ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା ହୋଇଛି। ଏନେଇ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ତିନିରଥ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା। ସୋମବାର ସକାଳୁ ପୁଣି ଭକ୍ତଙ୍କ ଗହଣରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାହୋଇ ଶରଧାବାଲିରେ ପହଞ୍ଚି ଥିଲା। ପଛେପଛେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି।

ଏହି ଅବସରରେ ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜିଲାରେ ହେବ ମେଡିକାଲ କଲେଜ, ବଡ଼ ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୭: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏଥର ସବୁ ଜିଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

‘ଭାଜପା ସରକାର ଚଳାଇବାରେ ଅକ୍ଷମ’

ଭୁବନେଶ୍ୱର, ୨୩।୭: ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ...

ଶୀଘ୍ର ଶୀଘ୍ର କିଣି ନିଅନ୍ତୁ ସୁନା, ଏତେ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୩।୭: ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି। ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ। କାରଣ ସୁନା ଦର କମିଛି। ୬% କଷ୍ଟମ...

ନବୀନ ପଟ୍ଟନାୟକଙ୍କୁ ଗିରଫ କର, ଏମିତି କାହିଁକି ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ବିଧାନସଭାରେ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ...

ବଜେଟ୍‌କୁ ନେଇ ପ୍ରଥମଥର ମୋଦିଙ୍କ ଉପରେ ରାଗିଗଲେ ନବୀନ ପଟ୍ଟନାୟକ, କହିଦେଲେ ଏମିତି…

ଭୁବନେଶ୍ୱର,୨୩।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା...

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…

  ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ...

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri