ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ ଦିନକ ପୂର୍ବରୁ ଡକାଯିବାକୁ ବିରୋଧ କରି ଗୁରୁବାର ଗଞ୍ଜାମ ଜିଲାର ସମସ୍ତ ବିଜେଡ଼ି ଜିଲା ପରିଷଦ ସଭ୍ୟ କକ୍ଷତ୍ୟାଗ କରିଛନ୍ତି। ଛତ୍ରପୁରସ୍ଥିତ ଜ଼ିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗୁରୁବାର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନ ନେଇ ବୈଠକ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜ଼ିଲା ପରିଷଦରେ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଛି। ଜିଲାପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଉଭୟେ ବିଜେଡିର। ତେବେ ସଭ୍ୟମାନଙ୍କ କକ୍ଷ ତ୍ୟାଗ ଯୋଗୁ ବୈଠକରେ ଶିକ୍ଷକ ତାଲିକା ଅନୁମୋଦନ ହୋଇପାରି ନାହିଁ।

ବୈଠକର ପ୍ରାରମ୍ଭରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଜିଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନ ନେଇ ପ୍ରସ୍ତାବ ସମ୍ପର୍କରେ କହିବା ମାତ୍ରେ ବିଜେଡିର ସମସ୍ତ ଜିଲା ପରିଷଦ ସଭ୍ୟ ନିଜ ଆସନରୁ ଉଠି ପ୍ରତିବାଦ କରିଥିଲେ। ବୈଠକ ସମ୍ପର୍କରେ ସେମାନଙ୍କୁ ଆଗରୁ ତଥା ନିୟମ ଅନୁଯାୟୀ ୭ ଦିନ ପୂର୍ବରୁ ଚିଠି କରା ନ ଯାଇ ଅଚାନକ କାହିଁକି ଡକାଗଲା ବୋଲି ସଭ୍ୟମାନେ ପ୍ରଶ୍ନ କରିଥିଲେ।

ପ୍ରାୟ ବର୍ଷେ ହେଲା ବୈଠକ ହେଉ ନ ଥିବାରୁ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ୍‌, ରାସ୍ତା, କୃଷି ଆଦି ସମସ୍ୟାର ସମାଧାନ ହୋଇପାରୁ ନ ଥିବା କହି କ୍ଷୋଭ ପ୍ରକାଶ କରିଥିଲେ। ପରେ ବିଜେଡ଼ି ଜିଲା ପରିଷଦ ସଭ୍ୟମାନେ ବାହାରକୁ ଚାଲିଯାଇଥିଲେ। ବୈଠକରେ ଉପସ୍ଥିତ ବିଧାୟକ ଏବଂ ଜିଲାପାଳଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ।

ଅନ୍ୟପକ୍ଷେ ୨୪ ବର୍ଷ ଧରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଥିଲା ବେଳେ ଏବେ ନୂଆ ସରକାର ଆସିବା ପରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ସରକାରୀ କାର୍ଯ୍ୟକ୍ରମରୁ ବିଜେଡି ସଭ୍ୟମାନେ ଉଠି ଚାଲିଯିବା ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି। ଦଳୀୟ ମନୋଭାବ ରଖି ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଛନ୍ତି ବୋଲି ବୈଠକରେ ଉପସ୍ଥିତ ଭାଜପା ବିଧାୟକମାନେ କହିଛନ୍ତି ।

ମାତ୍ର ୧୦୦ ଦିନର ସରକାରକୁ ବିଜେଡି ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ ଗଣମାଧ୍ୟମକୁ କହିଛନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ବୋଲି ଜଣାପଡିଛି। ଆସନ୍ତା ୨୭ ତାରିଖରେ ଏ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ବୈଠକକୁ ପୂର୍ବରୁ ଗଣମାଧ୍ୟମକୁ ଡକାଯାଇଥିଲା। ହେଲେ ଅଚାନକ ସମ୍ମିଳନୀ ଗୃହରେ ଉପସ୍ଥିତ ନ ରହିବାକୁ ପ୍ରଶାସନ ପକ୍ଷରୁ କୁହାଗଲା। ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କେବଳ ଫଟୋ ଉଠାଇ ଆସିଯାନ୍ତୁ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?