ମେଣ୍ଟ ଚର୍ଚ୍ଚା: ବିଳମ୍ବ କରୁଛି ପ୍ରାର୍ଥୀ ଘୋଷଣା, ବ୍ୟସ୍ତ ହୋଇପଡ଼ିଲେଣି କର୍ମୀ

ଭୁବନେଶ୍ୱର, ୧୪।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି। ହେଲେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ବର୍ତ୍ତମାନ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ବଦଳାଇଦେଇଛି। କିଛିଦିନ ତଳୁ ଯେପରି ବିଜେଡିରୁ ଅସନ୍ତୁଷ୍ଟ ହେଉଥିବା ନେତାମାନେ ଭାଜପାକୁ ନିଜର ବିକଳ୍ପ ବୋଲି ଭାବି ନେଉଥିଲେ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ସେହିପରି ଭାଜପାରେ ଯେଉଁ ନେତାମାନେ ଭଲ ସଙ୍ଗଠକ ଥିଲେ ସେମାନଙ୍କୁ ବିଜେଡି ନେବାକୁ ଆଗ୍ରହ ଦେଖାଉଥିଲା। ପରବର୍ତ୍ତୀ ସମୟରେ ବିଜେଡି ସେଭଳି ନେତାଙ୍କୁ ଦଳରେ ସାମିଲ ମଧ୍ୟ କରିଦେଉଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କେତେଜଣ ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ଲକ୍ଷ୍ୟ କରାଯାଉଛି। ଖାଲି ସେତିକି ନୁହେଁ, ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳରେ ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତାକରି ଦ୍ୱନ୍ଦ୍ୱରେ ପଡ଼ିଗଲେଣି। ଯଦି ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ନ ହୁଏ ତେବେ ଉଭୟ ଦଳ ୧୪୭ ବିଧାନସଭାରେ ନିଜ ନିଜର ପ୍ରାର୍ଥୀ ଦେବେ। ଅର୍ଥାତ୍‌ ଉଭୟ ଦଳର ମୋଟ୍‌ ପ୍ରାର୍ଥୀ ସଂଖ୍ୟା ବିଧାନସଭା ପାଇଁ ୨୯୪ ହେବା କଥା। ହେଲେ ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଯିବ ତେବେ ଦୁଇ ଦଳ ମିଶିି ବିଧାନସଭା ଲାଗି ମୋଟ୍‌ ୧୪୭ ଜଣଙ୍କୁ ପ୍ରାର୍ଥୀ କରିବେ। ଏ କ୍ଷେତ୍ରରେ ବାକି ୧୪୭ ଜଣ କ’ଣ କରିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।

ବିଜେଡି ଏବଂ ଭାଜପା ମଧ୍ୟରେ ଯେପର୍ଯ୍ୟନ୍ତ ମେଣ୍ଟ ହେବ ନାହିଁ ବୋଲି ଶୁଣାଯାଉଥିଲା ସେତେବେଳେ କଂଗ୍ରେସ ୧୪୭ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବା ଲାଗି ପ୍ରଗମନ ଆପ୍‌ର ଆରମ୍ଭ କରିଥିଲା। ଯେଉଁମାନେ ପ୍ରାର୍ଥୀ ହେବାକୁ କଂଗ୍ରେସରୁ ଇଚ୍ଛା ପ୍ରକାଶ କରିବେ ଏବଂ ସବୁ ଶ୍ରେଣୀର ଲୋକମାନଙ୍କୁ ଏହି ଆପ୍‌ରେ ଆବେଦନ ପକାଇପାରିବେ ବୋଲି କଂଗ୍ରେସ ଘୋଷଣାକଲା। ହେଲେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା କଥା ଆଗେଇବା ପରେ କଂଗ୍ରେସ ଆଉ ପ୍ରଗମନ ଆପ୍‌ ଆବେଦନକାରୀଙ୍କୁ ପ୍ରାର୍ଥୀ କରିବା କଥା ସେତେଟା ଚିନ୍ତା କରୁନାହିଁ। ଯେଉଁମାନେ ମେଣ୍ଟ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିବେ ସେମାନଙ୍କୁ କିପରି ଦଳରେ ସାମିଲ କରି ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବ ସେନେଇ କଂଗ୍ରେସ ଚିନ୍ତାକରିବା ଆରମ୍ଭ କରିଛି। ଏହା ନ ହେଲେ ବହୁ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଏହା ହେଲେ କଂଗ୍ରେସକୁ କିଛି ଲାଭ ମିଳିବ ନାହିଁ। ତେଣୁ ସେହିଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଇ ଆସନ୍ତା ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି କରିବା ଦିଗରେ ଦଳର ଶୀର୍ଷ ନେତୃତ୍ୱ ଚିନ୍ତାକରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୯ ତାରିଖରେ ୩ୟ ଥର ଲାଗି ପ୍ରାର୍ଥୀ ଚୟନକୁ ନେଇ ସ୍କ୍ରିନିଂ କମିଟି ବୈଠକ ହେବାକୁ ଅଛି। ବିଜେଡି-ଭାଜପା ମେଣ୍ଟ ଘୋଷଣା ପରେ ହିଁ ଓଡ଼ିଶା ପାଇଁ ଉଭୟ ଦଳ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ। ଏହାକୁ କଂଗ୍ରେସ ଅପେକ୍ଷା କରି ରହିଛି। ହେଲେ ମିଳିଥିବା ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଦଳ ପ୍ରଥମ ପର୍ଯ୍ୟାୟ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ ବୋଲି ଶୁଣିବାକୁ ମିଳିଛି। ଯେଉଁମାନେ ବିଧାୟକ ଅଛନ୍ତି ଏବଂ ପିସିସି ସଭାପତି, ପ୍ରଚାର କମିଟି ଅଧ୍ୟକ୍ଷ, ଆଉ କେତେଜଣ ବରିଷ୍ଠ ନେତା ଯେଉଁମାନଙ୍କୁ ଦଳ ନିଶ୍ଚୟ ପ୍ରାର୍ଥୀ କରିବ ସେମାନଙ୍କ ନାଁ ଘୋଷଣା କରିବ ବୋଲି ଶୁଣିବାକୁ ମିଳୁଛି।

ଯେଉଁ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଛି, ସେହି କଥାରେ ବର୍ତ୍ତମାନ ତୃଣମୂଳସ୍ତରର କର୍ମୀମାନେ ସମ୍ପୂର୍ଣ୍ଣ ବ୍ୟସ୍ତ ହୋଇପଡ଼ିଲେଣି। ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ କରିଥିଲେ ଏବେ ସେମାନଙ୍କୁ ସମର୍ଥନ କରିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ଯଦି ନିଜ ନେତାଙ୍କ ଟିକେଟ କଟିବା କଥା ଆଲୋଚନା ହେଉଛି ତେବେ ସିଧାସଳଖ କଂଗ୍ରେସକୁ ଚାଲିଯିବେ ବୋଲି ଯୁକ୍ତି ରଖୁଛନ୍ତି। କୌଣସି ମତେ ନିଜ ନେତାଙ୍କୁ ଛାଡ଼ିବା ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସାମିଲହେବା ଏହି ଦୁଇଟା ଯାକ କଥା କର୍ମୀମାନଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। ପ୍ରାୟ ବିଜେଡି ଏବଂ ଭାଜପା କର୍ମୀ କଂଗ୍ରେସକୁ ଚାଲିଯିବା କଥା ମଧ୍ୟ କହିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ଦୃଶ୍ୟ: ବଦ୍ରିଙ୍କ ହାତ ନେଇ ମୁଣ୍ଡରେ ରଖି ଆଶୀର୍ବାଦ ଲୋଡ଼ିଲେ ସୌମ୍ୟ

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଏବଂ ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ହେଭିଓ୍ବେଟ୍‌ ନେତାମାନେ ନାମାଙ୍କନ ଦାଖଲ କରିଛନ୍ତି। ଘସିପୁରା ପାଇଁ ବିଜେଡି ବିଧାୟକ...

ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା! ଆଜି ପାଇଁ ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୫: ଆଜିଠୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’

ଭୁବନେଶ୍ୱର,୬।୫: ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ଭାଜପାର ଇସ୍ତାହାର ପ୍ରତିଶ୍ରୁତି: ପାଣ୍ଡିଆନ

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ରାଜ୍ୟ ଭାଜପା ପ୍ରକାଶ କରିଥିବା ଇସ୍ତାହାରକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ଭାଜପା ଇସ୍ତାହାରରେ ଧାନର ସହାୟକ ମୂଲ୍ୟ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri