Posted inଖେଳ

ଭାରତଠାରୁ ହାରି ପାକିସ୍ତାନ ବିଦା

ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍‌ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଭାରତ ପରାସ୍ତ କରିଛି। ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଧିନାୟକ ହରମନପ୍ରୀତ ସିଂ ୧୫ ଓ ୨୩ ମିନିଟରେ ୨ଟି ଏବଂ ଯୁଗରାଜ ସିଂ ୩୬ ଓ ଆକାଶଦୀପ ସିଂ ୫୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପରାଜୟ ଫଳରେ ୩ ଥର ଚାମ୍ପିୟନ ପାକିସ୍ତାନ ଏଥର ଲିଗ୍‌ ପର୍ଯ୍ୟାୟରୁ ବିଦା ହୋଇଛି। ଭାରତ ସମେତ ମାଲେସିଆ, ଦକ୍ଷିଣ କୋରିଆ ଓ ଜାପାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଚାଇନାର ଅଭିଯାନ ମଧ୍ୟ ଲିଗ୍‌ ପର୍ଯ୍ୟାୟରୁ ଶେଷ ହୋଇଛି। ୫ ମ୍ୟାଚରୁ ଭାରତ ୪ ବିଜୟ ଓ ୧ ଡ୍ର ସହ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ମାଲେସିଆ ୫ ମ୍ୟାଚରୁ ୧୨ ଏବଂ ଦକ୍ଷିଣ କୋରିଆ ଓ ଜାପାନ ସମାନ ସଂଖ୍ୟକ ମ୍ୟାଚ ଖେଳି ୫ ପଏଣ୍ଟ ଲେଖାଏ ପାଇଛନ୍ତି। ଫଳରେ ମାଲେସିଆ ଦ୍ୱିତୀୟ, କୋରିଆ ତୃତୀୟ ଓ ଜାପାନ ୪ର୍ଥ ସ୍ଥାନ ଅଧିକାର କରିଛି। ପାକିସ୍ତାନ ୫ ମ୍ୟାଚରୁ ୧ ବିଜୟ, ୨ ପରାଜୟ ଓ ୨ ଡ୍ର ସହ ୫ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପଛରେ ପଡ଼ି ଯାଇଛି। ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ୧୧ ତାରିଖରେ ହେବାକୁଥିବା ସେମିଫାଇନାଲରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଜାପାନ। ସେହିଦିନ ମାଲେସିଆ ଓ କୋରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।
ମାଲେସିଆ ବିଜୟୀ
ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ମାଲେସିଆ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ମାଲେସିଆର ଅଜରାଇ ଅବୁକମଲ ୨୨ତମ ମିନିଟରେ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସ୍ଲୋ ଖେଳିଥିଲେ। ଫଳରେ ଗୋଲ ହୋଇ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ଅଜରାଇ ଫିଲ୍ଡ ଗୋଲ ଦେଇଥିବାବେଳେ ପରବର୍ତ୍ତୀ ୨ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା।
ଜାପାନର ପ୍ରଥମ ବିଜୟ
ଜାପାନ ଏହାର ଶେଷ ଲିଗ୍‌ ମ୍ୟାଚରେ ହିଁ ବିଜୟ ସ୍ବାଦ ପାଇଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୧ ଗୋଲରେ ଚାଇନାକୁ ପରାସ୍ତ କରିଛି। ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅର୍ଥାତ୍‌ ୮ମ ମିନିଟରେ ପେନାଲ୍ଟି କର୍ନରରୁ ପ୍ରଥମ ଗୋଲଟି ଦେଇଥିଲେ ଜାପାନର ୟାମାଦା ଶୋତା। ପ୍ରଥମାର୍ଦ୍ଧ ଶେଷ ବେଳକୁ ଜାପାନ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ୫୪ତମ ମିନିଟରେ ଫୁକୁଦା କେଣ୍ଟାରୋ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ଜାପାନର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୫୭ତମ ମିନିଟରେ ଚାଇନାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରିଥିଲେ ଆଓ ଶୁଝୁ। ଚାଇନା ଗୋଟିଏ ହେଲେ ମ୍ୟାଚ ଜିତିପାରି ନ ଥିଲା। କୋରିଆ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିଥିବାରୁ ଗୋଟିଏ ପଏଣ୍ଟ ପାଇଥିଲା।

ପଏଣ୍ଟ ଟେବୁଲ
ଦଳ ମ୍ୟାଚ ବିଜୟ ଡ୍ର ପରାଜୟ ସ.ଗୋଲ ବି.ଗୋଲ ବ୍ୟବଧାନ ପଏଣ୍ଟ
ଭାରତ ୫ ୪ ୧ ୦ ୨୦ ୫ +୧୫ ୧୩
ମାଲେସିଆ ୫ ୪ ୦ ୧ ୧୨ ୮ +୪ ୧୨
ଦ.କୋରିଆ ୫ ୧ ୨ ୨ ୬ ୭ -୧ ୫
ଜାପାନ ୫ ୧ ୨ ୨ ୮ ୧୦ -୨ ୫
ପାକିସ୍ତାନ ୫ ୧ ୨ ୨ ୭ ୧୨ -୫ ୫
ଚାଇନା ୫ ୦ ୧ ୪ ୬ ୧୭ -୧୧ ୧


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri