ରାଜ୍ୟ

ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର

ରାଉରକେଲା,୧୬।୮(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦା ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗଦା ନିବାସୀ ଡାକ୍ତର ଗୌରବ ଓରାମ। ତାଙ୍କୁ…

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୱାୟୀ. ବି. ଖୁରାନିଆ

ଭୁବନେଶ୍ୱର,୧୬।୮: ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପୋଲିସ ପୋଲିସ ମହାନିର୍ଦ୍ଦେଶକ ୱାୟୀ. ବି. ଖୁରାନିଆ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଶୁକ୍ରବାର ଅପରାହ୍ନରେ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଯୋଗେଶ ବାହାଦୁର…

ନାରୀଙ୍କୁ ଦେଖିଲେ ପୁରୁଷ ଡରିବେ

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ମାମଲାର ନ୍ୟାୟ ପାଇଁ କ୍ୟାଣ୍ଡେଲ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେବି କଲେଜର ଛାତ୍ରୀଛାତ୍ର । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ତେବେ ଆଇନକୁ ନିଜ ହାତକୁ ନେବାକୁ ଦେଲେ ଚେତାବନୀ ।  

ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍

ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ ମୋହନ…

ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ୱାଇ.ବି ଖୁରାନିଆ

କଟକ,୧୬।୮: ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ନବନିଯୁକ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆ କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ…

ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା

ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା…

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ, କହିଲେ-‘ଦଳରେ ମୋ ପ୍ରେଷ୍ଟିଜ୍ ନାହିଁ’

ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ। ମେଲ୍‌ ଯୋଗେ ତାଙ୍କର ଇସ୍ତଫା ପତ୍ରକୁ ସେ AICCକୁ ପଠାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଗଜପତି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର…

ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର; ଦିନେ ରିଲିଜ ହେବା ପାଇଁ ମିଳୁ ନ ଥିଲା ହଲ

ନୂଆଦିଲ୍ଲୀ,୧୬।୮: ୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି…

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି…

ରାଜଧାନୀରେ ୭ ସିମ୍‌ ବକ୍ସ ଠାବ, ଫ୍ରଡ୍‌ କଲ୍‌ ପାଇଁ ହେଉଥିଲା ବ୍ୟବହାର

ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍‌ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ…

ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ପରାମର୍ଶ ଦେଲେ ଅଧୀକ୍ଷକ

କଟକ,୧୬ା୮: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ…

ମମତାଙ୍କୁ ନାଲି ଆଖି ଦେଖାଇଲେ ବେଙ୍ଗଲ ଆଳୁ ବ୍ୟବସାୟୀ, କହିଲେ ରପ୍ତାନୀ ବନ୍ଦ…

କୋଲକାତା,୧୬।୮: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦିଙ୍କୁ ନାଲିଆଖି ଦେଖାଇଛନ୍ତି ବେଙ୍ଗଲ ଆଳୁ ବ୍ୟବସାୟୀ। ଓଡ଼ିଶା ପରି ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?