ଶିଶୁଙ୍କ ପାଇଁ ‘ପ୍ରାରମ୍ଭ’

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଶିଶୁମାନଙ୍କ ସୁରକ୍ଷା, ବଞ୍ଚିବା, ସ୍ବାସ୍ଥ୍ୟ, ଶିକ୍ଷା, ଅଧିକାର ଓ ବିକାଶକୁ ସୁନିଶ୍ଚିତ କରିବାକୁ ସରକାର ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ପ୍ରଣୟନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ଏହି ନୀତି ମାଧ୍ୟମରେ ପିଲାମାନଙ୍କର ସର୍ବୋଚ୍ଚ ବିକାଶ ଉପରେ ଧ୍ୟାନ ଦିଆଯିବ। ଏହି ନୀତି ଜାତିସଂଘର କନ୍‌ଭେନଶନ ଅନ୍‌ ଦି ରାଇଟସ ଅଫ୍‌ ଦି ଚାଇଡ୍‌(ୟୁଏନସିଆରସି) ସହିତ ତାଳଦେଇ ଏକ ଶିଶୁକୁ ମା’ ଗର୍ଭରୁ ୧୮ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରିବ। ଏହା ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏହି ନୀତିରେ ୭ଟି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଶିଶୁମାନଙ୍କର ୧-ବଞ୍ଚିବା (ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ଜଳ, ପରିମଳ ଓ ସ୍ବଚ୍ଛତା), ୨- ଶିକ୍ଷା ଓ ସାମଗ୍ରିକ ବିକାଶ, ୩- ଶିଶୁଙ୍କ ସୁରକ୍ଷା (ନିର୍ଯାତନା, ଶୋଷଣ, ଅବହେଳା, ଅସଦାଚରଣ, ହିଂସା, ଶିଶୁ ଶ୍ରମ, ଶିଶୁ ବିବାହ, ଶିଶୁ ଚାଲାଣ, ଡ୍ରଗ୍ସ /ପଦାର୍ଥର ଅପବ୍ୟବହାର, ଅନ୍‌ଲାଇନ ନିର୍ଯାତନା) ୪- ପରିଚୟ, ପରିବାର/ବିକଳ୍ପ ଯତ୍ନ, ଜନ୍ମ ପଞ୍ଜୀକରଣ, ଜୀବନଧାରଣ ମାନ, ୫-ଦୁର୍ବଳ ବର୍ଗର ପିଲାଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ, ୬- ଶିଶୁଙ୍କ ପାଇଁ ନ୍ୟାୟ ପ୍ରଦାନ ଏବଂ ଆଇନଗତ ବ୍ୟବସ୍ଥା, ୭- ଶିଶୁଙ୍କ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା ।
ପ୍ରତିକୂଳ ପରିସ୍ଥିତିରେ ଶିଶୁମାନଙ୍କର ସୁରକ୍ଷା ତଥା ସ୍ବଚ୍ଛତା ଉପରେ ଏହି ନୀତିରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ଏହି ନୀତିର ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ଯୋଜନା ବିଜ୍ଞପ୍ତି ପ୍ରକାଶ ପାଇବାର ୧ ବର୍ଷ ମଧ୍ୟରେ ଆରମ୍ଭ ହେବ। ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ଓ ସଂଗଠନ ଏକ ମିଳିତ ଆଭିମୁଖ୍ୟ ମାଧ୍ୟମରେ ରାଜ୍ୟସ୍ତରରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ଏହି ପ୍ରକ୍ରିୟାରେ ଜଡ଼ିତ ସମସ୍ତ ହିତାଧିତ୍କାରୀଙ୍କ ମଧ୍ୟରେ ସମନ୍ବୟ ଆଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରିବ। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟରେ ଅଣଧାନ ଫସଲ କରିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବାକୁ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କୃଷକମାନଙ୍କର ଆୟ ବଢ଼ାଇବା ପାଇଁ ଅର୍ଥକରୀ ଫସଲ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ବର୍ଷରେ ରାଜ୍ୟରେ ୩ଲକ୍ଷ ୭୦ ହଜାର ହେକ୍ଟର ଚାଷ ଜମିରେ ଡାଲି, ତୈଳବୀଜ ତଥା ଅଣଧାନ ଫସଲ କରାଯିବ। ସେହିପରି ୫୦ ହଜାର ହେକ୍ଟରରେ ପାରମ୍ପରିକ ଚାଷ କରାଯିବ। ଏଥିପାଇଁ ରାଜ୍ୟ ସରକାର ୯୨୯.୫୬ କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?