ଏଚ୍ଏସ୍ଆର୍ପି ବ୍ୟବହାର ନିୟମ ପ୍ରହସନ
ରସୁଲପୁର,୧୪ା୩(ରଞ୍ଜିତ ରାଉତ):କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଚ୍ଏସ୍ଆର୍ପି(ହାଇ ସିକ୍ୟୁରିଟ୍ ରେଜିଷ୍ଟ୍ରେଶନ ପ୍ଲେଟ୍ସ) ବ୍ୟବହାର କରିବାକୁ ନିୟମ ହୋଇଛି। ଚଳିତବର୍ଷ ୧୭ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ପୁରୁଣା ଓ ନୂଆ ଗାଡ଼ିରେ ଏହି ପ୍ଲେଟ୍ସ ଲାଗିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା।…
ମେଣ୍ଟ ଚର୍ଚ୍ଚା: ବିଳମ୍ବ କରୁଛି ପ୍ରାର୍ଥୀ ଘୋଷଣା, ବ୍ୟସ୍ତ ହୋଇପଡ଼ିଲେଣି କର୍ମୀ
ଭୁବନେଶ୍ୱର, ୧୪।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍ଦାର କରିଛନ୍ତି। ହେଲେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ବର୍ତ୍ତମାନ ସବୁ ପ୍ରକାର ରାଜନୈତିକ…
ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ‘ହୋଲି ପାଇଁ ଗଡ଼ିବ ୫ଟି ସ୍ପେଶାଲ ଟ୍ରେନ୍’
ଭୁବନେଶ୍ୱର, ୧୪।୩ (ଅନୁରାଧା ମହାରଣା)ହୋଲି ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୫ ଯୋଡ଼ା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ଏସବୁ ଟ୍ରେନ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେଶନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି।…
ଲୋକପାଳ ନିଯୁକ୍ତ କରିନାହାନ୍ତି ଓଡ଼ିଶାର ୧୧ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧୪।୩(ଅସମାପିକା ସାହୁ)ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମ ମାନୁନାହାନ୍ତି। ଏହି ଖିଲାପୀ ତାଲିକାରେ ଭାରତର ଅନେକ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ବେ ବହୁ ବିଶ୍ବବିଦ୍ୟାଳୟ…
ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?
ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଠାରେ ଲବି ଚଳାଇଛନ୍ତି। ଯଦି ବିଜେଡିି ଓ ଭାଜପା…
ଦୋଳବେଦି ପାଇବ ନୂଆରୂପ
ପୁରୀ,୧୪ା୩ (ଅଜିତ୍ ମହାନ୍ତି)ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବିଶେଷ ନୀତି ଦୋଳବେଦିରେ ଅନୁଷ୍ଠିତ ହୋଇଥାଏ। ଦୋଳପୂର୍ଣ୍ଣିମା ପୂର୍ବଦିନ ଦୋଳବେଦିରେ ସ୍ବତନ୍ତ୍ର ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହେବା ସହ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ବିମାନରେ ଦୋଳବେଦିକୁ ଆସି…
୨୬ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଉଦ୍ଘାଟନ କରିବା ସହ ୧୨ଟି ଜିଲାରେ ୨୬ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଶୁଭାରମ୍ଭ କରିଛନ୍ତି। ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ…
ଦୋହଲିଲା ବିଜେଡି ଗଡ଼
ଚାନ୍ଦବାଲି,୧୪ା୩(କିଷାନ ପାତ୍ର): ନିର୍ବାଚନ ପୂର୍ବରୁ ଦଳ ବଦଳ ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ବିଧାନସଭା କ୍ଷେତ୍ର ଚାନ୍ଦବାଲିରେ ବିଜେଡିି ଛାଡ଼ି ହଜାରରୁ ଊର୍ଦ୍ଧ୍ୱ କର୍ମୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ବଜାର…
ସୋନପୁରକୁ ଗଡ଼ିବ ୪ ଟ୍ରେନ
ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା)ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି। ଏବେ ସୋନପୁରକୁ ୪ଟି ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡା ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ବଲାଙ୍ଗୀର ଓ…
ପାଟକୁରା ଉପରେ ଭାଜପାର ନଜର,ଆଶାୟୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ତେଜେଶ୍ୱର
ଡେରାବିଶ, ୧୪ା୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଗୁରୁତ୍ୱପୂର୍ଣ୍ଣ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ଏବେ ଗାଁରେ ନିଜ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀକୁ…
ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ
୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍ ଅଫ୍ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଏଭଳି…
ମୋବାଇଲ ପାଇଁ କବାଡ଼ିଆଙ୍କୁ ହତ୍ୟା
ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର)ସାମାନ୍ୟ ଏକ ମୋବାଇଲ ପାଇଁ ଜଣେ କବାଡ଼ିଆବାଲାଙ୍କୁ ହତ୍ୟା କରାଯିବା ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପୋଲିସ ବୁଧବାର ଏକ ଜଙ୍ଗଲ ମଧ୍ୟରୁ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ମୃତଦେହକୁ…
Archives


