ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ
ଭୁବନେଶ୍ୱର,୧୨ା୯(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍ କାଉନସେଲିଂ। ଆଜି ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍ଚ ଏବଂ ଏମ୍. ପ୍ଲାନ୍ ପାଇଁ କାଉନସେଲିଂ ହେବ। ସେହିପରି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ବି.ଟେକ୍, ବି.ଆର୍ଚ, ବି. ପ୍ଲାନ୍, ବି.କ୍ୟାଟ୍, ଏମ୍.ଏସ୍ସି ଆଦି ପାଇଁ…
୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି
କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।…
ବିପଦ ସଂକେତ ଟପିଲା ଜଳକା
ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ ରବିବାର ବୃଦ୍ଧି ପାଇଛି। ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ…
କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ
ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି ରବିବାର…
ମଦ, ବିଷାକ୍ତ ଖାଦ୍ୟ ନେଉଛି ଜୀବନ
ମାଥିଲି,୧୨ା୯ (ଡି.ଏନ.ଏ):ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗର କାରଣ ଏବେ ସ୍ପଷ୍ଟ ହୋଇଛି। ମଦ ଓ ବିଷାକ୍ତ ଖାଦ୍ୟ ଖାଇ ଲୋକେ ପ୍ରାଣ ହରାଉଥିବା ମାଥିଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏନେଇ…
ବଦଳିଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ
ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ ଦେବା…
ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ
ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍ପିସି)୧୫ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ଅର୍ଥ ଅଭାବରୁ ଅଦ୍ୟାବଧି ୧୪ଟିର ଟେଣ୍ଡର ହୋଇପାରିନାହିଁ। ସୁବର୍ଣ୍ଣରେଖାରେ…
ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୧୨।୯(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଜେଇଇ ଆଡ୍ଭାନ୍ସଡ୍ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବା ସହ jeeadv.ac.in ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ କରାଯାଇଛି। ଆଇଆଇଟି ବମ୍ବେ ଜୋନ୍ର ଆର୍. କେ.…
ନିର୍ମାଣ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରି ପ୍ରଧାନଶିକ୍ଷକ ନିଲମ୍ବିତ
ମାଲକାନଗିରି,୧୧ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଥି ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏଥିଲାଗି ସେଠାକାର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରାଙ୍କୁ…
ଜିଆ ଖତ ନକଲି ସନ୍ଦେହରେ କାରଖାନା ଉପରେ ଚଢ଼ାଉ: ସଂଗ୍ରହ ହେଲା ନମୁନା
ସାକ୍ଷୀଗୋପାଳ,୧୧।୯(ଡି.ଏନ୍.ଏ./ସ୍ବ.ପ୍ର.): ନକଲି ସାର ପ୍ରସ୍ତୁତି ସନ୍ଦେହରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଥିବା ଗ୍ଲେୟର କେମିକାଲ ପ୍ରାଇଭେଟ ଲିମିଟେଡ୍ କାରଖାନା ଉପରେ ରବିବାର ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଚଢ଼ାଉ କରିଛି। ସୂଚନାଯୋଗ୍ୟ, ସାକ୍ଷୀଗୋପାଳ ନିକଟ…
ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ
ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ…
ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବିଭାଗର ଠିକା କର୍ମଚାରୀ
ଭୁବନେଶ୍ୱର,୧୧ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ରବିବାର ପ୍ରାୟ ୧୦ ହଜାର ଠିକା କର୍ମଚାରୀ ଲୋୟର ପିଏମ୍ଜି ଛକରେ ବିକ୍ଷୋଭ କରୁଛନ୍ତି। ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ…
Archives


