୨୬ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟ୍‌ସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିବା ସହ ୧୨ଟି ଜିଲାରେ ୨୬ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭାରମ୍ଭ କରିଛନ୍ତି।
୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍‌ ଆଥଲେଟିକ୍‌ ଟ୍ରାକ୍‌ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି। ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍‌ ସେଣ୍ଟର, ଅଲିମ୍ପିକ୍‌ ଆକାରର ସୁଇମିଂ ପୁଲ୍‌, ୨ଟି ସିନ୍ଥେଟିକ୍‌ ଟେନିସ୍‌ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍‌ କୋର୍ଟ ରହିଛି। ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବ। ଏଥିସହିତ ୧୨ ଜିଲାରେ ୨୬ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍‌, ଭାରୋତ୍ତୋଳନ ଓ ଜିମ୍‌ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି। ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡ଼ାର ବିକାଶ ପାଇଁ ୫-ଟି ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପଗୁଡିକର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାର ଯୁବ ପ୍ରତିଭାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶା ଆଜି ସାରା ବିଶ୍ୱରେ କ୍ରୀଡ଼ା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡ଼ା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡ଼ିଶା ମଡେଲକୁ ଅନୁସରଣ କରୁଛନ୍ତି। ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡ଼ା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷକରି ବୃତ୍ତିଗତ କ୍ରୀଡ଼ା କ୍ଷେତ୍ରରେ ଏହା ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ବୁଧବାର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଓଡ଼ିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି। ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଏଗୁଡ଼ିକୁ ଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ଜୟପୁରଠାରେ ଯୋଗଦେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, କ୍ରୀଡ଼ାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ୪ ବୈଠକ ପରେ ମିଳିଲା ‘ବିଜୟ’…

ଚେନ୍ନାଇ,୧୦।୫: ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ସଭାପତି ବିଜୟଙ୍କୁ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ସଂଗ୍ରହ କରିବାକୁ ପାଞ୍ଚ ଦିନ, ରାଜ୍ୟପାଳଙ୍କ ସହ ଚାରୋଟି…

ହର୍ମୁଜ ନୁହେଁ ଏଇଠୁ ଆସିବ ଖୁସି ଖବର, ବିଶ୍ୱକୁ ଫେରିବ ଶାନ୍ତି!

ମସ୍କୋ/କ୍ୱିଭ,୧୦।୫: ଗତ କିଛି ବର୍ଷ ଧରି ବିଶ୍ୱ ନିରନ୍ତର ଯୁଦ୍ଧ ଏବଂ ସଂଘର୍ଷର ଏକ ଅବଧି ଦେଖିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି…

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସର୍ଟ…

କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଡି. ସୁଧାକରଙ୍କ ଦେହାନ୍ତ, ହସ୍ପିଟାଲରେ ହେଉଥିଲା ଚିକିତ୍ସା

ବେଙ୍ଗାଲୁରୁ,୧୦।୫: କର୍ନାଟକର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଡି. ସୁଧାକରଙ୍କ ଦେହାନ୍ତ ହୋଇଛି। ସେ ବହୁ ସମୟ ଧରି ଚିକିତ୍ସାଧୀନ ଥିଲେ। ଏହି ଅବସରରେ, ଉପମୁଖ୍ୟମନ୍ତ୍ରୀ ଡି.କେ.…

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri