ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ

୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍‌ ଅଫ୍‌ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଏଭଳି ଦକ୍ଷତା ପାଇଁ ସେ ଗଞ୍ଜାମ ଜିଲା ହୋଟେଲ ଆସୋସିଏଶନର ସମ୍ପାଦକ ଏବଂ ଗଞ୍ଜାମ ଜିଲା ରେଷ୍ଟୁରାଣ୍ଟ ଆସୋସିଏଶନର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ହାର୍ଭାର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜିରୁ ସ୍ନାତକୋତ୍ତର କରିଥିବା ସନ୍ତୋଷ ହୋଟେଲ ଶିଳ୍ପରେ ବର୍ତ୍ତମାନ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର-ହୋଟେଲ ଶିଳ୍ପରେ ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ପାଇଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦିଅନ୍ତି?
ଉ-ଉତ୍ସର୍ଗୀକୃତ ମନୋଭାବ, ଗ୍ରାହକଙ୍କ ମତାମତକୁ ଗୁରୁତ୍ୱ ପ୍ରଦାନ, ଅନ୍‌ଲାଇନ୍‌ରେ ସ୍ଥିତି ବଜାୟ ରଖିବା ଏବଂ ପ୍ରତିଶ୍ରୁତି ଅନୁସାରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଦ୍ୱାରା ହୋଟେଲ ଶିଳ୍ପରେ ନିର୍ମାଲ୍ୟ ଗ୍ରୁପ୍‌ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖିଛି।

ପ୍ର-ଦୀର୍ଘବର୍ଷର ଯାତ୍ରାରେ କେଉଁ ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଛି?
ଉ-ଏତେ ଦିନର ଯାତ୍ରାରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛୁ। କର୍ମଚାରୀ ନିଯୁକ୍ତି ହେଉ ବା ହାଉସ୍‌କିପିଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସହ ଗ୍ରାହକ ବା ଅତିଥିଙ୍କ ବଦଳୁଥିବା ଚାହିଦାକୁ ଖାପ ଖାଇବା ଭଳି ବ୍ୟବସ୍ଥା କରିବାରେ ବିଭିନ୍ନ ସମସ୍ୟା ଆସିଥାଏ। ସେସବୁର ସମାଧାନ କରିବା ସହଜ କଥା ନୁହେଁ।

ପ୍ର- ଅତିଥିଙ୍କୁ କିଭଳି ଆତିଥ୍ୟ ପ୍ରଦାନ କରିଥାନ୍ତି?
ଉ-ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବା ଆବଶ୍ୟକ। ଅତିଥିଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ସେମାନଙ୍କୁ ଉପଯୁକ୍ତ ସେବା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ସେମାନେ ଯେପରି ଏକ ସକାରାତ୍ମକ ଅନୁଭୂତି ସାଉଣ୍ଟିପାରିବେ, ତାହା ଆମର ଲକ୍ଷ୍ୟ।

ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ-ଗୋପାଳପୁରରେ ‘ଷ୍ଟର୍ଲିଙ୍ଗ ହଲିଡେ’ ରିସୋର୍ଟର ସହଭାଗିତାରେ ଏକ ଥ୍ରୀ-ଷ୍ଟାର ପ୍ରୋଜେକ୍ଟ ଚାଲିଛିି। ଛତ୍ରପୁରର ଟାମ୍ପରାରେ ରିସୋର୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଅଗ୍ରଣୀ କମ୍ପାନୀ ସହ ଆଲୋଚନା କରାଯାଉଛି।

ପ୍ର: ସଫଳତାର ରହସ୍ୟ କ’ଣ?
ଉ-ସଫଳତାର ସବୁଠୁ ବଡ଼ ରହସ୍ୟ ହେଉଛି ଅତିଥି ବା ଗ୍ରାହକଙ୍କୁ ସ୍ବତନ୍ତ୍ର ସେବା ଦେବା। ଏଥିପାଇଁ କର୍ମଚାରୀଙ୍କୁ ନିୟମିତ ତାଲିମ ପ୍ରଦାନ ସହ ଯୋଗାଯୋଗ ଦକ୍ଷତାକୁ ସୁଦୃଢ଼ କରାଯାଇଥାଏ। ବିଭିନ୍ନ ସମୟରେ ଉପୁଜୁଥିବା ସମସ୍ୟାର କୌଶଳକ୍ରମେ ସମାଧାନ କରିବାକୁ ପ୍ରାଧାନ୍ୟ ଦେଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri