ରାଜ୍ୟ

ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିବା ସହ ହାତ ଯୋଡି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି ।…

କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ

ସମ୍ବଲପୁର,୧୦।୬: ସମ୍ବଲପୁର ଜିଲା ବରେଇପାଲି ଥାନାରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। କାର୍ଯ୍ୟରତ ଏଏସ୍‌ଆଇ ପଞ୍ଚୁ ବାଗଙ୍କ ଆକଷ୍ମିକ ମତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଡ୍ୟୁଟିରେ ଥିବା ବେଳେ ପୋଲିସ ଏଏସ୍‌ଆଇ ପଞ୍ଚୁ ବାଗ ହଠାତ୍‌ ଅସୁସ୍ଥ ହୋଇ…

ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ନେବା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ଅରିନ୍ଦମ

ଭୁବନେଶ୍ୱର,୧୦।୬: କାର୍ତ୍ତିକ ପାଣ୍ଡିଆନ୍‌ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା କଥାକୁ ଗ୍ରହଣ କରିନାହାଁନ୍ତି ଭାଜପା ନେତା ତଥା ଅଭିନେତା ଅରିନ୍ଦମ ରାୟ। ଅରିନ୍ଦମ କହିଛନ୍ତି ଏହା କେବଳ କେବଳ ଆଇୱାସ । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସେ ଏଭଳି କରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ମଧ୍ୟରେ ଆସିଲା ମନମୋହନଙ୍କ ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୧୦।୬: ଓଡ଼ିଶାରେ ନିର୍ବାଚନର ଫଳାଫଳ ବାହାରିବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ, ସେନେଇ ଏଯାଏ ଘୋଷଣା କରିନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ…

ରାଜ୍ୟରେ ଜାରି ରହିଛି ହିଟୱେଭ୍‌: ୮ ଜିଲାକୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର,୧୦।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ପ୍ରଚଣ୍ଡ ତାତି ନେଇ ୮ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସ୍‌ଆରସି…

ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ କିଛି…

ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ବିଧାୟକ ରବି ନାଏକଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୦ା୬: ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ପାଖେଇ ଆସୁଥିଲା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବ ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୌଡରେ ନିଜକୁ ଯୋଡ଼ିଛନ୍ତି କୁଚିଣ୍ଡା ବିଧାୟକ ରବି ନାଏକ। ସୋମବାର ପ୍ରତିକ୍ରିୟା…

କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ…

ଭୁବନେଶ୍ୱର,୧୦ା୬: ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏହା ପରେ ସୋମବାର ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ…

ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ

ଭୁବନେଶ୍ବର,୧୦।୬: ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡାନ୍ତ ହୋଇପାରୁନାହିଁ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ…

ସୁରେଶ ପୁଜାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି କେତେ ? ହୋଇ ପାରନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬: ଓଡ଼ିଶାରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଫଳାଫଳ ଆସିବାର ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଚୂଡାନ୍ତ ହୋଇପାରି ନାହିଁ। ଏହାରି…

ଗିରିଶ ମୁର୍ମୁ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଖୋଲାଖୋଲି ଏମିତି କହିଦେଲେ ତୋମାର

ଭୁବନେଶ୍ବର,୧୦।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି କୁହାଯାଉଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

ଖାଁ ଖାଁ ପାଣ୍ଡିଆନଙ୍କ ବାସଭବନ, ହଟିଲା ବ୍ୟାରିକେଡ୍‌

ଭୁବନେଶ୍ୱର,୧୦ା୬: ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ କ୍ୱାର୍ଟର ନଂ ଭିଆଇଆର୍‌ ୭ ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦିଆଯାଇଥିଲା। ଏପରିକି ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?