ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ। ଏହି ଫେରି ଘାଟ ୭୦ଲକ୍ଷ ଟଙ୍କାରୁ ଅଧିକ ନିଲାମ ହୋଇଥାଏ। ବିଗତଦିନରେ ଏହି ଫେରି ଘାଟରେ ସାମୁଦ୍ରିକ ବଡ଼ ଜୁଆର, ମହାନଦୀରେ ବଡ଼ ବନ୍ୟା ସ୍ରୋତରେ ଫେରି ଘାଟ ଯାତ୍ରୀବାହୀ ଡଙ୍ଗା ଅଚଳ ହେବାରୁ ସମୁଦ୍ର ମୁହାଣ ମୁହଁରେ ଡଙ୍ଗା ଫସିବା ଓ ବିଳମ୍ବିତ ରାତିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଅସୁବିଧା ହେଉଥିଲା। ଫଳରେ ଯାତ୍ରୀ, ଶ୍ରମିକମାନେ ଜୀବନ ପ୍ରତି ବିପଦ ରହିଥିଲା। ମହାନଦୀରେ ଶ୍ରମିକମାନଙ୍କ ସୁରକ୍ଷିତ ଭାବେ ଯାତାୟାତ ସୁବିଧା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ଏକ ଭାସମାନ ଜେଟି ସହ ପାୱାର ବୋଟ ବ୍ଲକ ପ୍ରଶାସନକୁ ସପ୍ତାହେ ପୂର୍ବରୁ ଯୋଗାଇ ଦିଆଯାଇଛି। ଏହି ପାୱାର ବୋଟ ରାମନଗର ପଞ୍ଚାୟତ ଦ୍ୱାରା ବାହାକୁଦ ଫେରି ଘାଟରେ ପହଞ୍ଚିଛି । ଏହାକୁ ପଞ୍ଚାୟତ ପରିଚାଳନା କରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏଠାରେ ପ୍ରଶ୍ନ ଉଠେ ପାୱାର ବୋଟ ଚଳାଇବାକୁ ଦକ୍ଷ ତାଲିମପ୍ରାପ୍ତ ଚାଳକଙ୍କ ଆବଶ୍ୟକତା ରହିଛି। ଯେଉଁ ଚାଳକ ଦୁର୍ବିପାକ ସମୟରେ ସମୁଦ୍ରର ବଡ଼ ବଡ଼ ସ୍ରୋତ, ଲହଡ଼ିକୁ ଅତିକ୍ରମ କରି ଦୁର୍ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିବ। ଅପରପକ୍ଷରେ ଦୈନନ୍ଦିନ ପାରାଦୀପ ଶିଳ୍ପାଞ୍ଚଳକୁ ଯାଉଥିବା ଶତାଧିକ ଶ୍ରମିକଙ୍କ ପାଇଁ ଏହି ଯାତ୍ରୀବାହୀ ଏକ ବଡ଼ ପାୱାର ବୋଟ ଷ୍ଟିଲ କର୍ତ୍ତୃପକ୍ଷ ଯୋଗାଇ ଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହି ପାୱାର ବୋଟ ଶ୍ରମିକମାନଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ସ୍ଥାନୀୟ ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯାଇ ଚାଳକ ନିଯୁକ୍ତି ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସାଗର ରଞ୍ଜନ ନନ୍ଦଙ୍କୁ ପଚାରବାରେ ପାଓ୍ବାର ବୋଟ ଶ୍ରମିକମାନଙ୍କ ପାରାଦୀପ ଶିଳ୍ପାଞ୍ଚଳକୁ ଯାତାୟାତରେ ସୁରକ୍ଷା ଦେଇପାରିବ। ଖୁବ୍‌ଶୀଘ୍ର ଜନସଧାରଣଙ୍କ ସେବାରେ ଉତ୍ସର୍ଗୀକୃତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?