ଡୋପ୍ ଟେଷ୍ଟ: ଜାଡେଜା ଆଗରେ
ନୂଆଦିଲ୍ଲୀ,୧୦ା୮(ପି.ଟି.): ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ କ୍ରିକେଟରମାନଙ୍କ ଡୋପ୍ ଟେଷ୍ଟିଂକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସମୁଦାୟ ୫୫ ଜଣ କ୍ରିକେଟରଙ୍କଠାରୁ ୫୮ ଥର ନମୁନା(ସାମ୍ପଲ) ସଂଗ୍ରହ କରାଯାଇଛି। ଭାରତୀୟ ଷ୍ଟାର...
ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟକୁ ୭୫ ବର୍ଷ
କୋଝିକୋଡ଼େ, ୧୦।୮: ସ୍ବାଧୀନ ହେବାପରେ ଭାରତୀୟ ପୁରୁଷ ହକି ଦଳ ୧୯୪୮ରେ ପ୍ରଥମଥରପାଇଁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ କ୍ରୀଡ଼ାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା। ଫାଇନାଲରେ ଭାରତ ୪-୦ ଗୋଲରେ ଗ୍ରେଟ୍ ବ୍ରିଟେନକୁ...
କାଉଣ୍ଟିରେ ପୃଥ୍ବୀ ଶ’ଙ୍କ ଦ୍ୱିଶତକ
ନର୍ଥହାମ୍ପଟନ୍,୧୦ା୮(ପି.ଟି.): ଭାରତୀୟ ଦଳରୁ ଦୂରରେ ଥିବା ଓପନର ପୃଥ୍ବୀ ଶ କାଉଣ୍ଟିରେ ଦ୍ୱିଶତକ ହାସଲ କରିଛନ୍ତି। ବୁଧବାର ଇଂଲଣ୍ଡର ଓ୍ବ୍ାନ୍ ଡେ କପ୍ରେ ନର୍ଥହାମ୍ପଟନଶାୟର ପକ୍ଷରୁ ଖେଳୁଥିବା ଶ’ ୧୫୩ ବଲ୍ ଖେଳି ୨୪୪ ରନ୍ ସ୍କୋର କରିଛନ୍ତି। ଲିଷ୍ଟ...
ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍ଲେଟ
ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍ଲେଟ। ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଅପୂର୍ବ ଦଭାଡେ ଓ ଦଫାଦାର ବିକାଶ କୁମାର...
ଭାରତଠାରୁ ହାରି ପାକିସ୍ତାନ ବିଦା
ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଭାରତ ପରାସ୍ତ କରିଛି। ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଅଧିପତ୍ୟ ବିସ୍ତାର କରି ଖେଳିଥିଲା।...
ବିଶ୍ୱକପ୍ ୨୦୨୩: ଅଗଷ୍ଟ ୨୫ରୁ ଅନ୍ଲାଇନ୍ରେ ମିଳିବ ଟିକେଟ, ଜାଣନ୍ତୁ…
ନୂଆଦିଲ୍ଲୀ,୯।୮: କ୍ରିକେଟ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଅନଲାଇନ ଟିକେଟ ବିକ୍ରି ଅଗଷ୍ଟ ୨୫ରୁ ଆରମ୍ଭ ହେବ...
ବିଶ୍ୱକପ୍ର ୮ ମ୍ୟାଚ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ
ନୂଆଦିଲ୍ଲୀ,୯।୮: ୨୦୨୩ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ। ଯଦିଓ ପୂର୍ବରୁ ଏହି ମ୍ୟାଚର ତାରିଖ ଅକ୍ଟୋବର ୧୫ରେ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହାକୁ ପୁନର୍ବାର ପରିବର୍ତ୍ତନ କରାଯାଇଥିଲା। ଭାରତ-ପାକିସ୍ତାନ ମ୍ୟାଚ ବ୍ୟତୀତ...
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ବାବରଙ୍କ ପାଇଁ ଗିଲ୍ ବିପଦ, ପାଣ୍ଡ୍ୟା-ଈଶାନ ଚମକିଲେ
ନୂଆଦିଲ୍ଲୀ, ୯। ୮: ଆଇସିସି ପକ୍ଷରୁ ବୁଧବାର ଦିନିକିଆ କ୍ରିକେଟରଙ୍କ ତାଜା ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ବିଶ୍ବକପ୍ ପୂର୍ବରୁ ଦଳ ପାଇଁ ଏହା ଭଲ ଖବର...
ମୋ ଦିନିକିଆ ଫର୍ମ ଖରାପ, ସ୍ବୀକାର କରିବାରେ ସଙ୍କୋଚ ନାହିଁ: ସୂର୍ଯ୍ୟ କୁମାର
ଗୁଏନା, ୯। ୮: ଟି ୨୦ରେ ଚମକୁ ଥିଲେ ହେଁ ଦିନିକିଆରେ ରନ୍ କରି ପାରୁନାହାନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ଏହାକୁ ନେଇ ତାଙ୍କର ସମାଲୋଚ଼ନା କରାଯାଉଥିବା ବେଳେ ସେ ମଧ୍ୟ ତାକୁ ସ୍ବୀକାର କରିଛନ୍ତି।...
‘ଧୋନୀଙ୍କଠାରୁ କିଛି ଶିଖ’
ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୧୬୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ...
ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…
କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ,...
ଚହଲଙ୍କ ରେକର୍ଡ ଭାଙ୍ଗିଲେ କୂଲଦୀପ
ନୂଆଦିଲ୍ଲୀ,୯।୮: ଭାରତୀୟ ଦଳର ବାମହାତୀ ସ୍ପିନ ବୋଲର କୂଲଦୀପ ଯାଦବଙ୍କ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା ପରେ କୂଲଦୀପ ଟି-୨୦ ସିରିଜରେ ଚମତ୍କାର ବୋଲିଂ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ...
Archives


