ଏଚ୍‌ଏସ୍‌ଆର୍‌ପି ବ୍ୟବହାର ନିୟମ ପ୍ରହସନ

ରସୁଲପୁର,୧୪ା୩(ରଞ୍ଜିତ ରାଉତ):କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଚ୍‌ଏସ୍‌ଆର୍‌ପି(ହାଇ ସିକ୍ୟୁରିଟ୍‌ ରେଜିଷ୍ଟ୍ରେଶନ ପ୍ଲେଟ୍ସ) ବ୍ୟବହାର କରିବାକୁ ନିୟମ ହୋଇଛି। ଚଳିତବର୍ଷ ୧୭ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ପୁରୁଣା ଓ ନୂଆ ଗାଡ଼ିରେ ଏହି ପ୍ଲେଟ୍ସ ଲାଗିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ନିୟମ ପାଳନ କରି ନ ଥିବା ଗାଡି ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ନିୟମ ଏବେ ପ୍ରହସନରେ ପରିଣତ ହୋଇଛି। ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରାଯାଉଛି। ବିଶେଷକରି ଏହି ନିୟମ ଖିଲାପ କରୁଥିବା ଗାଡ଼ିଗୁଡ଼ିକ ରାଜନୈତିକ ସଭାସମିତିରେ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଯାଜପୁର ଜିଲାର ଚଣ୍ଡିଖୋଲ ବେଣାପୁରଠାରେ ଗତ ମଙ୍ଗଳବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ଏହା ଦେଖିବାକୁ ମିଳିଛି। ସଭାସ୍ଥଳକୁ ଲୋକଙ୍କୁ ଆଣିବା ପାଇଁ ବ୍ୟବହୃତ ଅନେକ ଗାଡ଼ିରେ ଏଚ୍‌ଏସ୍‌ଆରପି ନ ଥିଲା। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବିଭିନ୍ନ ଛକ ବଜାର ଓ ସଭାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଏଭଳି ଗାଡ଼ିରେ ଲୋକଙ୍କୁ ପରିବହନ କରାଯାଉଥିବା ଦେଖି ଅଣଦେଖା କରିଥିଲେ।
ସେହିପରି ବିଭିନ୍ନ ଦଳ ପକ୍ଷରୁ ଆୟୋଜନ ହେଉଥିବା ରାଜନୈତିକ ସଭାସମିତିରେ ଲୋକଙ୍କୁ ଆଣିବା ପାଇଁ ଅତି ପୁରୁଣା ଗାଡ଼ିକୁ ବ୍ୟବହାର କରାଯାଉଛି। ଏସବୁ ଗାଡ଼ିର କାଗଜାତ ଠିକ୍‌ ନ ଥିବା ଜଣାଯାଇଛି। କେବଳ ରାଜନୈତିକ କାର୍ଯ୍ୟ ଛଡ଼ା ଗାଡି ମାଲିକମାନେ ସେ ସବୁ ଗାଡ଼ିକୁ ଅନ୍ୟକାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ଦଣ୍ଡିତ ହେବାର ଭୟଘାରୁଛି। ରାଜନୈତିକ କାର୍ଯ୍ୟରେ ବ୍ୟବହାର ବେଳେ ଅସୁବିଧା ହେଲେ ନେତାମାନେ ଗାଡ଼ି ଦାୟିତ୍ୱ ନେବେ ବୋଲି ମନେ କରି ଗାଡ଼ି ମାଲିକମାନେ ଆଇନ ଉଲ୍ଲଙ୍ଘନ କରିବାକୁ ପଛାଉନାହାନ୍ତି। ଅନ୍ୟପକ୍ଷରେ ଆଇନକୁ ଅନୁପାଳନ କରିବା ଓ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ରାଜନେତାଙ୍କ ସମର୍ଥକଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଅଧିକାରୀଙ୍କ ଏଭଳି ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଇଛି। ସଭାସମିତି ଓ ଶୋଭାଯାତ୍ରାରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକର କାଗଜାତ୍‌କୁ ଯାଞ୍ଚ କରାଯିବା ସହ କେଉଁ ଦଳ କେତେ ଗାଡ଼ି ବ୍ୟବହାର କରୁଛନ୍ତି ତା’ର ଅନୁମତି ପରିବହନ ବିଭାଗ ପକ୍ଷରୁ ନିଆଯିବା ନିୟମକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ଏଚ୍‌ଏସ୍‌ଆର୍‌ପି ନ ଥିବା ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ସଭାସମିତିରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକ ଉପରେ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri