ଖେଳ

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଛି।…

ଫାଓ ଲିଗ୍‌ ଆରମ୍ଭ: ସ୍ପୋର୍ଟ୍ସ ହଷ୍ଟେଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫାଓ(ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ଲିଗ୍‌ ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ୧-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବିଜୟୀ ଦଳ…

କଳିଙ୍ଗ ଷ୍ଟାଡିୟମରେ ସ୍ପୋଟର୍‌ସ କ୍ଲାଇମ୍ବିଂ ଟ୍ରେନିଂ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସ୍ପୋଟର୍‌ସ କ୍ଲାଇମ୍ବିଂର ଏକ ହାଇପରଫରମାନ୍ସ ସେଣ୍ଟର ନିର୍ମାଣ କରାଯାଇଛି। ଭାରତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂକୁ ଅନ୍ତର୍ଜାତୀୟ ମାନର କରିବା…

ଭାରତୀୟ ହକି: ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ

ବେଙ୍ଗାଲୁରୁ, ୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ବ ଆରମ୍ଭ ହେବାପାଇଁ ଠିକ୍‌ ୧ ବର୍ଷ ବାକିଥିବାବେଳେ ଆରମ୍ଭ ହୋଇଯାଇଛି ଅବଗଣନା। ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ରହିବା ଲାଗି ନିଷ୍ପତ୍ତି ନେଇଛି। ଆସେସରୁ ଆରମ୍ଭ ହେବାକୁ ଥିବା ଏହି ଚାମ୍ପିୟନଶିପ ୨୦୨୧…

ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ

ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍‌ ଜରୀନ (୫୧ କିଗ୍ରା) ଓ ଏସୀୟ ରୌପ୍ୟ ପଦକ ବିଜେତା ଦୀପକ ସିଂ…

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଟ୍ରେସ୍କୋଥିକ

ଲଣ୍ଡନ, ୨୪।୭ (ପି.ଟି.): ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ସିରିଜ ଲାଗି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମାର୍କସ ଟ୍ରେସ୍କୋଥିକଙ୍କୁ ଇଂଲଣ୍ଡ ଦଳର କୋଚିଂ ଷ୍ଟାଫ୍‌ ଟିମ୍‌ରେ ସାମିଲ କରାଯାଇଛି। ୪୩ ବର୍ଷୀୟ ଏହି ଭେଟେରାନ ବାମହାତୀ ବ୍ୟାଟ୍ସମ୍ୟାନ…

ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ଉନ୍ମୋଚିତ

ଟୋକିଓ,୨୪।୭(ଏପି)- ଟୋକିଓ ଅଲିମ୍ପିକ୍ସକୁ ଆଉ ଠିକ୍‌ ଏକ ବର୍ଷ ରହିଲା। ଏହି ଅବସରରେ ଆୟୋଜକ କମିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବୁଧବାର ଉନ୍ମୋଚିତ କରିଛି। କ୍ରୀଡ଼ା ପ୍ରଶଂସକ, ସ୍ପନ୍‌ସର ଓ ରାଜନେତାମାନେ ଦେଶର ରାଜଧାନୀଠାରେ ହାତରେ ପ୍ଲାକାଡର୍‌ସ…

କୁଲସେକରାଙ୍କ ଅବସର

କଲମ୍ବୋ,୨୪।୭- ପୂର୍ବତନ ଶ୍ରୀଲଙ୍କା ବୋଲର ନୂଆନ କୁଲସେକରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିମ୍ବଦନ୍ତୀ ପେସର ଲସିଥ ମାଲିଙ୍ଗା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରୁ ଅବସର ନେବା ଲାଗି ଇଚ୍ଛା ପ୍ରକାଶ କରିବା ପରେ କୁଲସେକରା ଏହି ନିଷ୍ପତ୍ତି…

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ ପକ୍ଷରୁ ଏମାନେ ଆଗାମୀ ୟୁରୋ ହକି ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ଦୁଇ ମିଡ୍‌ଫିଲ୍ଡର ଏବେ…

ମେସି ବାସନ୍ଦ

ଏସନସିଅନ(ପାରାଗୁଏ),୨୪।୭(ଏପି)- ଷ୍ଟାର ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଦଳର ୨୦୨୨ ବିଶ୍ୱକପ୍‌ ଲାଗି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ଏଥିସହ ତାଙ୍କୁ ଦେଢ଼ହଜାର ଡଲାର ଜରିମାନା କରାଯାଇଛି, ଯାହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ।…

ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ହରାଇଲେ ପ୍ରଣୟ

ଟୋକିଓ,୨୪।୭- ଦେଶର ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ଫର୍ମ ସହ ସଂଘର୍ଷ କରୁଛନ୍ତି। ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ସେ ଅନ୍ୟ ଭାରତୀୟ ଖେଳାଳି ଏଚ୍‌. ଏସ୍‌. ପ୍ରଣୟଙ୍କଠାରୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?