ଦୋହଲିଲା ବିଜେଡି ଗଡ଼

ଚାନ୍ଦବାଲି,୧୪ା୩(କିଷାନ ପାତ୍ର): ନିର୍ବାଚନ ପୂର୍ବରୁ ଦଳ ବଦଳ ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ବିଧାନସଭା କ୍ଷେତ୍ର ଚାନ୍ଦବାଲିରେ ବିଜେଡିି ଛାଡ଼ି ହଜାରରୁ ଊର୍ଦ୍ଧ୍ୱ କର୍ମୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ବଜାର ଭାଜପା କାର୍ଯ୍ୟାଳୟରେ ଖେରଙ୍ଗ ପଞ୍ଚାୟତ ପ୍ରଭାରୀ ପ୍ରଭାସ ଶୁଭଦର୍ଶନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅଞ୍ଚଳର ବିଜେଡିିର ଟାଣୁଆ ନେତା ବାପି ମାଝି ଓ ପ୍ରଶାନ୍ତ ମାଝିଙ୍କ ନେତୃତ୍ୱରେ ୩୦୦ ପରିବାରର ୭୦୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡ଼ି ଛାଡ଼ି ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ରାଜନଗର ପଞ୍ଚାୟତରୁ ୫୦ ପରିବାରର ୨୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ ଉପସଭାପତି ବିରଞ୍ଚତ୍ ତ୍ରିପାଠୀ, ଜିଲା ସଭାପତି ହେମନ୍ତ ପାଢ଼ୀ, ଯୁବନେତା ସୀତାଂଶୁ ମହାପାତ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ଜୀନା ସାମଲ ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତତୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ଉପସଭାପତି କମଳାକାନ୍ତ ସୂତାର, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଆରଡ଼ି ଜୋନ ସଭାପତି କିଶୋର ନାୟକ, ରାଜାରାମ ମହାକୁଡ଼, ମାଳତୀଲତା ସାହୁ, ସସ୍ମିତା ନାୟକ, ଖେରଙ୍ଗ ସଭାପତି ବାଇଧର ସୂତାର, ପୂର୍ଣ୍ଣଚନ୍ଦ୍ର ପାଣି, ମୀନକେତନ ବିଶ୍ୱାଳ, ମୁକ୍ତିକାନ୍ତ ନାୟକ, ଅଭୟ ବଳ, ମନୋଜ ଭଳ, ଯୁବ ନେତା ଅଂଶୁମାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେବାକୁ ଯାଉଛି ହରିଜନ ସାହି ବାସିନ୍ଦାଙ୍କ ସ୍ବପ୍ନ, ବିଧାୟକ କଲେ….

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା ଠାକୁରାଣୀଙ୍କ ମନ୍ଦିର । ଏଥିପାଇଁ ବୁଧବାର ଛତ୍ରପୁର…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦଶମ ପରୀକ୍ଷାଫଳ, ସାନଖେମୁଣ୍ଡି ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଖୋଲଡ଼ି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଇସିତା ସାହୁଙ୍କୁ ସମ୍ବର୍ଦ୍ଧିତ…

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ, କହିଦେଲେ ବଡ଼ କଥା

ଛତ୍ରପୁର,୨୪।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri