ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…

କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ ୧୧୫୯ କୋଟି ଟିକସ ଦେଇଛି। ୨୦୨୦-୨୧ ତୁଳନାରେ ଏହା ୩୭ ପ୍ରତିଶତ ଅଧିକ। ବର୍ତ୍ତମାନ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପରିମାଣ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୧୦୦୦ କୋଟି ରହିଛି। ବିସିସିଆଇର ଏକ ବର୍ଷର ଟିକସ କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ । ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ବିସିସିଆଇର ଆକାଉଣ୍ଟୀ ୫ ବର୍ଷର ରିପୋର୍ଟ ଉପସ୍ଥାପନ କରିଛନ୍ତି।

ସୂଚନା ଅନୁଯାୟୀ, ବିସିସିଆଇ ୨୦୨୦-୨୧ ମଧ୍ୟରେ ଟିକସ ହିସାବରେ ୮୪୪.୮୨ କୋଟି ଟଙ୍କା ଦେଇଥିଲା। ୨୦୧୯-୨୦ରେ ଏହା ୮୮୨.୨୯ କୋଟି ରହିଥିଲା। ୨୦୧୯ ରେ, ବିସିସିଆଇ ଟ୍ୟାକ୍ସ ଭାବରେ ୮୧୫.୦୮ କୋଟି ଟଙ୍କା ଦେଇଥିଲା। ୨୦୧୭-୧୮ ରେ ଏହା ୫୯୬.୬୩ କୋଟିରୁ ଅଧିକ ଥିଲା। ୨୦୨୧-୨୨ ମସିହାରେ ବୋର୍ଡର ରୋଜଗାର୭୬୦୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ବୋର୍ଡର ଖର୍ଚ୍ଚ ପ୍ରାୟ ୩୦୬୪ କୋଟି ଟଙ୍କା ଥିଲା।

୨୦୨୦-୨୧ରେ ବୋର୍ଡର ରୋଜଗାର ୪୭୩୫ କୋଟି ଥିଲା। ଅର୍ଥାତ ଗୋଟିଏ ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୩ ହଜାର କୋଟି ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ବିସିସିଆଇ ଆଇପିଏଲର ଟିଭି ଏବଂ ଡିଜିଟାଲ ରାଇଟ୍ସ ବୋର୍ଡରୁ ୪୮ ହଜାରକୋଟିରୁ ଅଧିକ ଆୟ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷ ଗିରଫ: ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ED

କୋଲକାତା,୧୧।୫: ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି। ଘଣ୍ଟା ଘଣ୍ଟା ଧରି କଠୋର…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା, ମାଗଣା ବସ୍‌ ଯାତ୍ରା

କୋଲକାତା,୧୧।୫: ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ…

LPG ସବସିଡି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ କେବଳ ଏମାନେ ପାଇବେ, ଫୋନରେ ପଠାଯାଉଛି…

ନୂଆଦିଲ୍ଲୀ,୧୧।୫: ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଏଲପିଜି ଗ୍ରାହକମାନଙ୍କୁ ସବସିଡି ପାଇଁ ଯୋଗ୍ୟତା ସମ୍ପର୍କରେ ଏସଏମଏସ ଆଲର୍ଟ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri