ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଠାରେ ଲବି ଚଳାଇଛନ୍ତି। ଯଦି ବିଜେଡିି ଓ ଭାଜପା ପ୍ରାର୍ଥୀଙ୍କ କଥା ଦେଖାଯାଏ, ତେବେ ମେଣ୍ଟ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନ ଥିବାରୁ ତାହା ଦୁଇ ଦଳର ଆଶାୟୀଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଉପରକୁ କିଛି କହି ନ ପାରିଲେ ମଧ୍ୟ ପ୍ରବଳ ଚିନ୍ତାରେ ଅଛନ୍ତି। ମେଣ୍ଟ ହେଲେ ବିଜେଡି ଜାଗାରେ ଭାଜପାକୁ ଟିକେଟ ମିଳିଲେ ବିଜେଡି ଆଶାୟୀ କ’ଣ କରିବେ ଏବଂ ଭାଜପା ଜାଗାରେ ବିଜେଡି ଆଶାୟୀଙ୍କୁ ଟିକେଟ ମିଳିଲେ ଭାଜପା ଆଶାୟୀ କ’ଣ କରିବେ, ସେ ନେଇ ଦ୍ୱନ୍ଦ୍ୱରେ ଆଶାୟୀ ।

ପଚାରିଲେ ଖାଲି କହୁଛନ୍ତି, ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ଆମେ ସେଥିରେ ଏକମତ। ହେଲେ ମନ ଭିତରେ ବିଧାୟକ ଅଥବା ଏମ୍‌ପି ପ୍ରାର୍ଥୀ ହେବାକୁ ପ୍ରବଳ ଇଚ୍ଛା ରହିଥିବା ଜଣାପଡ଼ିଯାଉଛି। ଆମେ ଭାଜପା, କଂଗ୍ରେସ ଓ ବିଜେଡିର କିଛି ଆଶାୟୀଙ୍କ ସହିତ ଆଲୋଚନ କରିଥିଲୁ । ବିଜେଡି ଓ ଭାଜପା ଆଶାୟୀମାନେ ଇଚ୍ଛା ନ ଥିଲେ ମଧ୍ୟ ଦଳର ନିଷ୍ପତ୍ତି ଶେଷ ନିଷ୍ପତ୍ତି କହିବାକୁ ବାଧ୍ୟ ହେଉଥିବା ଦେଖାଯାଇଛି। ଅନ୍ୟପଟେ ବିଜେଡିି-ଭାଜପା ବାହାଘର କରାଇଥିବା କଂଗ୍ରେସ କହିଛି, ପୂର୍ବରୁ ଦୁଇ ଦଳ ଏକ । କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ଦୁଇ ଦଳର ଦୁର୍ନୀତି ଶୀର୍ଷରେ ପହଞ୍ଚତ୍ଲାଣି । ଏଥର ଜନସାଧାରଣ ଉଚିତ ଜବାବ ଦେବେ ବୋଲି କଂଗ୍ରେସ ନେତା ଓ କର୍ମୀ କହିଛନ୍ତି ।

ଭାଜପା ଆଶାୟୀ ପ୍ରାର୍ଥୀ ବସନ୍ତ ଉଲାକା କହିଛନ୍ତି, ସେ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକ ସଭା ଆସନ ଉଭୟ ପାଇଁ ଆଶାୟୀ ଅଛନ୍ତିି । ତେବେ ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସହମତ ହେବେ। ମେଣ୍ଟ ଯଦି ହୁଏ, ତେବେ ଯେଉଁ ଦଳର ପ୍ରାର୍ଥୀ ଟିକେଟ ପାଇବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ଗତଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଦୁର୍ନୀତି କହି ବିଜେଡିକୁ ବିରୋଧ କରୁଥିବା ବେଳେ ବର୍ତ୍ତମାନ ମେଣ୍ଟ ହେଲେ ଭୋଟରଙ୍କୁ ବୁଝାଇବା କଷ୍ଟକର ହେବ, ତଥାପି ଦଳ ନିର୍ଦ୍ଦେଶରେ କାମ କରିବେ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି, ଦୁଇ ଦଳ ମଧ୍ୟରେ ମେଣ୍ଟ ହେଲେ ବହୁ ଆଶାୟୀ ପ୍ରାର୍ଥୀ କଂଗ୍ରେସରେ ଯୋଗଦେଇ ପାରନ୍ତି।

କଂଗ୍ରେସ ବିଧାୟକ ଆଶାୟୀ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକାଙ୍କ ମତରେ ବିଜେଡି ଓ ଭାଜପା ଏବେ ମେଣ୍ଟ କଥା ଆଲୋଚନା କରୁଛନ୍ତି । ହେଲେ ସେମାନେ ପୂର୍ବରୁ ଏକ । ଓଡ଼ିଶାରେ ଲୋକଦେଖାଣିଆ କଳି, ଆଉ ଦିଲ୍ଲୀରେ କୋଳାକୋଳି। ଯଦି ସେମାନେ ପୂର୍ବରୁ ଏକ ନ ଥିଲେ, ତେବେ ବିଜେଡି କାହିଁକି ଦୁଇ ଥର ଭାଜପା ପ୍ରାର୍ଥୀ ତଥା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ସମର୍ଥନ ଜଣାଇଲା ବୋଲି କହିଛନ୍ତି। ରାୟଗଡ଼ା ବିଜେଡି ଆଶାୟୀ ପ୍ରାର୍ଥୀ ଗଙ୍ଗାଧର ପୁଆଲା କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସହମତ ହେବେ । ମେଣ୍ଟକୁ ନେଇ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଦଳର ସବୁ ନେତା ଓ କର୍ମୀ ଗ୍ରହଣ କରି କାମ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri