Odisha Elections 2024

ମୋଦି ସରକାରଙ୍କ ସଫଳତାକୁ ନେଇ ଗାଁକୁ ଯିବ ଭାଜପା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି। ଏଥିସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପକ୍କାଘର, ଶୌଚାଳୟ, ପାନୀୟଜଳ ସହ ବିଜୁଳି, ରାସ୍ତା, କୃଷକ ଆୟ ଦ୍ୱିଗୁଣିତ ଓ ବୀମା ଯୋଗାଇ ଦେବା, ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ଭଳି କାର୍ଯ୍ୟ କେନ୍ଦ୍ର ସରକାର କରିଛନ୍ତି। ମାତ୍ର ଓଡ଼ିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଓଡ଼ିଶାର ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ ା ଏହି କାରଣରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି ଓଡ଼ିଶାବାସୀ। ଗତ ୨୩ ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ରାଜ୍ୟରେ ବିଜେଡି ମୁକ୍ତ ଶାସନର ଆବଶ୍ୟକତା ରହିଛି । ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଭାପତିତ୍ୱ କରି ରାଜ୍ୟ ସଭାପତି ମନମୋହନ ସାମଲ ଏହା କହିଛନ୍ତି ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସଫଳତାକୁ ନେଇ ମେ’ ୨୯ରୁ ଜୁନ୍‌ ୩୦ପର୍ଯ୍ୟନ୍ତ ଗଁା ଓ ଘରକୁ ଘରକୁ ଯାଇ ପ୍ରଚାର କରିବେ। ଆଗାମୀ ୨୦୨୪ରେ ଭାଜପା ସରକାରକୁ ଆସିବା ପାଇଁ ସମସ୍ତ କାର୍ଯ୍ୟ କରିବ ବୋଲି ମନମୋହନ କହିଛନ୍ତି।
ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି ପ୍ରମୁଖ ସାଙ୍ଗଠନିକ କାଯର୍‌ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ୪ ମାସର ରୋଡ୍‌ମ୍ୟାପର ବିସ୍ତୃତ ଆଲୋଚନା କରିଥିଲେ।
କାଯର୍‌ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, କାର୍ଯ୍ୟକାରିଣୀରେ ଆସନ୍ତା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ପାଇଁ ଦଳ ତରଫରୁ ବିଭିନ୍ନ କାଯର୍‌ୟକ୍ରମ ହାତକୁ ନିଆଯାଇଛି ା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ମୋଦି ସରକାର ଅମଳରେ ଗରିବ କଲ୍ୟାଣ ପାଇଁ ସମସ୍ତ ପ୍ରକାର ଯୋଜନା କରାଯାଇଛି ା କାର୍ଯ୍ୟକାରିଣୀ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ସହ ସାଧାରଣ ଜନତାଙ୍କ ଭିତରେ ଜନଜାଗରଣ ସୃଷ୍ଟି କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର୍‌ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ଏମ୍‌ପି, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲା ସଭାପତି, ଜିଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

୨୯ରେ ଖାର୍ଗେ, ୩୦ରେ ରାହୁଲ ଆସିବେ ଓଡ଼ିଶା

ଭୁବନେଶ୍ୱର,୨୬।୪: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା...

ବିଜେଡି ସରକାର ଗଠନ କରିସାରିଛି, ବିରୋଧୀ ହାଓ୍ବା କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୬ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ଭାଜପା ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେଡି ମଧ୍ୟ ଜୋର୍‌...

କହିଦେଲେ ଧର୍ମେନ୍ଦ୍ର, କାହାକୁ ଦେଲେ ଭୋଟ୍‌

ଭୁବନେଶ୍ୱର,୨୬।୫: ଓଡିଶା ସମେତ ସାରା ଦେଶରେ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ ଚାଲିଛି। ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ...

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

ପୁଣି ଓଡ଼ିଶା ଆସୁଛନ୍ତି ମୋଦି-ଶାହା, କରିବେ ମାରାଥନ ପ୍ରଚାର

ଭୁବନେଶ୍ୱର,୨୬।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri