୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର,୧୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ୟୁନିୟନ ବ୍ୟାଙ୍କରୁ ଋଣ ଠକେଇ ମାମଲାରେ ସହରର ୨ଟି ରିଅଲ ଇଷ୍ଟେଟ ସଂସ୍ଥାର ବିଭିନ୍ନ ବାଣିଜି୍ୟକ ଏବଂ ଆବାସିକ ସମ୍ପତ୍ତି ଉପରେ ଚଢ଼ାଉବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧.୯୭୮ କେଜି ସୁନା (ଯାହାର ମୂଲ୍ୟ ୧.୩ କୋଟି ଟଙ୍କା),୧୫ ଲକ୍ଷ ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ କରିଛି। କଟକ ରୋଡ୍‌ରେ ଥିବା ସୁରନାଗ୍‌ ବିଲ୍ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ସମୟରେ ବହୁ କାଗଜପତ୍ର ଜବତ ମଧ୍ୟ କରାଯାଇଛି। ବ୍ୟାଙ୍କରୁ ସାଢ଼େ ୨୪କୋଟିରୁ ଅଧିକ ଟଙ୍କା ଠକେଇ ଘଟଣାରେ ଏହି ସଂସ୍ଥାର ଲିଙ୍କ୍‌ ମିଳିବା ପରେ ଚଢ଼ାଉ ହୋଇଥିଲା। ଖାଲି କଟକ ରୋଡ୍‌ରେ ନୁହେଁ ମୋଟ ୮ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ଭୁବନେଶ୍ୱର ଆଞ୍ଚଳିକ ଡେପୁଟି ଜେନେରାଲ ମ୍ୟାନେଜର ତଥା ତତ୍କାଳୀନ ଡେପୁଟି ଜେନେରାଲ ମ୍ୟାନେଜର ରୂପଲାଲ ମୀନାଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)ରେ ତିନୋଟି ପୃଥକ୍‌ ମାମଲା ପଞ୍ଜୀକୃତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ୟୁବିଆଇର ତିନିଜଣ ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଅଶ୍ୱିନୀ କୁମାର ପାତ୍ର ଏବଂ ରାଜେଶ କୁମାର ପଟଙ୍ଗା କାଗଜ ପତ୍ର ଯାଞ୍ଚ ନ କରି ଏମ୍‌/ଏସ୍‌ ଜିଡିଏସ ବିଲ୍‌ଡର୍ସ ପ୍ରାଇଭେଟର ନିର୍ଦ୍ଦେଶକ ଏବଂ ସୁରାଙ୍ଗ ବିଲଡର୍ସ ଲିମିଟେଡ ପ୍ରରୋଚନାରେ ୪୪ଜଣଙ୍କ ନାମରେ ୨୦୧୭ରେ ୨୪.୧୭ କୋଟି ଟଙ୍କା ଗୃହ ବାବଦକୁ ଋଣ ମଞ୍ଜୁର କରିଥିଲେ। ତେବେ ପରେ ଦାଖଲ ହୋଇଥିବା କାଗଜ ପତ୍ର ଜାଲ୍‌ ବୋଲି ଜଣାପଡ଼ିବା ପରେ ସିବିଆଇରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ସିବିଆଇ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୫ଜଣଙ୍କୁ ଗିରଫ ୨୦୨୦ରେ ଗିରଫ କରିଥିଲା। ପରେ ଖୋଳତାଡ଼ କରି ଅଭିଯୁକ୍ତ ରିଅଲଟର୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି ଆଉ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri