ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା, ଅଖାରେ ଭର୍ତ୍ତି କରି ନାଳରେ ଫୋପାଡି ଥିଲେ

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ଗତ ୧୯ ତାରିଖରୁ ନିଖୋଜ ଥିବା କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡଡିଆଁ ନାଳରୁ ବୁଧବାର ଜବତ କରିଛି। ଅଖାରେ ବନ୍ଧାଯାଇଥିବା ମୃତଦେହକୁ ଉଦ୍ଧାର କରି ପୋଲିସ ମାମଲା ରୁଜୁ କରି ମୃତ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଏବଂ ଗଜପତି ଜିଲା ମୋହନାରେ ଡ୍ରେସ୍‌ ଦୋକାନ କରିଥିବା ତାଙ୍କ ପ୍ରେମିକ ଶଙ୍କର୍ଷଣ ଗୌଡ଼ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବ୍ୟବସ୍ଥଡ଼୍ୟବସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ତା’ର ପ୍ରେମିକ ସହ ମିଶି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରୁ କୃଷ୍ଣଚନ୍ଦ୍ର ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଫଧ୍ୟଫ ତାଙ୍କ ସନ୍ଧାନ ପାଇନଥିଲେ। ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ପୋଲିସ ନିଖୋଜ ମାମଲା ନଂ.୩୭/୨୨ ରୁଜୁ କରି ତଦନ୍ତ ଚଳାଇଥିଲା। ପୋଲିସ ଟିମ୍‌ ଗାଁରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଥିଲା। ଘରର କିଛି ସ୍ଥାନରେ ରକ୍ତଛିଟା ପଡ଼ିଥିବା ନେଇ ସାହି ପଡୋଶୀ ଲୋକ ପୋଲିସକୁ ସୂଚନା ଦେବାପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସୁରାକ ପାଇଥିଲା। କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀଙ୍କ ମୋବାଇଲ ଫୋନକୁ ତଲାସ କରାଯିବା ପରେ ପୋଲିସ ଖମାରି ଗାଁର ଶଙ୍କର୍ଷଣଙ୍କ ଫୋନ ନମ୍ବର ପାଇଥିଲା। ସନ୍ଦେହରେ ଶଙ୍କର୍ଷଣଙ୍କୁ ପୋଲିସ ଉଠାଇ ଆଣି ତଦନ୍ତ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି। ଶଙ୍କର୍ଷଣ ଏବଂ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଉଭୟେ ଭୀଷ୍ମଗିରୀ କଲେଜରେ ପଢୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା। ଉଭୟେ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିବାହ ହୋଇପାରି ନ ଥିଲା। ଏନେଇ ଉଭୟଙ୍କ ପରିବାର ଲୋକେ ଜାଣିଥିଲେ। ୯ ମାସ ପୂର୍ବେ କୃଷ୍ଣଚନ୍ଦ୍ରଙ୍କ ବିବାହ ହୋଇଥିଲା। ବିବାହ ପରେ ମଧ୍ୟ ଶଙ୍କର୍ଷଣ ବହୁବାର କୃଷ୍ଣଚନ୍ଦ୍ରଙ୍କ ଘରକୁ ଯା’ଆସ କରି ତାଙ୍କ ସ୍ତ୍ରୀ ତଥା ପ୍ରେମିକାଙ୍କ ସହ ସମ୍ପର୍କ ରଖିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସ୍ତ୍ରୀଙ୍କୁ କୃଷ୍ଣଚନ୍ଦ୍ର ତାଗିଦ କରିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କ ସ୍ତ୍ରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୧୯ ତାରିଖରେ ପୂର୍ବ ଯୋଜନା ପ୍ରକାରେ ଶଙ୍କର୍ଷଣ କୃଷ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚିବା ପରେ ପ୍ରେମିକାଙ୍କ ସହ ମିଶି ତାଙ୍କୁ ଛୁରି ଭୁଷି ହତ୍ୟା କରିବା ପରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ବାଇକରେ ନେଇ ଗଜପତି ଜିଲା ଲାଞ୍ଜିଆ ନିକଟ ନାଳରେ ଫୋପାଡି ଦେଇଥିଲେ। ପୋଲିସ ସମୁଦାୟ ଘଟଣାର ରିକ୍ରିଏଶନ କରିଥିବା ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?