ଏଚ୍‌ଏସ୍‌ଆର୍‌ପି ବ୍ୟବହାର ନିୟମ ପ୍ରହସନ

ରସୁଲପୁର,୧୪ା୩(ରଞ୍ଜିତ ରାଉତ):କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଚ୍‌ଏସ୍‌ଆର୍‌ପି(ହାଇ ସିକ୍ୟୁରିଟ୍‌ ରେଜିଷ୍ଟ୍ରେଶନ ପ୍ଲେଟ୍ସ) ବ୍ୟବହାର କରିବାକୁ ନିୟମ ହୋଇଛି। ଚଳିତବର୍ଷ ୧୭ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ପୁରୁଣା ଓ ନୂଆ ଗାଡ଼ିରେ ଏହି ପ୍ଲେଟ୍ସ ଲାଗିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ନିୟମ ପାଳନ କରି ନ ଥିବା ଗାଡି ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ନିୟମ ଏବେ ପ୍ରହସନରେ ପରିଣତ ହୋଇଛି। ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରାଯାଉଛି। ବିଶେଷକରି ଏହି ନିୟମ ଖିଲାପ କରୁଥିବା ଗାଡ଼ିଗୁଡ଼ିକ ରାଜନୈତିକ ସଭାସମିତିରେ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଯାଜପୁର ଜିଲାର ଚଣ୍ଡିଖୋଲ ବେଣାପୁରଠାରେ ଗତ ମଙ୍ଗଳବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ଏହା ଦେଖିବାକୁ ମିଳିଛି। ସଭାସ୍ଥଳକୁ ଲୋକଙ୍କୁ ଆଣିବା ପାଇଁ ବ୍ୟବହୃତ ଅନେକ ଗାଡ଼ିରେ ଏଚ୍‌ଏସ୍‌ଆରପି ନ ଥିଲା। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବିଭିନ୍ନ ଛକ ବଜାର ଓ ସଭାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଏଭଳି ଗାଡ଼ିରେ ଲୋକଙ୍କୁ ପରିବହନ କରାଯାଉଥିବା ଦେଖି ଅଣଦେଖା କରିଥିଲେ।
ସେହିପରି ବିଭିନ୍ନ ଦଳ ପକ୍ଷରୁ ଆୟୋଜନ ହେଉଥିବା ରାଜନୈତିକ ସଭାସମିତିରେ ଲୋକଙ୍କୁ ଆଣିବା ପାଇଁ ଅତି ପୁରୁଣା ଗାଡ଼ିକୁ ବ୍ୟବହାର କରାଯାଉଛି। ଏସବୁ ଗାଡ଼ିର କାଗଜାତ ଠିକ୍‌ ନ ଥିବା ଜଣାଯାଇଛି। କେବଳ ରାଜନୈତିକ କାର୍ଯ୍ୟ ଛଡ଼ା ଗାଡି ମାଲିକମାନେ ସେ ସବୁ ଗାଡ଼ିକୁ ଅନ୍ୟକାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ଦଣ୍ଡିତ ହେବାର ଭୟଘାରୁଛି। ରାଜନୈତିକ କାର୍ଯ୍ୟରେ ବ୍ୟବହାର ବେଳେ ଅସୁବିଧା ହେଲେ ନେତାମାନେ ଗାଡ଼ି ଦାୟିତ୍ୱ ନେବେ ବୋଲି ମନେ କରି ଗାଡ଼ି ମାଲିକମାନେ ଆଇନ ଉଲ୍ଲଙ୍ଘନ କରିବାକୁ ପଛାଉନାହାନ୍ତି। ଅନ୍ୟପକ୍ଷରେ ଆଇନକୁ ଅନୁପାଳନ କରିବା ଓ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ରାଜନେତାଙ୍କ ସମର୍ଥକଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଅଧିକାରୀଙ୍କ ଏଭଳି ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଇଛି। ସଭାସମିତି ଓ ଶୋଭାଯାତ୍ରାରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକର କାଗଜାତ୍‌କୁ ଯାଞ୍ଚ କରାଯିବା ସହ କେଉଁ ଦଳ କେତେ ଗାଡ଼ି ବ୍ୟବହାର କରୁଛନ୍ତି ତା’ର ଅନୁମତି ପରିବହନ ବିଭାଗ ପକ୍ଷରୁ ନିଆଯିବା ନିୟମକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ଏଚ୍‌ଏସ୍‌ଆର୍‌ପି ନ ଥିବା ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ସଭାସମିତିରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକ ଉପରେ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?