ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବୁଧବାର ଶପଥ ପାଠ କରାଇଛନ୍ତି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଗତ ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।…
ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆଉ ନାହାନ୍ତି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷ। ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୫…
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ଟାରୁ ରାତି ୯ଟା ଯାଏ ଦର୍ଶନ ବନ୍ଦ
ପୁରୀ ଅଫିସ,୯।୧୧: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା…
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁତୟନ ହେବେ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ୩୦୦ ପୋଲିସ ଅଧିକାରୀ…
ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ, ୪ ଆହତ
ଖୋର୍ଦ୍ଧା ଅଫିସ,୯।୧୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଭୂଇଁପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ…
ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ୨ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୧୬ ଏବଂ ଲୋକାଲ କେସରୁ ୧୦ ଜଣ ରହିଛନ୍ତି। ଚିହ୍ନଟ…
ରାମଚଣ୍ଡୀ ପୀଠରେ ପର୍ଯ୍ୟଟକଙ୍କୁ ଶୋଷଣ
କୋଣାର୍କ,୯।୧୧(ଡି.ଏନ୍.ଏ.): ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଫି ଆଦାୟ ନେଇ ସେବାୟତ ସଂଘ ଅଭିଯୋଗ କରିଛି। ପୂର୍ବରୁ ଏପରି କରୁଥିବାବେଳେ ପର୍ଯ୍ୟଟନ ଅଧିକାରୀଙ୍କ ବାରଣର କିଛି ଦିନ ପରେ ପୁନର୍ବାର ଫି ଆଦାୟ ହୋଉଥିବା ଅଭିଯୋଗ ହୋଇଛି। ସୂଚନା…
ଭିତିରି ବୁଝାମଣା ଉଦ୍ୟମ
ଯାଜପୁର ଅଫିସ,୯ା୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ପ୍ରଶାସନର ଅନୁମୋଦନ ଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ୍ ଏବଂ ଜରିମାନା ଆଦାୟ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ଲୁଟ୍ ପରିମାଣର ମାପଚୁପ ପାଇଁ ପ୍ରଶାସନ ପକ୍ଷରୁ…
ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ
ପୁରୀ ଅଫିସ,୯ା ୧୧: କାର୍ତ୍ତିକ ପୂର୍ଣ୍ଣିମା ବା ପଞ୍ଚକ ଶେଷ ଦିବସରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ରନତ୍ସିଂହାସନ ଉପରେ ବିରାଜିତ ଶ୍ରୀବିଗ୍ରହଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ବେଶ ଓ…
ରାଜଧାନୀରେ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା
ଭୁବନେଶ୍ୱର,୯।୧୧(ବ୍ୟୁରୋ): ୯ ଦଫା ଦାବି ନେଇ ଏକାଧିକ ଥର ଆନ୍ଦୋଳନ ପରେ ପ୍ରତିଶ୍ରୁତି ପୂରଣ କରା ନ ଯିବାରୁ ଶେଷରେ ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ମହାସଂଘ ପକ୍ଷରୁ ମଙ୍ଗଳବାର ଦଣ୍ଡବତ ଯାତ୍ରା କରାଯିବା ସହ ଭୁବନେଶ୍ୱର ଲୋୟର ପିଏମ୍ଜିରେ…
ଭିମ୍ସାରରେ ନକଲି ନିଯୁକ୍ତିପତ୍ର
ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ ଲୋଗୋ ରହିଛି। ନିଯୁକ୍ତି ପାଇଥିବା ଜଣେ ଯୁବକ ଭିମ୍ସାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା…
ସପ୍ତାହେ ହାଲୁକା ଶୀତ
ଭୁବନେଶ୍ୱର,୯ା୧୧(ବ୍ୟୁରୋ): କାର୍ତ୍ତିକ ମାସ ଶେଷ ହେଲା। ଶୀତର ନାଁଗନ୍ଧ ନାହିଁ। ହାଲୁକା ଶୀତ ପଡ଼ିଥିଲେ ବି ପାରଦ ତଳମୁହାଁ ହେଉନାହିଁ। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପାରଦ ୧୫…

