ରାଜ୍ୟ

ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଏଣିକି ରାଜଧାନୀର କୌଣସି ଛାତ ଉପରେ ଆଉ ହୋର୍ଡିଂ ରହିବନି ବୋଲି ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଛି। ପୂର୍ବରୁ ହୋର୍ଡିଂ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଅନେକ ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।…

ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍‌

ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍‌ ନାମକ ଏକ ଡ୍ରେସ୍‌ ଶୋ’ ରୁମ୍‌ ହୁତ୍‌ହୁତ୍‌ ହୋଇ ଜଳୁଛି। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ…

ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ

ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍‌ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍‌ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ଆତ୍ମୀୟ ସ୍ବଜନ ଆସି ଶ୍ମଶାନକୁ ନେଇଥିଲେ। ଏହି…

ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବ ପ୍ରଶାସନ

ନୟାଗଡ଼ ଅଫିସ,୮ା୪: ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରଚେଷ୍ଟା କରାଯାଉଛି। ନୟାଗଡ଼ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏପ୍ରିଲ ୧୧ରେ ପ୍ରଥମ ଥର ପାଇଁ ପାଳନ ହେବ ବିଶ୍ୱ ଛେନାପୋଡ଼ ଦିବସ। ଏ ନେଇ ନୟାଗଡ଼…

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନସନ…

ସବୁ ବୁଥ୍‌ରେ ହେବ ଓ୍ବେବ୍‌ କାଷ୍ଟିଂ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଚଳିତ ଥର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ବୁଥ୍‌ରେ ଶତ ପ୍ରତିଶତ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯିବ। ଏଥିସହିତ ଉପନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ୩ ଥର ଗଣମାଧ୍ୟମ ଜରିଆରେ ପ୍ରଚାର…

ରାଜ୍ୟ ସରକାର ମିଛ ପ୍ରତିଶ୍ରୁତି ନ ଦିଅନ୍ତୁ : ଭାଜପା

ଭୁବନେଶ୍ବର,୮ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ। ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି, କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକଙ୍କ କଷ୍ଟାର୍ଜିତ…

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା ଓ…

‘ବିଏମ୍‌ସି ଉଚ୍ଛେଦ ନ କଲେ ଆମେ ଉଠାଇବୁ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ମାର୍କେଟରେ ଉଠାଦୋକାନୀଙ୍କ ବେପାରକୁ ବିରୋଧ କରି ପୁଣିଥରେ ବିଏମ୍‌ସିର ଦ୍ୱାରସ୍ଥ ହୋଇଛି ୟୁନିଟ-୨…

ବର୍ଷକୁ ପ୍ରଦୂଷଣରେ ୭ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର, ୮।୪ (ବ୍ୟୁରୋ): ରୋଗମୁକ୍ତ, ସୁସ୍ଥ ଜୀବନଯାପନ କରିବା ସମସ୍ତଙ୍କର ସ୍ବପ୍ନ। ମାତ୍ର ବିଭିନ୍ନ ପ୍ରଦୂଷଣର ପରିଣାମ ସ୍ବରୂପ, ଆମେ ବିବିଧ ସ୍ବାସ୍ଥ୍ୟ ସମସ୍ୟା ଏବଂ ରୋଗର ସମ୍ମୁଖୀନ ହେଉଛୁ। ଦୁନିଆର ପ୍ରତି ୧୦ଜଣଙ୍କ ମଧ୍ୟରୁ ୯ଜଣ ପ୍ରଦୂଷିତ ବାୟୁକୁ ନିଃଶ୍ୱାସରେ…

ଦେଢ଼କୋଟି ଆତ୍ମସାତ୍‌ କରିଛନ୍ତି ମହିଳା ଡାକ ଏଜେଣ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ପୋଷ୍ଟାଲରେ ଜମା କରିବା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଘଟଣାରେ ଶ୍ରୀ ଲିଙ୍ଗରିଜ ଥାନା ପୋଲିସ ଅଭିଯୁକ୍ତା ମହିଳା ଡାକ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି। ତାଙ୍କଠାରୁ ୯୮ଜଣଙ୍କ ୧୨୯ଟି…

୨୦୨୨-୨୩ରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ

ସମ୍ବଲପୁର,୮ା୪ (ବ୍ୟୁରୋ): ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟକୁ ୨୦୨୨-୨୩ ବର୍ଷରେ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏହି ବର୍ଷରେ ଏଠାରେ ଥିବା ଇକୋ ଟୁରିଜମରୁ ୨ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?