ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଠାରେ ଲବି ଚଳାଇଛନ୍ତି। ଯଦି ବିଜେଡିି ଓ ଭାଜପା ପ୍ରାର୍ଥୀଙ୍କ କଥା ଦେଖାଯାଏ, ତେବେ ମେଣ୍ଟ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନ ଥିବାରୁ ତାହା ଦୁଇ ଦଳର ଆଶାୟୀଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଉପରକୁ କିଛି କହି ନ ପାରିଲେ ମଧ୍ୟ ପ୍ରବଳ ଚିନ୍ତାରେ ଅଛନ୍ତି। ମେଣ୍ଟ ହେଲେ ବିଜେଡି ଜାଗାରେ ଭାଜପାକୁ ଟିକେଟ ମିଳିଲେ ବିଜେଡି ଆଶାୟୀ କ’ଣ କରିବେ ଏବଂ ଭାଜପା ଜାଗାରେ ବିଜେଡି ଆଶାୟୀଙ୍କୁ ଟିକେଟ ମିଳିଲେ ଭାଜପା ଆଶାୟୀ କ’ଣ କରିବେ, ସେ ନେଇ ଦ୍ୱନ୍ଦ୍ୱରେ ଆଶାୟୀ ।

ପଚାରିଲେ ଖାଲି କହୁଛନ୍ତି, ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ଆମେ ସେଥିରେ ଏକମତ। ହେଲେ ମନ ଭିତରେ ବିଧାୟକ ଅଥବା ଏମ୍‌ପି ପ୍ରାର୍ଥୀ ହେବାକୁ ପ୍ରବଳ ଇଚ୍ଛା ରହିଥିବା ଜଣାପଡ଼ିଯାଉଛି। ଆମେ ଭାଜପା, କଂଗ୍ରେସ ଓ ବିଜେଡିର କିଛି ଆଶାୟୀଙ୍କ ସହିତ ଆଲୋଚନ କରିଥିଲୁ । ବିଜେଡି ଓ ଭାଜପା ଆଶାୟୀମାନେ ଇଚ୍ଛା ନ ଥିଲେ ମଧ୍ୟ ଦଳର ନିଷ୍ପତ୍ତି ଶେଷ ନିଷ୍ପତ୍ତି କହିବାକୁ ବାଧ୍ୟ ହେଉଥିବା ଦେଖାଯାଇଛି। ଅନ୍ୟପଟେ ବିଜେଡିି-ଭାଜପା ବାହାଘର କରାଇଥିବା କଂଗ୍ରେସ କହିଛି, ପୂର୍ବରୁ ଦୁଇ ଦଳ ଏକ । କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ଦୁଇ ଦଳର ଦୁର୍ନୀତି ଶୀର୍ଷରେ ପହଞ୍ଚତ୍ଲାଣି । ଏଥର ଜନସାଧାରଣ ଉଚିତ ଜବାବ ଦେବେ ବୋଲି କଂଗ୍ରେସ ନେତା ଓ କର୍ମୀ କହିଛନ୍ତି ।

ଭାଜପା ଆଶାୟୀ ପ୍ରାର୍ଥୀ ବସନ୍ତ ଉଲାକା କହିଛନ୍ତି, ସେ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକ ସଭା ଆସନ ଉଭୟ ପାଇଁ ଆଶାୟୀ ଅଛନ୍ତିି । ତେବେ ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସହମତ ହେବେ। ମେଣ୍ଟ ଯଦି ହୁଏ, ତେବେ ଯେଉଁ ଦଳର ପ୍ରାର୍ଥୀ ଟିକେଟ ପାଇବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ଗତଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଦୁର୍ନୀତି କହି ବିଜେଡିକୁ ବିରୋଧ କରୁଥିବା ବେଳେ ବର୍ତ୍ତମାନ ମେଣ୍ଟ ହେଲେ ଭୋଟରଙ୍କୁ ବୁଝାଇବା କଷ୍ଟକର ହେବ, ତଥାପି ଦଳ ନିର୍ଦ୍ଦେଶରେ କାମ କରିବେ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି, ଦୁଇ ଦଳ ମଧ୍ୟରେ ମେଣ୍ଟ ହେଲେ ବହୁ ଆଶାୟୀ ପ୍ରାର୍ଥୀ କଂଗ୍ରେସରେ ଯୋଗଦେଇ ପାରନ୍ତି।

କଂଗ୍ରେସ ବିଧାୟକ ଆଶାୟୀ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକାଙ୍କ ମତରେ ବିଜେଡି ଓ ଭାଜପା ଏବେ ମେଣ୍ଟ କଥା ଆଲୋଚନା କରୁଛନ୍ତି । ହେଲେ ସେମାନେ ପୂର୍ବରୁ ଏକ । ଓଡ଼ିଶାରେ ଲୋକଦେଖାଣିଆ କଳି, ଆଉ ଦିଲ୍ଲୀରେ କୋଳାକୋଳି। ଯଦି ସେମାନେ ପୂର୍ବରୁ ଏକ ନ ଥିଲେ, ତେବେ ବିଜେଡି କାହିଁକି ଦୁଇ ଥର ଭାଜପା ପ୍ରାର୍ଥୀ ତଥା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ସମର୍ଥନ ଜଣାଇଲା ବୋଲି କହିଛନ୍ତି। ରାୟଗଡ଼ା ବିଜେଡି ଆଶାୟୀ ପ୍ରାର୍ଥୀ ଗଙ୍ଗାଧର ପୁଆଲା କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସହମତ ହେବେ । ମେଣ୍ଟକୁ ନେଇ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଦଳର ସବୁ ନେତା ଓ କର୍ମୀ ଗ୍ରହଣ କରି କାମ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri