Advertisement

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମାର୍କେଟ୍‌ ନିଲାମ କେନ୍ଦ୍ରକୁ ଆଣି ବିକ୍ରି କରିଛନ୍ତି। ଏହି ମାଛର ଓଜନ ୫ କୁଇଣ୍ଟାଲ ଓ ଦେଖିବାକୁ ଦୈତ୍ୟାକୃତି ଭଳି। କୋଲକାତାର ଏକ କମ୍ପାନୀ ମାଛକୁ ୨୦ହଜାର ଟଙ୍କାରେ କିଣି ନେଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ମାର୍କେଟ୍‌ରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ସଙ୍କର ଜାତୀୟ ମାଛ ସ୍ବାଦିଷ୍ଟ ହୋଇଥିବାରୁ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ବହୁ ଦାମ୍‌ରେ ବିକ୍ରି କରାଯାଉଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଦୀଘା ମୁହାଣ ମାଛ ମାର୍କେଟରେ ସାଢ଼େ ୫ କୁଇଣ୍ଟାଲର ଏକ ତେଲିଆ ଭୋଲା ମାଛ ନିଲାମ କରାଯାଇ ୨ଲକ୍ଷ ୭୦ ହଜାରରେ ବିକ୍ରି କରାଯାଇଥିଲା। କିଛିବର୍ଷ ପରେ ଏହି ବିରଳ ପ୍ରଜାତିର ମାଛ ଧରାଯାଇଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଗଭୀର ସମୁଦ୍ରରେ ଏଭଳି ବିରଳ ପ୍ରଜାତିର ମାଛ ଧରାଯାଉଥିବାରୁ ସାମୁଦ୍ରିକ ଜୀବ ବଂଶ ଲୋପପାଇବ ବୋଲି ଆଶଙ୍କା କରିଥିବା ସାମୁଦ୍ରିକ ବିଜ୍ଞାନୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ପଦବୀ ପୂରଣ ନେଇ ଭାଜପା ପକ୍ଷରୁ ବିକ୍ଷୋଭ

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଖାଲିପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ସ୍ଥାନୀୟ ଭାଜପା ନଗର...

ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା...

ହତ୍ୟାକାରୀଙ୍କୁ ଫାଶୀ ଦିଅ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ନର୍ସ ନୀହାରିକା ପାତ୍ର ଗତ ୮ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାର ୯ଦିନ ପରେ ବିରିଡ଼ି ଥାନା ବିଲୁଆଖାଇ ନଦୀପଠାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା।...

ଟ୍ରକ୍‌ ଧକ୍କାରେ ମହିଳା ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତିର୍ତ୍ତୋଲ, ୯।୬(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା-ଏରସମା ରାସ୍ତାର କୋତପୁର ନିକଟରେ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ...

ଐତିହ୍ୟକୁ ଅଣଦେଖା

ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ...

ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ...

ହାଇଓ୍ବା ଧକ୍କା: ଜଣେ ମୃତ, ଜଣେ ଗୁରୁତର; ସ୍ଥାନୀୟ ଲୋକଙ୍କ ରାସ୍ତାରୋକୋ

ବଅଁରପାଳ,୯।୧(ଡି.ଏନ୍‌.ଏ.): ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଗୁରୁବାର ସକାଳେ ଏକ ହାଇଓ୍ବା ଧକ୍କାରେ ପୁରୁଣାଗଡ଼ ଅଞ୍ଚଳର ମନୁ ବାରିକ(୨୫)...

କୋଭିଡ଼ ଅନାଥଙ୍କୁ ମାଗଣା ପାଠପଢା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ଼ ଅନାଥ ପିଲା ଏଣିକି ମାଗଣାରେ ପଢିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହୋଇଛି ନୂଆ ବ୍ୟବସ୍ଥା।...

Advertisement
Archives

Model This Week