ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ

୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍‌ ଅଫ୍‌ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଏଭଳି ଦକ୍ଷତା ପାଇଁ ସେ ଗଞ୍ଜାମ ଜିଲା ହୋଟେଲ ଆସୋସିଏଶନର ସମ୍ପାଦକ ଏବଂ ଗଞ୍ଜାମ ଜିଲା ରେଷ୍ଟୁରାଣ୍ଟ ଆସୋସିଏଶନର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ହାର୍ଭାର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜିରୁ ସ୍ନାତକୋତ୍ତର କରିଥିବା ସନ୍ତୋଷ ହୋଟେଲ ଶିଳ୍ପରେ ବର୍ତ୍ତମାନ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର-ହୋଟେଲ ଶିଳ୍ପରେ ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ପାଇଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦିଅନ୍ତି?
ଉ-ଉତ୍ସର୍ଗୀକୃତ ମନୋଭାବ, ଗ୍ରାହକଙ୍କ ମତାମତକୁ ଗୁରୁତ୍ୱ ପ୍ରଦାନ, ଅନ୍‌ଲାଇନ୍‌ରେ ସ୍ଥିତି ବଜାୟ ରଖିବା ଏବଂ ପ୍ରତିଶ୍ରୁତି ଅନୁସାରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଦ୍ୱାରା ହୋଟେଲ ଶିଳ୍ପରେ ନିର୍ମାଲ୍ୟ ଗ୍ରୁପ୍‌ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖିଛି।

ପ୍ର-ଦୀର୍ଘବର୍ଷର ଯାତ୍ରାରେ କେଉଁ ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଛି?
ଉ-ଏତେ ଦିନର ଯାତ୍ରାରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛୁ। କର୍ମଚାରୀ ନିଯୁକ୍ତି ହେଉ ବା ହାଉସ୍‌କିପିଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସହ ଗ୍ରାହକ ବା ଅତିଥିଙ୍କ ବଦଳୁଥିବା ଚାହିଦାକୁ ଖାପ ଖାଇବା ଭଳି ବ୍ୟବସ୍ଥା କରିବାରେ ବିଭିନ୍ନ ସମସ୍ୟା ଆସିଥାଏ। ସେସବୁର ସମାଧାନ କରିବା ସହଜ କଥା ନୁହେଁ।

ପ୍ର- ଅତିଥିଙ୍କୁ କିଭଳି ଆତିଥ୍ୟ ପ୍ରଦାନ କରିଥାନ୍ତି?
ଉ-ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବା ଆବଶ୍ୟକ। ଅତିଥିଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ସେମାନଙ୍କୁ ଉପଯୁକ୍ତ ସେବା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ସେମାନେ ଯେପରି ଏକ ସକାରାତ୍ମକ ଅନୁଭୂତି ସାଉଣ୍ଟିପାରିବେ, ତାହା ଆମର ଲକ୍ଷ୍ୟ।

ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ-ଗୋପାଳପୁରରେ ‘ଷ୍ଟର୍ଲିଙ୍ଗ ହଲିଡେ’ ରିସୋର୍ଟର ସହଭାଗିତାରେ ଏକ ଥ୍ରୀ-ଷ୍ଟାର ପ୍ରୋଜେକ୍ଟ ଚାଲିଛିି। ଛତ୍ରପୁରର ଟାମ୍ପରାରେ ରିସୋର୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଅଗ୍ରଣୀ କମ୍ପାନୀ ସହ ଆଲୋଚନା କରାଯାଉଛି।

ପ୍ର: ସଫଳତାର ରହସ୍ୟ କ’ଣ?
ଉ-ସଫଳତାର ସବୁଠୁ ବଡ଼ ରହସ୍ୟ ହେଉଛି ଅତିଥି ବା ଗ୍ରାହକଙ୍କୁ ସ୍ବତନ୍ତ୍ର ସେବା ଦେବା। ଏଥିପାଇଁ କର୍ମଚାରୀଙ୍କୁ ନିୟମିତ ତାଲିମ ପ୍ରଦାନ ସହ ଯୋଗାଯୋଗ ଦକ୍ଷତାକୁ ସୁଦୃଢ଼ କରାଯାଇଥାଏ। ବିଭିନ୍ନ ସମୟରେ ଉପୁଜୁଥିବା ସମସ୍ୟାର କୌଶଳକ୍ରମେ ସମାଧାନ କରିବାକୁ ପ୍ରାଧାନ୍ୟ ଦେଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri