ରାଜଭବନରେ ତେଲଙ୍ଗାନା ଦିବସ ପାଳିତ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜଭବନରେ ଶୁକ୍ରବାର ତେଲଙ୍ଗାନା ଦିବସ ପାଳିତ ହୋଇଛି। ତେଲଙ୍ଗାନା ଦିବସ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ଭାରତ ସମଗ୍ର ବିଶ୍ୱକୁ ଆଲୋକିତ କରୁଛି। ଭାରତୀୟତାରେ ଅଛି ବିଶ୍ୱଜନୀନତା। ଏହା ଅସୀମ ଓ ଅନନ୍ତ ଆନନ୍ଦର ଉତ୍ସ । ଭାରତ ବିଶ୍ୱଗୁରୁର ମର୍ଯ୍ୟାଦା ହାସଲ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ନିବାସୀ ତେଲଙ୍ଗାନାର ବ୍ୟକ୍ତିବିଶେଷ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିଥିଲେ। ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଓ ଏହାର ଆତିଥ୍ୟ ଅନନ୍ୟ ବୋଲି ସେମାନେ ପ୍ରକାଶ କରିବା ସହିତ ତେଲଙ୍ଗାନା ଏବଂ ଓଡ଼ିଶାର ସାଂସ୍କୃତିକ ଓ ଭାବଗତ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।
ଉତ୍ସବରେ ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସମେତ ତେଲଙ୍ଗାନା ସମାଜର ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri