ମାଲାବାରରେ ଏକ୍ସକ୍ଲୁସିଭ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ

ଭୁବନେଶ୍ୱର,୨୧।୫:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ସହିଦ ନଗରର ରୂପାଲି ସ୍କୋୟାର ପ୍ରିମିୟମ ଆଉଟଲେଟରେ ଏକ ୯ ଦିନିଆ ‘ଏକ୍ସକ୍ଲୁସିଭ ବ୍ରାଣ୍ଡେଡ ଜୁଏଲେରୀ ସୋ’ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ଶିଳ୍ପଦ୍ୟୋଗୀ ସୁକର୍ତ୍ତୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲାବାର ସହିଦ ନଗର ଷ୍ଟୋରର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଯୋଗ୍ୟ, ଏହି ସୋ’ ୨୦୨୩ ମେ ୨୦ରୁ ୨୮ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଉକ୍ତ ସୋ ଜରିଆରେ ଗ୍ରାହକମାନେ ସୁନା, ହୀରା ଓ ମୂଲ୍ୟବାନ ଅଳଙ୍କାରର ସ୍ବତନ୍ତ୍ର ପ୍ରଦର୍ଶନୀ ସହ ବିକ୍ରୟ ସୁବିଧା ଉପଲବ୍ଧ ରହିଛି। ସେହିଭଳି ଏହି ଏକ୍ସକ୍ଳୁସିଭ ଶୋ’ରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ପ୍ରମୁଖ ଡିଜାଇନ ମାଇନ ହୀରା ଅଳଙ୍କାର, ଏରା ଅନକଟ ହୀରା ଅଳଙ୍କାର, ପ୍ରେସିଆ ମୂଲ୍ୟବାନ ରତ୍ନ ଅଳଙ୍କାର, ଏଥେନିକ୍ସ ହସ୍ତତନ୍ତ ଅଳଙ୍କାର, ଡିଭାଇନ ଭଳି ଭାରତୀୟ ହେରିଟେଜ ଅଳଙ୍କାର ଏବଂ ଷ୍ଟାରଲେଟ୍‌ ପିଲାମାନଙ୍କର ଅଳଙ୍କାର ଆଦି ପ୍ରଦର୍ଶିତ ହେବ।
ଏ ସମ୍ପର୍କରେ ମାଲାବାର ସହିଦନଗର ଷ୍ଟୋରର ମୁଖ୍ୟ ଅଶନାଫ୍‌ କହିଛନ୍ତି, ଗ୍ରାହକଙ୍କୁ ଉଚ୍ଚମାନ ଅଳଙ୍କାର ଯୋଗାଇ ଦେବା ପାଇଁ ଏଭଳି ସୋର ଆୟୋଜନ କରାଯାଉଛି। ସେହିପରି ପ୍ରତିଷ୍ଠାନ ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଓ କାରବାରରେ ଅନେକ ପ୍ରକାର ସୁବିଧା ପ୍ରଦାନ କରୁଥିବାବେଳେ ପ୍ରତିଷ୍ଠାନର ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କାରବାରର ଲାଭାଶଂରୁ କରାଯାଇଥାଏ। ବିଶେଷ କରି ଗରିବ ଲୋକଙ୍କ ପାଇଁ ପ୍ରତିଷ୍ଠାନ ଅନେକ ପ୍ରକାରର ସୁବିଧା ଯୋଗାଇ ଦେଉଥିବା ବେଳେ ମହିଳା ଓ ବାଳିକାଶିକ୍ଷା ପାଇଁ ମଧ୍ୟ ବ୍ୟାପକ ସୁବିଧା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?