Posted inଖେଳ

ରହମତଙ୍କ ଶତକ, ଆଫଗାନିସ୍ତାନ ୨୭୧/୫

ଚିଟ୍ଟାଗଙ୍ଗ, ୫ା୯ (ଏଏଫ୍‌ପି)- ବ୍ୟାଟ୍ସମ୍ୟାନ ରହମତ ଶାହ ଆଫଗାନିସ୍ତାନର ପ୍ରଥମ କ୍ରିକେଟର ଭାବେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି। ଏଠାରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଶାହ ୧୦୨ରନ କରିଥିବାବେଳେ ଚତୁର୍ଥ ଉଇକେଟରେ ଅସଘର ଆଫଗାନଙ୍କ ସହିତ ୧୨୦ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଛନ୍ତି। ଘରୋଇ ଦଳର ସ୍ପିନ ଆକ୍ରମଣ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ଜାହିରି କରିପାରି ନ ଥିଲା। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୭୧ ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅସଘର ୮୮ ଏବଂ ଅଫ୍‌ସାର ଜାଜାଇ ୩୫ରନ କରି ଅପରାଜିତ ରହିଛନ୍ତି। ଉଭୟେ ଫାଇନାଲ ସେସନରେ ଅପରାଜିତ ୭୪ ରନ ଯୋଗ କରିସାରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଆଫଗାନିସ୍ତାନ ଏକଦା ୭୭ ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଶାହ ଏବଂ ଆଫଗାନ ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ ଇସ୍‌ଲାମ ଏବଂ ନଇମ୍‌ ହସନ ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ଚଳିତ ବର୍ଷ ପ୍ରାରମ୍ଭରେ ଆୟର୍ଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ଟେଷ୍ଟ ବିଜୟ ସଫଳତା ହାସଲ କରିଥିଲା। ଏହି ମ୍ୟାଚରେ ଶାହା ପ୍ରଥମ ଇନିଂସରେ ୯୮ ରନ ସେମତ ଦୁଇଟି ଅର୍ଦ୍ଧ ଶତକ ହାସଲ କରିଥିଲେ। ଆଫଗାନିସ୍ତାନ ଦଳ ତରଫରୁ ଇବ୍ରାହିମ ଜାଦ୍ରାନ, କ୍ୱାଇସ୍‌ ଅହମ୍ମଦ ଏବଂ ଜାହିର ଖାଁ ପ୍ରଥମ ଟେଷ୍ଟ ପଦାର୍ପଣ କରିଛନ୍ତି। ୨୦ ବର୍ଷ ୩୫୦ ଦିନ ବୟସରେ ରଶିଦ ଖାଁ ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ଟସ୍‌ ପକାଇବା ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ହୋଇଥିଲେ ଜିମ୍ବାଓ୍ବେର ଟାଟେଣ୍ଡା ଟାଇବୁ। ସେ ରଶିଦଙ୍କଠାରୁ ମାତ୍ର ୮ ଦିନ ଅଧିକ ବୟସରେ ପ୍ରଥମ ଟେଷ୍ଟ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ପ୍ରଥମ ଇନିଂସ: ୨୭୧/୫ (ରହମତ ଶାହ-୧୦୨, ଅସଘର ଆଫଗାନ-୮୮*, ନଇମ୍‌ ହସନ-୨/୪୩, ତାଇଜୁଲ ଇସ୍‌ଲାମ-୨/୭୩)।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri