Posted inଖେଳ

ଡୋପ୍‌ ଟେଷ୍ଟ: ଜାଡେଜା ଆଗରେ

ନୂଆଦିଲ୍ଲୀ,୧୦ା୮(ପି.ଟି.): ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ କ୍ରିକେଟରମାନଙ୍କ ଡୋପ୍‌ ଟେଷ୍ଟିଂକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସମୁଦାୟ ୫୫ ଜଣ କ୍ରିକେଟରଙ୍କଠାରୁ ୫୮ ଥର ନମୁନା(ସାମ୍ପଲ) ସଂଗ୍ରହ କରାଯାଇଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କଠାରୁ ସର୍ବାଧିକ ୩ ଥର ଏହି ନମୁନା ସଂଗ୍ରହ କରାଯାଇଛି। ଜୁନ୍‌ ମାସ ମଧ୍ୟରେ ୫୫ ଜଣ ପୁରୁଷ ଓ ମହିଳା କ୍ରିକେଟରଙ୍କଠାରୁ ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଜାନୁୟାରୀରୁ ଜୁନ୍‌ ମାସ ମଧ୍ୟରେ ନମୁନା ସଂଗ୍ରହ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜା ସର୍ବାଧିକ ଥର ଦେଇଛନ୍ତି। ଜାଡେଜାଙ୍କ ୩ ସାମ୍ପଲ ଫେବୃୟାରୀ ୧୯, ମାର୍ଚ୍ଚ ୨୬ ଓ ଏପ୍ରିଲ ୨୬ରେ ନିଆଯାଇଥିଲା। ୨୦୨୧ରେ ସମୁଦାୟ ୫୪ ଓ ୨୦୨୨ରେ ସମୁଦାୟ ୬୦ କ୍ରିକେଟରଙ୍କ ନମୁନା ପରୀକ୍ଷଣ କରିଥିଲା ନାଡା। ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳିଙ୍କଠାରୁ ଥରେ ମଧ୍ୟ ନମୁନା ସଂଗୃହୀତ ହୋଇନାହିଁ।
ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଥରେ ସାମ୍ପଲ ନିଆଯାଇଛି। ୨୦୨୧ ଓ ୨୦୨୨ରେ ରୋହିତ ଶର୍ମା ସର୍ବାଧିକ ଟେଷ୍ଟ କରାଯାଇଥିବା ଖେଳାଳି ରହିଥିଲେ। ଚଳିତ ବର୍ଷ ମହିଳା ଖେଳାଳିଙ୍କ ମଧ୍ୟରେ ହରମନ୍‌ପ୍ରୀତ୍‌ କୌର ଓ ସ୍ମୃତି ମାନ୍ଧନା ରହିଛନ୍ତି। ସେହିପରି ଓମେନ୍ସ ପ୍ରିମିୟର ଲିଗ୍‌ ସମୟରେ ପ୍ରାୟ ୨୦ ଖେଳାଳିଙ୍କ ସାମ୍ପଲ ନିଆଯାଇଥିବା ଜଣାପଡିଛି। ୫୮ ସାମ୍ପଲ ମଧ୍ୟରୁ ୭ଟି ରକ୍ତ ନମୁନା ରହିଛି। ଏପ୍ରିଲ୍‌ ୨୭ ତାରିଖରେ ଟି. ନଟରାଜନଙ୍କ ଉଭୟ ମୂତ୍ର ଓ ରକ୍ତ ନମୁନା ପରୀକ୍ଷଣ ପାଇଁ ଯାଇଥିଲା।
କ୍ରିକେଟରମାନଙ୍କ ବ୍ୟତୀତ ଅଲିମ୍ପିକ୍ସ ପଦକ ବିଜେତା ମୀରାବାଈ ଚାନୁ, ବକ୍ସର ଲଭଲିନା ବୋର୍ଗୋହେନ୍‌, ସାଇନା ନେହ୍ବାଲ, କିଡାମ୍ବି ଶ୍ରୀକାନ୍ତ, ରେସ୍‌ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ହକି ଖେଳାଳି ପି. ଆର. ଶ୍ରୀଜେସ୍‌, ହରମନ୍‌ପ୍ରୀତ୍‌ ସିଂ ଓ ସବିତା ପୁନିଆଙ୍କଠାରୁ ମଧ୍ୟ ନମୁନା ନିଆଯାଇଥିଲା। ୬୦ ପୃଷ୍ଠାର ରିପୋର୍ଟରେ ସମୁଦାୟ ୧୫୦୦ ଖେଳାଳି ଡୋପ୍‌ ଟେଷ୍ଟ ପାଇଁ ନମୁନା ଦେଇଥିବା ଜଣାପଡିଛି। ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରୁ ସର୍ବାଧିକ ୫୦୦ ନମୁନା ପରୀକ୍ଷଣ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri