ଶିଶୁଙ୍କ ପାଇଁ ‘ପ୍ରାରମ୍ଭ’

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଶିଶୁମାନଙ୍କ ସୁରକ୍ଷା, ବଞ୍ଚିବା, ସ୍ବାସ୍ଥ୍ୟ, ଶିକ୍ଷା, ଅଧିକାର ଓ ବିକାଶକୁ ସୁନିଶ୍ଚିତ କରିବାକୁ ସରକାର ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ପ୍ରଣୟନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ଏହି ନୀତି ମାଧ୍ୟମରେ ପିଲାମାନଙ୍କର ସର୍ବୋଚ୍ଚ ବିକାଶ ଉପରେ ଧ୍ୟାନ ଦିଆଯିବ। ଏହି ନୀତି ଜାତିସଂଘର କନ୍‌ଭେନଶନ ଅନ୍‌ ଦି ରାଇଟସ ଅଫ୍‌ ଦି ଚାଇଡ୍‌(ୟୁଏନସିଆରସି) ସହିତ ତାଳଦେଇ ଏକ ଶିଶୁକୁ ମା’ ଗର୍ଭରୁ ୧୮ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରିବ। ଏହା ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏହି ନୀତିରେ ୭ଟି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଶିଶୁମାନଙ୍କର ୧-ବଞ୍ଚିବା (ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ଜଳ, ପରିମଳ ଓ ସ୍ବଚ୍ଛତା), ୨- ଶିକ୍ଷା ଓ ସାମଗ୍ରିକ ବିକାଶ, ୩- ଶିଶୁଙ୍କ ସୁରକ୍ଷା (ନିର୍ଯାତନା, ଶୋଷଣ, ଅବହେଳା, ଅସଦାଚରଣ, ହିଂସା, ଶିଶୁ ଶ୍ରମ, ଶିଶୁ ବିବାହ, ଶିଶୁ ଚାଲାଣ, ଡ୍ରଗ୍ସ /ପଦାର୍ଥର ଅପବ୍ୟବହାର, ଅନ୍‌ଲାଇନ ନିର୍ଯାତନା) ୪- ପରିଚୟ, ପରିବାର/ବିକଳ୍ପ ଯତ୍ନ, ଜନ୍ମ ପଞ୍ଜୀକରଣ, ଜୀବନଧାରଣ ମାନ, ୫-ଦୁର୍ବଳ ବର୍ଗର ପିଲାଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ, ୬- ଶିଶୁଙ୍କ ପାଇଁ ନ୍ୟାୟ ପ୍ରଦାନ ଏବଂ ଆଇନଗତ ବ୍ୟବସ୍ଥା, ୭- ଶିଶୁଙ୍କ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା ।
ପ୍ରତିକୂଳ ପରିସ୍ଥିତିରେ ଶିଶୁମାନଙ୍କର ସୁରକ୍ଷା ତଥା ସ୍ବଚ୍ଛତା ଉପରେ ଏହି ନୀତିରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ଏହି ନୀତିର ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ଯୋଜନା ବିଜ୍ଞପ୍ତି ପ୍ରକାଶ ପାଇବାର ୧ ବର୍ଷ ମଧ୍ୟରେ ଆରମ୍ଭ ହେବ। ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ଓ ସଂଗଠନ ଏକ ମିଳିତ ଆଭିମୁଖ୍ୟ ମାଧ୍ୟମରେ ରାଜ୍ୟସ୍ତରରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ଏହି ପ୍ରକ୍ରିୟାରେ ଜଡ଼ିତ ସମସ୍ତ ହିତାଧିତ୍କାରୀଙ୍କ ମଧ୍ୟରେ ସମନ୍ବୟ ଆଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରିବ। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟରେ ଅଣଧାନ ଫସଲ କରିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବାକୁ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କୃଷକମାନଙ୍କର ଆୟ ବଢ଼ାଇବା ପାଇଁ ଅର୍ଥକରୀ ଫସଲ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ବର୍ଷରେ ରାଜ୍ୟରେ ୩ଲକ୍ଷ ୭୦ ହଜାର ହେକ୍ଟର ଚାଷ ଜମିରେ ଡାଲି, ତୈଳବୀଜ ତଥା ଅଣଧାନ ଫସଲ କରାଯିବ। ସେହିପରି ୫୦ ହଜାର ହେକ୍ଟରରେ ପାରମ୍ପରିକ ଚାଷ କରାଯିବ। ଏଥିପାଇଁ ରାଜ୍ୟ ସରକାର ୯୨୯.୫୬ କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri