ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ ୫ଦିନ ବିତିଲାଣି। ସମୟ ଯେତିକି ଗଡ଼ିଚାଲିଛି ନୂଆ କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି। ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଜଘନ୍ୟକାଣ୍ଡରେ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଓ୍ବାଇ.ବି. ଖୁରାନିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ। ଉକ୍ତ ମାମଲା ଆଧାରରେ ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀଙ୍କୁ ଯେଉଁମାନେ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କୁ ଚିହ୍ନଟ କରାଯିବ। ଏହାପରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ଡିଜିଙ୍କ ଏଭଳି ମନ୍ତବ୍ୟ ପରେ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯେଉଁ କାମ ପ୍ରଥମେ କରିବାର ଥିଲା ସେକଥା ହେଲାନାହିଁ। ଏବେ ପୋଲିସର ଅମାନବୀୟ ଏବଂ ଆପରାଧିକ କାର୍ଯ୍ୟକଳାପ ଧୀରେ ଧୀରେ ସାମ୍ନାକୁ ଆସିବା ପରେ ଡିଜି ମୂଳ ପ୍ରସଙ୍ଗକୁ ଯିବା ନେଇ ସନ୍ଦେହ ସୃଷ୍ଟି କରୁଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ଘଟଣାରେ ପୋଲିସକୁ ବଞ୍ଚାଇବା ଲାଗି ସର୍ବୋଚ୍ଚ ଅଧିକାରୀଙ୍କ ଏହି ଉଦ୍ୟମ। ଭୁବନେଶ୍ୱର-କଟକ କମିଶନରେଟ୍‌ ଅଧୀନରେ ଭରତପୁର ଥାନା ଆସୁଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଥାନା ଦାୟିତ୍ୱରେ ଥିବା ମୁଖ୍ୟଅଧିକାରୀ। ତେଣୁ ଯଦି ଭରତପୁର ଥାନାରେ କିଛି ଘଟଣା ଏଭଳି ଘଟିଲା ଏହାର ପରଦିନ ହିଁ ପୋଲିସ କମିଶନର ସାମ୍ନାକୁ ଆସି ଘଟଣାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ଥିଲା। ହେଲେ ଏଯାଏଁ ପୋଲିସ କମିଶନର ଏ ବାବଦରେ ପଦୁଟିଏ ନ କହିବା ନାନା ପ୍ରକାର ପ୍ରଶ୍ନ ସୃଷ୍ଟି କରୁଛି। ଗତ ଶନିବାର ବିଳମ୍ବିତ ରାତିରେ ଗୁରୁଭନ୍ସ ଏବଂ ଅଙ୍କିତା ପଟିଆରୁ ଫେରିବା ସମୟରେ ଗୋଟିଏ ଗାଡ଼ିକୁ ଓଭରଟେକ୍‌ କରି ଆଗକୁ ବଢ଼ିଥିଲେ। ଏହାପରେ ହଠାତ୍‌ ଉକ୍ତ ଗାଡ଼ି ସହ ଆଉ ଦୁଇଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଉଭୟ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଧକ୍କାମାରିବା ସହ ଦୁର୍ବ୍ୟବହାର କରିଥିଲେ। ଏ ସମ୍ପର୍କରେ ଗୁରୁଭନ୍ସ ତାଙ୍କ ବାନ୍ଧବୀଙ୍କୁ ନେଇ ଅଭିଯୋଗ କରିବାକୁ ଭରତପୁର ଥାନାଠାରେ ପହଞ୍ଚିଥିଲେ। ତେଣୁ ରାସ୍ତାରେ ଗୁରୁଭନ୍ସ ଏବଂ ଅଙ୍କିତା ଦୁର୍ବ୍ୟବହାରର ଶିକାର ହେବା ଘଟଣାର ମୂଳ ବିଷୟ। ଏହି ଅଭିଯୋଗ କରିବାକୁ ଯାଇ ଉଭୟେ ଭରତପୁର ଥାନା ଅଧିକାରୀ ଓ କର୍ମଚାରୀଙ୍କ ନିର୍ଯାତନା ଏବଂ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାର ତଦନ୍ତ ପ୍ରଥମ ଦିନରୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଏତେ ବିଳମ୍ବରେ ପୋଲିସ ଡିଜି ଆସି ସେହି କଥା କହୁଛନ୍ତି। ହେଲେ ପୋଲିସ ଅଧିକାରୀମାନେ ସବୁ ପ୍ରକାର ବେଆଇନ କାର୍ଯ୍ୟକରି ଅଙ୍କିତାଙ୍କ ବିରୋଧରେ ବିଭିନ୍ନ ମିଛ ଦଫା ଲଗାଇ ତାଙ୍କୁ ପ୍ରଥମେ ଜେଲରେ ପୂରାଇଦେଲେ। ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଗଲା ଏବଂ ହାଇକୋର୍ଟ ଘଟଣାର ସ୍ଥିତି ପରଖିବା ସହ ଭର୍ତ୍ସନା କଲେ। ଏହାପରେ ପୋଲିସ ଡିଜି ହସ୍ତକ୍ଷେପକରି ଗୁରୁଭନ୍ସ ଏବଂ ଅଙ୍କିତା ଯେଉଁ ଅଭିଯୋଗ କରିବାକୁ ଯାଇଥିଲେ ସେକଥାକୁ ସେ ଗୁରୁତ୍ୱ ଦେଉଛନ୍ତି। ଡିଜିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟର ବିଭିନ୍ନ ଥାନାରେ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବ ସେକଥା ମଧ୍ୟ ବୁଝାପଡ଼ିଯାଉଛି। କାରଣ ଭରତପୁର ଥାନାର ଘଟଣା ଭଳି ସବୁ ବିଷୟ ଏଭଳି ଲୋକଲୋଚନକୁ ଆସିପାରୁ ନାହିଁ। ବର୍ତ୍ତମାନ ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରାସ୍ତାରେ ଯେଉଁମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିଷୟରେ ତଥ୍ୟ ମିଳିଥିବା କଥା କୁହାଯାଉଛି। ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଥାନାରେ କରାଯାଇଥିବା ଅତ୍ୟାଚାର ଓ ବେଆଇନ କାର୍ଯ୍ୟକଳାପ ବିଷୟରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ କରିବାକୁ କୁହାଯାଇଥିଲା। ହେଲେ ଡିଜି ରୋଡ୍‌ ରୋମିଓଙ୍କୁ ଧରିବା ବିଷୟ କହିବା ଏବଂ ଏହାପରେ କ୍ରାଇମବ୍ରାଞ୍ଚ ସେହି ବିଷୟରେ ମତ ରଖିବା ଏସବୁ କଥା ସ୍ପଷ୍ଟ କରୁଛି ପୋଲିସକୁ ଏହି ଘଟଣାରୁ ବଞ୍ଚାଇବା ଲାଗି ଏକ ସୁଚିନ୍ତିତ ଯୋଜନା ଆରମ୍ଭ କରାଯାଇଛି। କ୍ରାଇମବ୍ରାଞ୍ଚର ତଦନ୍ତ କେଉଁଠି ପହଞ୍ଚିଲା ସେନେଇ ମତ ନେବାକୁ ଏହି ଘଟଣାରେ ଦାୟିତ୍ୱ ପାଇଥିବା ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନାହିଁ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଏନେଇ ଡିଜିପିଙ୍କୁ ନୋଟିସ କରିଛନ୍ତି। ଏହି ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏନ୍‌ସିଡବ୍ଲ୍ୟୁ ଆଶା କରିଛନ୍ତି। ଏତେସବୁ ହେବା ପରେ ମଧ୍ୟ ଉକ୍ତ ଥାନା କର୍ମଚାରୀମାନଙ୍କୁ ବଞ୍ଚାଇବା ଲାଗି ରାଜ୍ୟ ପୋଲିସ କାହିଁକି ଉଦ୍ୟମ ଜାରି ରଖିଛି ସେକଥା ଜଣାପଡୁନାହିଁ। ସୂଚନାଯୋଗ୍ୟ, ଭରତପୁର ଥାନାରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ସେହି ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ହାଇକୋର୍ଟ ଅଙ୍କିତାଙ୍କୁ ବେଲ୍‌ ଦେଇ ସାରିଥିବା ବେଳେ ସେ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?