାଣିଶୁଣି ଦୂରେଇ ରଖାଯାଉଛି। ଏପରିକି ପୁସ୍ତକମେଳା ଆଦୌ ନ ହୋଇ ବ୍ୟାପକ ଅର୍ଥ ତୋସାରପାତର ଅଭିଯୋଗ ମଧ୍ୟ ଉଠିଛି। ବିଶ୍ବକପ୍‌ ହକି ହେବାନେଇ ବର୍ଷେ ଆଗରୁ ସ୍ଥିର ହୋଇଛି। ସେହି ସମୟରେ ଡଟ୍‌ ଫେଷ୍ଟ ଭଳି ଏକ ଆନ୍ତର୍ଜାତିକ ଉତ୍ସବ ଆୟୋଜନ ପାଇଁ ମଧ୍ୟ ବହୁ ଆଗରୁ ବିଡିଏ ନିଷ୍ପତ୍ତି ନେଇଛି। ନିଜର ଅବହେଳା ଓ ଅନ୍ୟ ବିଭାଗ ସହ ସମନ୍ବୟ ଅଭାବରୁ ସଂସ୍କୃତି ନିର୍ଦେଶାଳୟ ଏବେ ‘ଅକ୍ଷର’କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆ ଭଳି ଭୁବନେଶ୍ବର ସହର ଭିତରେ ପୁସ୍ତକ ମହୋତ୍ସବ ପାଇଁ ବହୁ ସ୍ଥାନ ରହିଛି। ସଂସ୍କୃତି ନିର୍ଦ୍ଦେଶାଳୟ ପୂର୍ବରୁ ଏକଥା ଚିନ୍ତା ନ କରି ନିଘୋଡ଼ ନିଦରେ ଶୋଇଯାଇଥିଲା। ଏବେ ଅସନ୍ତୋଷ କୁହୁଳିବା ପରେ ନିଦ ଭାଙ୍ଗୁଛି। ଏଥିପାଇଁ ଅନ୍ୟତ୍ର ସ୍ଥାନ ସ୍ଥିର କରାଯିବା ସହ ଭୁବନେଶ୍ବରର ପ୍ରମୁଖ ପ୍ରକାଶକଙ୍କୁ ‘ଅକ୍ଷର’ ଆୟୋଜନରେ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri