ଷ୍ଟାର୍ଟଅପ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌:ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆୟୋଜନ ହେବାକୁ ଥିବା ଯୁବ ସମ୍ମିଳନୀରେ ମହାରାଷ୍ଟ୍ରର ନେହା ଶିବାଜୀ ନାଏକଓ୍ବାଡ଼େ ଯୁବ ପରିବେଶବିତ୍‌ ଭାବେ ଯୋଗଦେବେ। ନେହା ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। କିନ୍ତୁ ପରିବେଶ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି। ବିଶେଷ କରି ଶୂନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ନେହାଙ୍କୁ ମିଳିତ ଜାତିସଂଘ ୟୁଥ୍‌ କ୍ଲାଇମେଟ୍‌ ଲିଡର ଭାବେ ମନୋନୀତ କରିଛି। ଯୁବ ଉଦ୍ୟୋଗୀ ନେହା ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି। ଶୂନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ପରଓ୍ବାହ’ ଯୁବ ସଂସ୍ଥାର ସେ ସହ ପ୍ରତିଷ୍ଠାତା(କୋ-ଫାଉଣ୍ଡର) ଅଛନ୍ତି। ନେହା ଏକ କ୍ଲାଇମେଟ୍‌ ଡାଟା ପ୍ରୋଗ୍ରାମ୍‌ ନିର୍ମାଣ କରିଛନ୍ତି, ଯାହାକି ଏଆଇ-ଏମ୍‌ଏଲ୍‌, ବିଗ୍‌ ଡାଟା ଏବଂ ଆଡ୍‌ଭାନ୍ସଡ୍‌ କ୍ଲାଇମେଟ୍‌ ମଡେଲିଂ ଭଳି ଡାଟା ଟେକ୍ନୋଲୋଜି ସହିତ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ କରିବା ଏହି ପ୍ରୋଗ୍ରାମର ଲକ୍ଷ୍ୟ ରହିଛି। ୟଙ୍ଗ୍‌ ଲିଡର୍ସ ଫର୍‌ ଆକ୍ଟିଭ ସିଟିଜେନଶିିପ୍‌ (ଓ୍ବାଇଏଲ୍‌ଏସି)ରେ ଆକ୍ସନ ଫେଲୋ ଭାବେ ନୀତି ନିର୍ଣ୍ଣୟ ଏବଂ ସିଏସ୍‌ଆର୍‌ ପଦକ୍ଷେପ ଉପରେ ସେ ବ୍ୟାପକ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ କ୍ଲାଇମେଟ୍‌ କଲେକ୍ଟିଭ୍‌ ଫାଉଣ୍ଡେଶନର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁଠି ସେ ଜଳବାୟୁ ଭିତ୍ତିକ ଷ୍ଟାର୍ଟଅପ୍‌କୁ ସୁଦୃଢ଼ କରିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଳବାୟୁ-ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛନ୍ତି। ନେହା ୟୁନାଇଟେଡ୍‌ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନ୍‌ଡିପି) ୟୁଥ୍‌ କୋ-ଲ୍ୟାବ୍‌ର ଅନ୍ୟତମ ସଦସ୍ୟ ରହିଛନ୍ତି। ନେହା କୁହନ୍ତି, ଜଳବାୟୁ ବିପଦକୁ ବୁଝିବା ଏବଂ ପରିଚାଳନା ପାଇଁ ଅଭିନବତ୍ୱକୁ ବ୍ୟାପକ ଏବଂ ପ୍ରଯୁକ୍ତିର ବ୍ୟବହାର କରିବା ଜରୁରୀ ଅଟେ। ଏହି ନୂତନ ପ୍ରଯୁକ୍ତି ଏବଂ ସମାଧାନର ବିକାଶ ପାଇଁ ଷ୍ଟାର୍ଟଅପ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri