ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ‘ହୋଲି ପାଇଁ ଗଡ଼ିବ ୫ଟି ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର, ୧୪।୩ (ଅନୁରାଧା ମହାରଣା)ହୋଲି ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୫ ଯୋଡ଼ା ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଏସବୁ ଟ୍ରେନ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେଶନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି। ଏଥିସହ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍‌ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଯାତ୍ରୀମାନେ ଆଇଆର୍‌ସିଟିସି ୱେବ୍‌ସାଇଟ କିମ୍ବା ମୋବାଇଲ ଆପ୍‌ କିମ୍ବା ପିଆରଏସ୍‌ କାଉଣ୍ଟରରୁ ଟିକେଟ ବୁକ କରିପାରିବେ। ସୂଚନାନୁସାରେ, ୦୮୩୨୭/୦୮୩୨୮ ସମ୍ବଲପୁର-ପୁନେ-ସମ୍ବଲପୁର ସ୍ପେଶାଲ ଟ୍ରେନ୍‌ ମାର୍ଚ୍ଚ ୧୭ରୁ ୩୧ ମଧ୍ୟରେ ପ୍ରତି ରବିବାର ସମ୍ବଲପୁରରୁ ରାତି ୧୦ଟାରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ପୁନେରୁ ପୂର୍ବାହ୍ନ ୯ଟା ୧୫ରେ ଛାଡିବ।
୦୮୪୭୭/୦୮୪୭୮ ପୁରୀ-ପାଟନା-ପୁରୀ ଟ୍ରେନ୍‌ ମାର୍ଚ୍ଚ ୧୮ରୁ ୨୫ ମଧ୍ୟରେ ପ୍ରତି ସୋମବାର ପୁରୀରୁ ଅପରାହ୍ନ ୪ଟା ୪୫ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟଣାରୁ ମାର୍ଚ୍ଚ ୧୯ରୁ ୨୬ ମଧ୍ୟରେ ପ୍ରତି ମଙ୍ଗଳବାର ଅପରାହ୍ନ ୧ଟା ୧୫ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୧୮ ଷ୍ଟେଶନରେ ରହଣି କରିବ।
୦୮୪୭୫/୦୮୪୭୬ ପୁରୀ-ନିଜାମୁଦ୍ଦିନ-ପୁରୀ ଟ୍ରେନ୍‌ ମାର୍ଚ୍ଚ ୨୨ରୁ ୨୯ ମଧ୍ୟରେ ପୁରୀଠାରୁ ପ୍ରତି ଶୁକ୍ରବାର ଭୋର୍‌ ୪ଟା ୫୦ରେ ଛାଡିବ। ଫେରିବା ମାର୍ଗରେ ନିଜାମୁଦ୍ଦିନଠାରୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ରାତି ୧୧ଟା ୩୦ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାସପୁର, ଗ୍ବାଲିୟର ଆଦି ୧୮ ଷ୍ଟେଶନରେ ରହଣି କରିବ।
୦୮୫୭୧/୦୮୫୭୨ ବିଶାଖାପାଟନମ୍‌-ନିଜାମୁଦ୍ଦିନ- ବିଶାଖାପାଟନମ ଟ୍ରେନ୍‌ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ସକାଳ ୮ଟା ୨୦ରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ ପ୍ରତି ରବିବାର ନିଜାମୁଦ୍ଦିନଠାରୁ ରାତି ୧ ଟା ୩୫ରେ ଛାଡିବ। ବିଜୟନଗରମ, ରାୟଗଡା, ଟିଟିଲାଗଡ, ଖରିଆର ରୋଡ୍‌, ରାୟପୁର, ନ୍ୟୁକାଟନି, ଗ୍ବାଲିୟର, ମଥୁରା ଆଦି ୧୯ ଷ୍ଟେଶନରେ ରହଣି କରିବ।
୦୮୫୧୭/୦୮୫୧୮ ବିଶାଖାପାଟନମ-ପାଟନା-ବିଶାଖାପାଟନମ ଟ୍ରେନ ମାର୍ଚ୍ଚ ୨୦ରୁ ୨୭ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟନମ୍‌ରୁ ପୂର୍ବାହ୍ନ ୯ଟା ୨୫ରେ ଛାଡିବ। ଫେରିବା ମାର୍ଗରେ ପାଟନାଠାରୁ ମାର୍ଚ୍ଚ ୨୧ରୁ ୨୮ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧ଟାରେ ପାଟନାଠାରୁ ଛାଡିବ। ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୨୪ ଷ୍ଟେଶନରେ ରହଣି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri