ପ୍ୟାରିସ୍‌ ଅଲିମ୍ପିିକ୍ସ ପାଇଁ କିଶୋର ଜେନା,ଅମିତ ରୋହିଦାସଙ୍କୁ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୭: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜେନା ଏବଂ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ପ୍ରକାଶ କରିଛନ୍ତି।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜାଭେଲିନ୍‌ ଥ୍ରୋ’ରେ ଜେନା ଏବଂ ହକି ତାରକା ରୋହିଦାସଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆର୍ଥିକ ସହାୟତା ଏକ ପ୍ରୟାସ ମାତ୍ର ।

ଉଭୟଙ୍କ ସାମର୍ଥ୍ୟ ଉପରେ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ବିଶ୍ୱାସ ରହିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭାବ ନାହିଁ । ରାଜ୍ୟର କୋଣଅନୁକୋଣର ଏହି ପ୍ରତିଭାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତୃଣମୂଳ ସ୍ତରରେ ଆବଶ୍ୟକ ଭିତ୍ତିଭୂମି, ଆର୍ଥିକ ସହାୟତା ଏବଂ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

ଏକଦା ଥିଲେ ଶ୍ରୀଦେବୀ-କାଜୋଲଙ୍କ ଡ୍ରେସ୍‌ ଡିଜାଇନର, ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ; ଜାଣନ୍ତୁ କିଏ ସେ…

କୋଲକାତା,୭।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ଦୀର୍ଘ ୧୫ ବର୍ଷର ତୃଣମୂଳ କଂଗ୍ରେସ (TMC) ଶାସନର ଅନ୍ତ ଘଟାଇ ଭାରତୀୟ ଜନତା…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ପୁଣି ଏକ ନୂଆ ମାମଲାରେ ଫସିଲେ ରାହୁଲ ଗାନ୍ଧୀ, ଏଥର…

ନୂଆଦିଲ୍ଲୀ,୭ା୫: ଲୋକ ସଭାର ବିରୋଧୀ ଦଳ ନେତା ତଥା ରାୟବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲା ପରେ ଆଉ ଏକ ନୂଆ ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri