ପାଟକୁରା ଉପରେ ଭାଜପାର ନଜର,ଆଶାୟୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ତେଜେଶ୍ୱର

ଡେରାବିଶ, ୧୪ା୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଗୁରୁତ୍ୱପୂର୍ଣ୍ଣ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ଏବେ ଗାଁରେ ନିଜ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀକୁ ଦଖଲ କରିବାକୁ ୩ ଦଳର ଆଶାୟୀ ପ୍ରାର୍ଥୀ ଆଶାବାଦୀ ରହିଛନ୍ତି।

ଆସନ୍ତା ନିର୍ବାଚନରେ ଭାଜପା ଆଶାୟୀ ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ଜିଲା ଭାଜପା ସମ୍ପାଦିକା ମନୀଷା ପଣ୍ଡା ଦଳୀୟ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଛାତ୍ର ଜୀବନରୁ ସମାଜସେବାରେ ମନୀଷା ନିଜକୁ ଜଡ଼ିତ ରଖିଛନ୍ତି। ଜଣେ ମହିଳା ଓ ଅଞ୍ଚଳର ମାଟିର ଝିଅ ଭାବେ ନିଜକୁ ଅଭିହିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ସାଧାରଣ ଲୋକଙ୍କ ପାଇଁ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ବାଟମାରଣା ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି। ଏଥିସହ ବିକଶିତ ପାଟକୁରା ଗଠନ ତାଙ୍କର ସ୍ବପ୍ନ ବୋଲି ସେ କହିଛନ୍ତି। ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପହଞ୍ଚତ୍ ମନୀଷା ବିପନ୍ନଙ୍କୁ ସହାୟତା କରିଥାନ୍ତି। ସେହିପରି ରାଜ୍ୟ ଭାଜପା ମୁଖପାତ୍ର ତେଜେଶ୍ୱର ପରିଡ଼ା ୨୦୧୯ ନିର୍ବାଚନ ପରଠାରୁ ଏଠାରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚତ୍ତ ହେଉଛନ୍ତି। ଏଠାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ, ତହସିଲ ଓ ଜିଲା କାର୍ଯ୍ୟାଳୟରେ ଆନ୍ଦୋଳନ କରିବା ଯୋଗୁ ଦବଦବା ବୃଦ୍ଧି ପାଇଛି। ନିର୍ବାଚନମଣ୍ଡଳୀରେ ଜଳସେଚନ, ଚାନ୍ଦୋଳରେ ଥାନା ପ୍ରତିଷ୍ଠା ସହ ୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ତେଜେଶ୍ୱରଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯାଇଥିଲା। ଆଶାୟୀ ପ୍ରାର୍ଥୀ ଭାବେ ତେଜେଶ୍ୱରଙ୍କ ନାମ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଡେରାବିଶ ବ୍ଲକର ୨୬, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତକୁ ନେଇ ପାଟକୁରା ନିର୍ବାଚନମଣ୍ଡଳୀରେ ୨୦୦୯ ରେ ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି ୨୦୧୯ରେ ବିଜେଡର ସାବିତ୍ରୀ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି। ଭାଜପା ଏଠାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେଣୁ ଆଗାମୀ ନିର୍ବାଚନକୁ ସମସ୍ତେ ନଜର ରଖିଛଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?